ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»କୋର୍ଟଙ୍କ ରାୟ ଶୁଣି ରାଗିଲେ ଅଭିନେତ୍ରୀ ତାପସୀ ପନ୍ନୁ; କହିଲେ ବର୍ତ୍ତମାନ କେବଳ ଏହା ବି ଶୁଣିବାକୁ ବାକି ଥିଲା

କୋର୍ଟଙ୍କ ରାୟ ଶୁଣି ରାଗିଲେ ଅଭିନେତ୍ରୀ ତାପସୀ ପନ୍ନୁ; କହିଲେ ବର୍ତ୍ତମାନ କେବଳ ଏହା ବି ଶୁଣିବାକୁ ବାକି ଥିଲା

କୌଣସି ବି ସାମାଜିକ ପ୍ରସଙ୍ଗକୁ ନେଇ ଲୋକଙ୍କ ସାମ୍ନାରେ ନିଜର ମତ ପ୍ରକାଶ କରୁଥିବା ଅଭିନେତ୍ରୀ ତାପସୀ ପନ୍ନୁ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ସଜଜରେ ଗ୍ରହଣ କରିପାରି ନାହାନ୍ତି। ସେ ଟ୍ୱିଟ୍ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

କୋର୍ଟଙ୍କ ରାୟ ଶୁଣି ରାଗିଲେ ଅଭିନେତ୍ରୀ ତାପସୀ ପନ୍ନୁ; କହିଲେ ବର୍ତ୍ତମାନ କେବଳ ଏହା ବି ଶୁଣିବାକୁ ବାକି ଥିଲା
କୋର୍ଟଙ୍କ ରାୟ ଶୁଣି ନିଜ ଅସନ୍ତୋଷ ପ୍ରକାଶ କଲେ ଅଭିନେତ୍ରୀ ତାପସୀ ପନ୍ନୁ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 27, 2021, 5:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ : ଛତିଶଗଡ଼ ହୋଇକୋର୍ଟ ସ୍ୱାମୀ ଉପରେ ସ୍ତ୍ରୀକୁ ଦୁଷ୍କର୍ମ ନେଇ ଏକ ବଡ଼ ନିଷ୍ପତ୍ତି ଶୁଣେଇଛନ୍ତି। ମାମଲାରେ ଆଇନ ଅନୁସାରେ ବିବାହିତ ପତ୍ନୀ ସହିତ ବଳପୂର୍ବକ ବା ଇଚ୍ଛା ବିରୋଧରେ ଯୌନ ସମ୍ବନ୍ଧ ବା ଯୌନକ୍ରିୟା ବଳାତ୍କାର ନୁହେଁ ବୋଲି ଛତିଶଗଡ଼ ହାଇକୋର୍ଟ କହିଛନ୍ତି। କିନ୍ତୁ ଏ କ୍ଷେତ୍ରରେ ସ୍ତ୍ରୀର ବୟସ ୧୮ ବର୍ଷରୁ କମ ନ ହୋଇଥିବା ଉଚିତ ବୋଲି କୋର୍ଟ କହିଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତିକୁ ନେଇ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚା ହେଉଛି। ଲୋକେ ଏହାକୁ ଏକ ଭୁଲ ନିଷ୍ପତ୍ତି ବୋଲି କହୁଛନ୍ତି। ଏହି ପରିପ୍ରେକ୍ଷୀରେ ବଲିଉଡ଼ ଅଭିନେତ୍ରୀ ତାପସୀ ପନ୍ନୁ ମଧ୍ୟ ଏହାକୁ ନେଇ ବର୍ଷିଛନ୍ତି।

କୌଣସି ବି ସାମାଜିକ ପ୍ରସଙ୍ଗକୁ ନେଇ ଲୋକଙ୍କ ସାମ୍ନାରେ ନିଜର ମତ ପ୍ରକାଶ କରୁଥିବା ଅଭିନେତ୍ରୀ ତାପସୀ ପନ୍ନୁ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ସଜଜରେ ଗ୍ରହଣ କରିପାରି ନାହାନ୍ତି। ସେ ଟ୍ୱିଟ୍ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ତ୍ତମାନ ତାପସୀ ପନ୍ନୁଙ୍କ ଟ୍ୱିଟ ଭାଇରାଲ ହେବାରେ ଲଗିଛି। ଏହି ଖବରର ଟ୍ୱିଟ୍ ସେୟାର କରି ସେ ଲେଖିଛନ୍ତି ଯେ “ବର୍ତ୍ତମାନ କେବଳ ଏହା ବି ଶୁଣିବାକୁ ବାକି ଥିଲା।”

ଅନ୍ୟପକ୍ଷରେ, ତାପସୀ ପନ୍ନୁଙ୍କ ବ୍ୟତୀତ ଗାୟକ ସୋନା ମହାପାତ୍ର ମଧ୍ୟ ଏହି ନିଷ୍ପତ୍ତିରେ ସହମତ ନ ଥିବା ଦେଖାଦେଇଛି। ସେ ମଧ୍ୟ ଟ୍ୱିଟ୍ କରି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଛତିଶଗଡ଼ ହାଇକୋର୍ଟର ଜଷ୍ଟିସ ଏନ. କେ ଚନ୍ଦ୍ରଭାନ୍ସିଙ୍କ କୋର୍ଟ ଏହି ନିଷ୍ପତ୍ତି ଶୁଣେଇଛନ୍ତି। ବେମେତରା ଜିଲ୍ଲାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ତାଙ୍କ ଇଚ୍ଛା ବିରୁଦ୍ଧରେ ଶାରୀରିକ ସମ୍ପର୍କ ରଖିଥିବାରୁ ତାଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ସ୍ୱାମୀ ଓ ତାଙ୍କ ପରିବାରର କିଛି ସଦସ୍ୟଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା ମଧ୍ୟ ଦାଖଲ ହୋଇଥିଲା। ଏହି ମାମଲାରେ, ବେମେତରାର ସେସନ୍ସ କୋର୍ଟ ଧାରା ୪୯୮, ୩୭୬, ୩୭୭ ଓ ୩୪ ଅନୁଯାୟୀ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ, ଯାହା ବିରୁଦ୍ଧରେ ସ୍ୱାମୀ ହାଇକୋର୍ଟରେ ଆବେଦନ କରିଥିଲେ।
Published by: Soumya Das
First published: August 27, 2021, 5:44 PM IST