ଟ୍ରେଣ୍ଡିଂରେ #BoycottTiger3; ଫ୍ଲପ ହୋଇ ଯିବକି ସଲମାନଙ୍କ 'ଟାଇଗର ୩'

#Boycott ଟ୍ରେଣ୍ଡ ତାଲିକାରେ ପ୍ରଥମେ ଆମୀର ଖାନ, ଅକ୍ଷୟ କୁମାର ଆଉ ଏବେ ସଲମାନଙ୍କ ଫିଲ୍ମ। ରିଲିଜ ପରେ ଟାଇଗର ୩କୁ ଦର୍ଶକ ପସନ୍ଦ କରିବେ କି ନାହିଁ ତାହା ସନ୍ଦେହ।

ସଲମାନ ଖାନ ଓ କ୍ୟାଟ୍ରିନା କୈଫ (ପ୍ରତିକାତ୍ମକ ଛବି)

ସଲମାନ ଖାନ ଓ କ୍ୟାଟ୍ରିନା କୈଫ (ପ୍ରତିକାତ୍ମକ ଛବି)

  • Share this:
News18 Odia Digital

ମୁମ୍ବାଇ: କିଛି ଦିନ ହେବ ସୋସିଆଲ ମିଡିଆରେ ବଲିଉଡ ଚଳଚ୍ଚିତ୍ରକୁ ବଏକଟ କରିବା ପାଇଁ ଏକ ଅଭିଯାନ ଚାଲିଛି। ଏହାପୂର୍ବରୁ ଲୋକମାନେ ଲାଲ ସିଂ ଚଡ୍ଡା ଓ ରକ୍ଷା ବନ୍ଧନକୁ ବିରୋଧ କରିଛନ୍ତି। ଏହା ପରେ ଲୋକମାନେ ହ୍ରିତିକ ରୋଶନଙ୍କ ବିକ୍ରମ ବେଧା ଓ ଶାହାରୁଖ ଖାନଙ୍କ ପଠାନକୁ ମଧ୍ୟ ବୟକଟ କରିବାକୁ ଦାବି କରିଥିଲେ।  ବର୍ତ୍ତମାନ ' ବଏକଟ ଟାଇଗର 3' ଟ୍ୱିଟରରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି।

ନିକଟରେ ସଲମାନ ଖାନ ଓ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଚଳଚ୍ଚିତ୍ର ଏକ ଥା ଟାଇଗର ଏହାର ୧୦ ବର୍ଷ ପୂରଣ କରିଛି। ଏହି ଅବସରରେ ସଲମାନ ଖାନ ଟାଇଗର ଘୋଷଣା କରି ତାଙ୍କ ପ୍ରଶଂସକଙ୍କୁ ଏକ ବଡ ଉପହାର ଦେଇଥିଲେ। ଗୋଟିଏ ପଟେ ପ୍ରଶଂସକମାନେ ଟାଇଗର ୩ ଆସିବାର ଆନନ୍ଦ ପାଳନ କରୁଥିଲେ।  ଅନ୍ୟପକ୍ଷରେ, କିଛି ଲୋକ ଟାଇଗର 3 କୁ ବୟକଟ କରିବା ଆରମ୍ଭ କରିଛନ୍ତି।

ଏହାପୂର୍ବରୁ ୨୦୧୨ ରେ ସଲମାନ ଖାନଙ୍କ 'ଏକ ଥା ଟାଇଗର' ମୁକ୍ତିଲାଭ କରିଥିଲା, ଯାହାକୁ ଦର୍ଶକମାନେ ବହୁତ ଭଲ ପାଇଥିଲେ। ଫିଲ୍ମର ସଫଳତା ଦେଖି 'ଟାଇଗର ଜିନ୍ଦା ହୈ' ୨୦୧୭ ରେ ଆସିଥିଲା। ସଲମାନ ଖାନ ଓ କ୍ୟାଟ୍ରିନା କୈଫଙ୍କ ଏହି ଫିଲ୍ମ ମଧ୍ୟ ଏକ ସୁପର ହିଟ୍ ବୋଲି ପ୍ରମାଣିତ ହୋଇଥିଲା। ଫିଲ୍ମର କାହାଣୀ ସହିତ ଲୋକମାନେ ଏହାର ଗୀତକୁ ମଧ୍ୟ ବହୁତ ପସନ୍ଦ କରିଥିଲେ। ସେଥିପାଇଁ ଯେତେବେଳେ ସଲମାନ ଖାନ ଟାଇଗର ୩ ଘୋଷଣା କଲେ, ସେତେବେଳେ ଫିଲ୍ମ ପ୍ରଶଂସକଙ୍କ ଉତ୍ସାହ ବଢ଼ି ଥିଲା। କିନ୍ତୁ ଫିଲ୍ମ ଘୋଷଣା ପାଇଁ ଦୁଇ ଦିନ ବିତି ପରେ boycott trend ଆରମ୍ଭ ହୋଇଛି।
Published by:Soumya Das
First published: