- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ଟିଭି ଅଭିନେତ୍ରୀ ବୈଶାଳୀ ଟକ୍କରଙ୍କ ଆତ୍ମହତ୍ୟା ପରେ ତାଙ୍କ ପୂର୍ବତନ ବୟ ଫ୍ରେଣ୍ଡ ରାହୁଲ ନାଭଲାନୀ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ତାଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଛି। ସେ ବୈଶାଳୀଙ୍କ ସହିତ ସମ୍ପର୍କ ରଖିଥିବା ବେଳେ ଉକ୍ତ ଘଟଣାକୁ ନେଇ ରାହୁଲ ସବୁବେଳେ ତାଙ୍କୁ ବ୍ଲାକ୍ମେଲ୍ କରୁଥିଲେ।ସେ ତାଙ୍କୁ ବିବାହ ହେବାକୁ ମଧ୍ୟ ଦେଉନଥିଲେ। ଟିଭି ଅଭିନେତ୍ରୀ ବୈଶାଳୀ ଟକ୍କର ଅକ୍ଟୋବର ୧୫ ତାରିଖରେ ଆତ୍ମହତ୍ୟା କରିଥିଲେ। ତେବେ ମୃତ୍ୟୁ ପୂର୍ବରୁ ସୁଇସାଇଡ୍ ନୋଟ୍ରେ ଏସବୁ ଘଟଣା ବିଷୟରେ ଲେଖିଯାଇଥିଲେ ବୈଶାଳୀ। ଯାହାକୁ ଆଧାର କରି ତାଙ୍କ ପୁରୁଷ ବନ୍ଧୁ ରାହୁଲ ନାଭଲାନୀଙ୍କ ବିରୋଧରେ ମାମଲା ହୋଇଛି
ନାଭଲାନୀଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଅଭିନେତ୍ରୀଙ୍କ ପରିବାର ଜାଣିଥିବା ପୋଲିସ କହିଛି ଯେ ପରିବାର ସେମାନଙ୍କ ବିବୃତ୍ତିରେ କହିଛନ୍ତି ଯେ ନାଭଲାନୀ ବୈଶାଳୀଙ୍କ ବିଷୟରେ ଗୁଜବ ପ୍ରଚାର କରୁଥିଲେ। ବୈଶାଳୀଙ୍କ ପରିବାରର ସୂଚନା ଅନୁସାରେ, ଅଭିନେତ୍ରୀଙ୍କ ବାହାଘର ଯେଉଁଠି ଠିକ୍ ହେଉଥିଲା ରାହୁଲ ସେଇ ପୁଅ ପାଖକୁ ବୈଶାଳୀଙ୍କ ଭିଡିଓ ଓ ଫଟୋ ଶେୟାର କରିଦେଉଥିଲେ। ସବୁବେଳେ ବ୍ଲାକ୍ମେଲ୍ ହେବା କାରଣକୁ ବୈଶାଳୀ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ହିନ୍ଦୀ ଧାରାବାହିକ ‘ୟେ ରିସ୍ତା କ୍ୟା କେହେଲାତା ହେ’ରେ ଅଭିନୟ କରି ଖୁବ୍ ଲୋକପ୍ରିୟ ହୋଇଥିଲେ ବୈଶାଳୀ। ଅକ୍ଟୋବର ୧୮ ତାରିଖରେ ତାଙ୍କର ଆତ୍ମହତ୍ୟାର ଖବର ପରେ ଟିଭି ଧାରାବାହିକ ଜଗତକୁ ସ୍ତବ୍ଧ କରିଦେଇଥିଲା।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।