ସତୀଶ କୌଶିକଙ୍କୁ ମନେପକାଇ ଭାବପ୍ରବଣ ହେଲେ ଅମିତାଭ: କହିଲେ ଆମେ ଆଉ ଜଣଙ୍କୁ ହରାଇଲୁ

ଦିବଂଗତ ଅଭିନେତା ସତୀଶ କୌଶିକଙ୍କୁ ମନେପକାଇ ଭାବପ୍ରବଣ ହୋଇଛନ୍ତି ବିଗ୍ ବି ଅମିତାଭ ବଚ୍ଚନ ।

ସତୀଶ କୌଶିକଙ୍କୁ ମନେପକାଇ ଭାବପ୍ରବଣ ହେଲେ ଅମିତାଭ: କହିଲେ ଆମେ ଆଉ ଜଣଙ୍କୁ ହରାଇଲୁ

ସତୀଶ କୌଶିକଙ୍କୁ ମନେପକାଇ ଭାବପ୍ରବଣ ହେଲେ ଅମିତାଭ: କହିଲେ ଆମେ ଆଉ ଜଣଙ୍କୁ ହରାଇଲୁ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ନିଜ ବ୍ଲଗ୍ ମାଧ୍ୟମରେ ଦିବଂଗତ ଅଭିନେତା ସତୀଶ କୌଶିକଙ୍କୁ (satish kaushik) ମନେପକାଇଛନ୍ତି ଅମିତାଭ ବଚ୍ଚନ (amitabh bachchan) । ସୁଟିଙ୍ଗ୍ ସେଟ୍ ରେ ଆହତ ହୋଇଥିବା ମେଗାଷ୍ଚାର ଅମିତାଭ ବଚ୍ଚନ ଏବେ ଧିରେ ଧିରେ ସୁସ୍ଥ ହେଉଛନ୍ତି । ଅସୁସ୍ଥ ହେବା ପରଠାରୁ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସୂଚନା ବ୍ଲଗ୍ ମାଧ୍ୟମରେ ସେୟାର କରୁଛନ୍ତି ।

ଦିବଂଗତ ଅଭିନେତା ସତୀଶ କୌସିକଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ବ୍ଲଗଟିକୁ ଆରମ୍ଭ କରିଛନ୍ତି ବିଗ୍ ବି । ୧୯୯୮ ମସିହାରେ ଆସିଥିବା ଚଳଚିତ୍ର ‘ବଡେ ମିୟାଁ ଛୋଟେ ମିୟାଁ’ ରେ ଏକାଠି ଦୁଇ ଜଣ ଅଭିନୟ କରିଥିଲୁ। ବିଗ୍ ବି ଲେଖିଛନ୍ତି କି ‘ଆମେ ଆଉ ଜଣଙ୍କୁ ହରାଇଲୁ....ସବୁଠାରୁ ସଫଳ କଳାକାର, ଏବଂ ତାଙ୍କ କ୍ୟାରିୟରରେ ସତୀଶ କୌଶିକ ସହ କାମ କରିବା ବହୁତ ପ୍ରେରଣା ଦାୟକ ଥିଲା...’ ।

ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ପ୍ରଶଂସକମାନେ ତାଙ୍କ ନିକଟକୁ ପଠାଉଥିବା ସମସ୍ତ କଳାକୃତିକୁ ସେ କିପରି ପ୍ରଶଂସା କରନ୍ତି । ସେ କହିଛନ୍ତି ଯେ ସେ ତାଙ୍କ ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେବାକୁ ସୁଯୋଗ ପାଇନାହାନ୍ତି କିନ୍ତୁ ସେ ସେମାନଙ୍କୁ କହିବାକୁ ଚହାଁନ୍ତି ଯେ ସେ ସେମାନଙ୍କ ଭଲପାଇବା ପାଇଁ କୃତଜ୍ଞ । ବିଗ୍ ବି ଆହୁରି କହିଛନ୍ତି ଯେ ତାଙ୍କ ପ୍ରଶଂସକଙ୍କ ଦ୍ୱାରା ପଠାଯାଇଥିବା କଳାକୃତି ବିଷୟରେ ସର୍ବସାଧାରଣରେ କୁହନ୍ତି ନାହିଁ, କିନ୍ତୁ ତାଙ୍କ ସାଙ୍ଗ ଓ ପରିବାର ଲୋକଙ୍କ ସହ ଆଲୋଚନା କରନ୍ତି ।

ନାଗ ଅଶ୍ୱିନଙ୍କ ଫିଲ୍ମ ‘ ପ୍ରୋଜେକ୍ଟ କେ’ରେ ଆହତ ହେବାପରେ ବିଗ୍ ବି ମୁମ୍ବାଇ ସ୍ଥିତ ନିଜ ବାସଭବନରେ ବିଶ୍ରାମ ନେଉଛନ୍ତି । ସେ ତାଙ୍କ ନୁଆ ବ୍ଲଗ୍ ର ଶେଷରେ ଏକ ସିକ୍ରେଟ୍ ନୋଟ୍ ଛାଡି ପ୍ରଶଂସକମାନଙ୍କୁ କହିଥିଲେ, ମୁଁ ଆଶାକରେ ଫେରି ଆସିବି’
ଆହତ ହେବାପରେ ବିଗ୍ ବି ଏକ ପୋଷ୍ଟ କରି ଜଣାଇଥିଲେ ଯେ ତାଙ୍କ ଅସୁସ୍ଥତା ହେତୁ ସେ ଏବର୍ଷ ନିଜ ବାସଭବନରେ ହୋଲି ପାର୍ଟିର ଆୟୋଜନ କୋରିପାରିବେ ନାହିଁ , ଯାହା ବର୍ଷ ବର୍ଷ ଧରି ପରମ୍ପରା ରହିଆସିଥିଲା ।

ଏହି ଖବର ପଢ଼ନ୍ତୁ - http://ଜନ୍ମଦିନ ପାଇଁ ନାହିଁ କେକ୍: ରୁଟି ଉପରେ ମହମବତୀ ଲଗାଇ ପାଳିଲେ ଜନ୍ମଦିନ

ବିଗ୍ ବି ଆହତ ହେବା ଦ୍ୱାରା ‘ ପ୍ରୋଜେକ୍ଟ କେ’ ସୁଟିଙ୍ଗ ବନ୍ଦ ରହିଛି । ଏହି ଫିଲ୍ମରେ ଅମିତାଭଙ୍କ ସହ ମୁଖ୍ୟ ଭୂମିକାରେ ଦୀପିକା ପାଦୁକୋନ୍ ଓ ପ୍ରଭାସ ନଜର୍ ରେ ଆସିବେ ।
Published by:Soubhagya Mishra
First published: