'ବ୍ରହ୍ମାସ୍ତ୍ର' ଫିଲ୍ମ ନିର୍ମାତା ଚିନ୍ତାରେ; ଅନଲାଇନରେ ଲିକ୍ ହେଲା ଫିଲ୍ମ

ଅନଲାଇନରେ ଲିକ୍ ହେଲା ଫିଲ୍ମ 'ବ୍ରହ୍ମାସ୍ତ୍ର' । ଟେଲିଗ୍ରାମରେ 'ବ୍ରହ୍ମାସ୍ତ୍ର' ଫିଲ୍ମ ଡାଉନଲୋଡ୍ ପାଇଁ ମଧ୍ୟ ଉପଲବ୍ଧ । ଏବେ ବକ୍ସ ଅଫିସରେ କଲେକ୍ସନକୁ ନେଇ ଚିନ୍ତାରେ ଫିଲ୍ମ ନିର୍ମାତାମାନେ ।

'ବ୍ରହ୍ମାସ୍ତ୍ର' ଫିଲ୍ମ ନିର୍ମାତା ଚିନ୍ତାରେ; ଅନଲାଇନରେ ଲିକ୍ ହେଲା ଫିଲ୍ମ

'ବ୍ରହ୍ମାସ୍ତ୍ର' ଫିଲ୍ମ ନିର୍ମାତା ଚିନ୍ତାରେ; ଅନଲାଇନରେ ଲିକ୍ ହେଲା ଫିଲ୍ମ

  • News18 Odia
  • Last Updated :
  • Share this:
News 18 Odia Digital

ମୁମ୍ବାଇ : ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଅଭିନୀତ ବ୍ରହ୍ମାସ୍ତ୍ର ଫିଲ୍ମକୁ ନେଇ ଏବେ ବେଶ୍ ଉତ୍ସାହିତ ରହିଛନ୍ତି ଦର୍ଶକ ମାନେ । ବାଦବିବାଦ ଭିତରେ ଚଳଚ୍ଚିତ୍ରଟି ଖରାପ ହୋଇଛି ବୋଲି କୁହାଯାଉଥିବା ସତ୍ତ୍ୱେ ଫିଲ୍ମ କିନ୍ତୁ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । କିନ୍ତୁ 'ବ୍ରହ୍ମାସ୍ତ୍ର' ଫିଲ୍ମ ନିର୍ମାତାମାନେ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି ।

ବହୁ ଚେଷ୍ଟା ସତ୍ତ୍ୱେ 'ବ୍ରହ୍ମାସ୍ତ୍ର' ଫିଲ୍ମ ଅନଲାଇନରେ ଲିକ୍ ହୋଇଛି । ଫିଲ୍ମ ରିଲିଜ୍ ହେବାର କିଛି ଦିନ ପରେ ଏଚଡ଼ି କ୍ବାଲିଟିର ଡାଉନଲୋଡ୍ ପାଇଁ ଅନେକ ୱେବସାଇଟରେ ଉପଲବ୍ଧ ହୋଇପାରିଛି । ଏହାର ପ୍ରଭାବରେ ବକ୍ସ ଅଫିସରେ କଲେକ୍ସନ କମ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି । ଟେଲିଗ୍ରାମରେ 'ବ୍ରହ୍ମାସ୍ତ୍ର' ଫିଲ୍ମ ଡାଉନଲୋଡ୍ ପାଇଁ ମଧ୍ୟ ଉପଲବ୍ଧ ରହିଛି ।

ଏହା ଲିକ୍ ହେବାର ବିପଦ ଦେଖି ବ୍ରହ୍ମାସ୍ତ୍ର ଚଳଚ୍ଚିତ୍ର ନିର୍ମାତାମାନେ ଅନଲାଇନ୍ ସାଇଟ୍ ବିରୋଧରେ କୋର୍ଟରେ ଆବେଦନ କରିଥିଲେ । ଏହା ପରେ ୧୮ଟି ୱେବସାଇଟ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ତଥାପି ଏହି ଚଳଚ୍ଚିତ୍ରର ବହୁତ ଭଲ ଗୁଣର ଡାଉନଲୋଡ୍ ପାଇଁ ଟେଲିଗ୍ରାମରେ ଏବେ ବି ଉପଲବ୍ଧ ରହିଛି ।

ଟେଲିଗ୍ରାମର ଏହାର ଫାଇଲ୍ ରହିଛି । ଏଥିରେ, ଡାଉନଲୋଡ୍ ପାଇଁ ଦୁଇ ପ୍ରକାରର ଫାଇଲ୍ ଉପଲବ୍ଧ ରହିଛି । ଏଥିରେ, ଫିଲ୍ମର ଭଲ କ୍ୱାଲିଟିର ଫାଇଲ୍ ଆକାର ପ୍ରାୟ ୧.୨ ଜିବି ଥିବାବେଳେ ଅନ୍ୟଟିର ୫୫୬ ଏମବି ରହିଛି ।

ଏହି ସିନେମା କିଏ ଲିକ୍ କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଟେଲିଗ୍ରାମ ଏବଂ ଅନ୍ୟାନ୍ୟ ସାଇଟରୁ ବ୍ରହ୍ମାସ୍ତ୍ର ଚଳଚ୍ଚିତ୍ର ସହଜରେ ମିଳିଯାଉଛି । ଯେ କେହିବି ଏହି ସାଇଟଗୁଡ଼ିକୁ ଯାଇ ସହଜରେ ଡାଉନଲୋଡ୍ କରି ପାରିବେ ।
Published by:Sujit Swain
First published: