News 18 Odia Digital
ନୂଆଦିଲ୍ଲୀ; ନିଜର ଅସାଧାରଣ ଷ୍ଟାଇଲ୍ ଯୋଗୁଁ ରଣବୀର ସିଂହ ସବୁବେଳେ ସୋସିଆଲ ମିଡିଆ ରେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ଫ୍ୟାସନ ସମସ୍ତଙ୍କଠୁ ଅଲଗା ମଧ୍ୟ ଥାଏ । ଏଥର କିନ୍ତୁ ଯେଉଁ ଫଟୋକୁ ନେଇ ରଣବୀର ସିଂହ ଚର୍ଚ୍ଚାରେ ଅଛନ୍ତି, ତାହା ତାଙ୍କ ଷ୍ଟାଇଲିସ୍ ପୋଷାକ ପାଇଁ ନୁହେଁ ବରଂ ବିନା ପୋଷାକରେ ସେ ଭାଇରାଲ ହେଉଛନ୍ତି । ଭାଇରାଲ ହେଉଥିବା ଏହିସବୁ ଫଟୋଗୁଡ଼ିକରେ ଏହା ଦେଖିବାକୁ ମିଳିଛି ଯେ ବଲିଉଡ୍ର ହ୍ୟାଣ୍ଡ୍ସମ୍ ହଙ୍କ୍ ବିନା ପୋଷାକରେ ଫଟୋସୁଟ୍ କରିଛନ୍ତି ଆଉ ସେ ଷ୍ଟାଇଲିସ୍ ପୋଜ୍ ମଧ୍ୟ ଦେଇଛନ୍ତି ।
ହ୍ୟାଣ୍ଡ୍ସମ୍ ହଙ୍କ୍ ରଣବୀର ଏଥର ଯାହା କରିଛନ୍ତି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ମାଗାଜିନ "ପେପର" ପାଇଁ ତାଙ୍କର ଏହି ଫଟୋକୁ ନେଇ ସମସ୍ତେ ଆଲୋଚନା କରୁଛନ୍ତି । ଫଟୋରୁ ମୀମସ୍ ମଧ୍ୟ ତିଆରି କରି ସୋସିଆଲ୍ ମିଡିଆରେ ଶେୟାର କରୁଛନ୍ତି । ଏହିସବୁ ମୀମ୍ସ ଦେଖିଲେ ଆପଣ ନିଜ ହସକୁ ରୋକି ପାରିବେ ନାହିଁ ।
ଏହି ଫଟୋରେ ତାଙ୍କର ୬ ପେକ୍ ସ୍ପଷ୍ଟ ଭାବରେ ଦେଖାଯାଉଛି । ତାଙ୍କର ଏହି ଷ୍ଟାଇଲ୍ ଓ ବ୍ୟକ୍ତିତ୍ୱକୁ ଦେଖି ପ୍ରଶଂସକ ବେଶ୍ ପସନ୍ଦ କରିବା ସହ ଅନେକ ପ୍ରକାରର ମନ୍ତବ୍ୟ ମଧ୍ୟ ଦେଉଛନ୍ତି । ଏହାକୁ ନେଇ ରଣବୀର କହିଛନ୍ତି ଯେ ତାଙ୍କର ଏପରି ଫଟୋସୁଟ୍ କରିବାରେ କୌଣସି ଅସୁବିଧା ନାହିଁ । ସେ କହିଛନ୍ତି ଯେ, ସେ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିବାକୁ ଚାହାଁନ୍ତି । ରଣବୀରଙ୍କ ଏହି ନ୍ୟୁଡ୍ ଫଟୋ ଦେଖିବା ପରେ, କେତେକଙ୍କୁ ସ୍ପାଇଡର୍, ଆଉ କେତେକଙ୍କୁ ଝିଟିପିଟି, ପୁଣି କେତେକଙ୍କୁ ବ୍ରେଡ୍ ଉପରେ ଥିବା ବଟର ଭଳି ଲାଗୁଛି ।
ଜଣେ ବ୍ୟକ୍ତି ରଣବୀରଙ୍କୁ ମଡେଲ୍ ମିଲିନ୍ଦ ସୋମନଙ୍କ ସହ ତୁଳନା କରିଛନ୍ତି । ସେହିପରି ଆଉ କିଛି ଲୋକ କହିଛନ୍ତି ଯେ ରଣବୀରଙ୍କ ଭିତରେ ଥିବା ଶକ୍ତି କପୁର ବାହାରକୁ ଆସିଛି, ଏହା ବ୍ୟତୀତ ଅନେକ ବ୍ୟକ୍ତି ଏହି ଫଟୋ ପରେ ଦୀପିକାଙ୍କ ପ୍ରତିକ୍ରିୟା କ’ଣ ହୋଇଥିବ ଭାବୁଛନ୍ତି । ରଣବୀର ସିଂଙ୍କ ଏହିସବୁ ଫଟୋ ଦେଖିବା ପରେ ଜଣେ ତାଙ୍କୁ ମୋଗଲି ବୋଲି କହୁଥିବାବେଳେ କେହି ଦୀପିକା ପୋଷାକ ଦେଇ ନାହାଁନ୍ତି ବୋଲି କହୁଛନ୍ତି ।
ରଣବୀରଙ୍କ ଏହି ଫଟୋକୁ ନେଇ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ଟ୍ୱିଟ୍ କରି ପ୍ରଶଂସକମାନଙ୍କୁ ଲିଙ୍ଗଗତ ସମାନତା ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି । ଅଭିନେତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, "ରଣବୀର ସିଂହଙ୍କ ଲାଟେଷ୍ଟ୍ ଫଟୋସୁଟ୍ ଇଣ୍ଟର୍ନେଟ୍ରେ ଭାଇରାଲ ହେବାରେ ଲାଗିଛି ଏବଂ ଅଧିକରୁ ଅଧିକ ଲୋକ ଅଭିନେତାଙ୍କୁ ପ୍ରଶଂସା କରୁଛନ୍ତି । ମୁଁ ଭାବୁଛି ସେ ଯଦି ଜଣେ ମହିଳା ହୋଇଥାନ୍ତେ ତେବେ କ’ଣ ତାଙ୍କର ଏମିତି ପ୍ରଶଂସା ହୋଇଥାନ୍ତା, ନା ଆପଣ ତାଙ୍କ ଘର ପୋଡି ଦେଇଥାନ୍ତେ, ପଦଯାତ୍ରା ବାହାର କରିଥାନ୍ତେ, ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥାନ୍ତେ ନା ତାଙ୍କୁ ବେଜିତ୍ କରିଥାନ୍ତେ ?
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।