ବକ୍ସ ଅଫିସରେ ଫେଲ୍ ମାରିଲା ଲାଲ ସିଂ ଚଡ୍ଡା
News 18 Odia Digital
ମୁମ୍ବାଇ : ସୁପରଷ୍ଟାର ଆମୀର ଖାନ ଓ କରୀନା କପୁର ଖାନଙ୍କ ରିଲିଜ ହେଇଥିବା ଫିଲ୍ମ 'ଲାଲ ସିଂ ଚଡ୍ଡା ' ବକ୍ସ ଅଫିସରେ ଫେଲ୍ ମାରିଛି। ଆମୀର ଖାନଙ୍କ ଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଥାଏ ।କିନ୍ତୁ ଚଳିତ ଥର ଦର୍ଶକଙ୍କ ମଧ୍ୟରେ ଏଭଳି ଉତ୍ସାହ ଦେଖିବାକୁ ମିଳିନାହିଁ। ପ୍ରଥମ ଦିନରେ ୧୧.୫୦ କୋଟି ଟଙ୍କା ରୋଜଗାର କରିଥିଲା ଏହି ଫିଲ୍ମ ଚାରି ଦିନିରେ ୫୦ କୋଟି ଟଙ୍କା ଛୁଇଁ ପାରିନାହିଁ। ଆମୀର ଖାନଙ୍କ ଏହି ଫିଲ୍ମ ରିଲିଜ ପୂର୍ବରୁ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରିଥିଲା ’ବଏ କଟ୍ ଲାଲ୍ ସିଂ ଚଡ୍ଡା’।
୧୮୦ କୋଟି ଟଙ୍କାରେ ନିର୍ମିତ ଏହି ଫିଲ୍ମ ମାତ୍ର ବକ୍ସ ଅଫିସରେ ଗୁରୁବାର ଦିନ ୧୧.୫୦ କୋଟି, ଶୁକ୍ରବାର ଦିନ ୭.୨୫ କୋଟି, ଶନିବାର ଦିନ ୧୦.୦୦ କୋଟି ଟଙ୍କା ରୋଜଗାର କରିଛି। ଯାହା ଫଳରେ ୫୦ କୋଟି କ୍ଲବରେ ମଧ୍ୟ ଏ ପର୍ଯ୍ୟନ୍ତ ସାମିଲି ହେଇ ପାରିନାହିଁ।
ଆମୀରଙ୍କ ଫିଲ୍ମ ରିଲିଜ ହେଲେ ଯେଉଁଠି ହଲରେ ଟିକେଟ ମିଳେ ନାହିଁ ଏବେ ସେହି ହଲରେ ବହୁ ସଂଖ୍ୟାରେ ସିଟ୍ ଖାଲି ପଡ଼ୁଥିବାରୁ ଦେଖିବାକୁ ମିଳିଛି। ଦେଶର ବିଭିନ୍ନ ଫିଲ୍ମ ହଲରେ ଦର୍ଶକଙ୍କ ଭିଡ଼ ପରିଲିକ୍ଷିତ ହେଉନାହିଁ। ବିଭିନ୍ନ ହଲର ଟିକେଟ ମଧ୍ୟ ପୂରା ବିକ୍ରି ହେଉନାହିଁ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।