ରିଲିଜ ହେଲା ରଣବୀର ଆଲିଆଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରର କେସରିଆ ଗୀତ; ଘଣ୍ଟାକରେ ମିଳିଲା ୧ ମିଲିୟନରୁ ଅଧିକ ଭିୟୁ

ରିଲିଜ ହେଲା ରଣବୀର ଆଲିଆଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରର କେସରିଆ ଗୀତ

ରିଲିଜ ହେଲା ରଣବୀର ଆଲିଆଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରର କେସରିଆ ଗୀତ

  • Share this:
News 18 Odia Digital

ମୁମ୍ୱାଇ; ଖୁବ ଶୀଘ୍ର ପିତାମାତା ହେବାକୁ ଯାଉଥିବା ଦମ୍ପତି ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ବ୍ରହ୍ମାସ୍ତ୍ର'ର ପ୍ରଥମ ଗୀତ' କେସରିଆ 'ଆଜି ଲଞ୍ଚ କରାଯାଇଛି । ଗୀତରେ ଆଲିଆ ଏବଂ ରଣବୀରଙ୍କ ଯୋଡ଼ି ବେଶ୍ ସୁନ୍ଦର ଲାଗୁଛି । ଗୀତରେ ଆଲିଆ ଏବଂ ରଣବୀର ବନାରସ ରାସ୍ତାରେ ରୋମାନ୍ସ କରୁଥିବା ଦେଖାଯାଇଛି । ବାରାଣାସୀର ମନ୍ଦିରରେ ଉଭୟ ଭଗବାନ ଶିବଙ୍କୁ ପୂଜା କରୁଥିବା ବି ଦେଖିବାକୁ ମିଳିବ ।

ଆଲିଆ ଭଟ୍ଟ ଏହି ଭିଡିଓ ସେୟାର କରିଛନ୍ତି: ଇନଷ୍ଟାଗ୍ରାମରେ ଏହି ଗୀତର ଏକ କ୍ଲିପ୍ ସେୟାର କରି ଆଲିଆ ଭଟ୍ଟ ଲେଖିଛନ୍ତି, “ହମାରି ପ୍ୟାର କି ଆୱାଜ୍, ଅବ୍ ଆପକି ହେ। କେଶରିଆ ଅବ ଜାରି ହୋ ଚୁକି ହେ । "

ଦର୍ଶକଙ୍କୁ ପସନ୍ଦ ଆସିଛି ରଣବୀର ଆଲିଆଙ୍କ ଯୋଡ଼ି; ଏହି ଗୀତର ଟିଜରକୁ ଦର୍ଶକ ପୂର୍ବରୁ ହିଁ ଗ୍ରହଣ କରିସାରିଛନ୍ତି । ତେଣୁ ଏହି ଗୀତ ଏମିତିରେ ବି ହିଟ୍ ହେବାର ଥିଲା । ଏହି ଗୀତରେ ଦର୍ଶକ ଆଲିଆ ଏବଂ ରଣବୀରଙ୍କ କେମେଷ୍ଟ୍ରୀକୁ ବହୁତ ପସନ୍ଦ କରିଛନ୍ତି । କେତେକ ଦର୍ଶକ ରଣବୀର-ଆଲିଆଙ୍କ ଯୋଡି ଋଷି କପୁର ଏବଂ ନିତୁ କପୁରଙ୍କ ଯୋଡ଼ି ସହିତ ତୁଳନା କରିଛନ୍ତି ।

ବ୍ରହ୍ମାସ୍ତ୍ରର 'କେଶରିଆ' ଗୀତକୁ ଅର୍ଜିତ ସିଂ ନିଜ ସୁମଧୁର କଣ୍ଠରେ ଅତି ସୁନ୍ଦର ଭାବେ ଗାଇଛନ୍ତି । ଏହାର ମ୍ୟୁଜିକ ପ୍ରୀତମ ଦେଇଛନ୍ତି ଏବଂ ଗୀତଗୁଡ଼ିକ ପ୍ରସିଦ୍ଧ ଗୀତିକାର ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା ଲିଖିତ, ଯାହା ସିଧା ଲୋକଙ୍କ ହୃଦୟକୁ ଛୁଇଁବ । କିଛି ଘଣ୍ଟା ମଧ୍ୟରେ, ଏହି ଗୀତଟି ୟୁଟ୍ୟୁବରେ ୨୦ ଲକ୍ଷରୁ ଅଧିକ ଭିୟୁ ପାଇଛି ।
Published by:Soubhagya Mishra
First published: