ମୁମ୍ବାଇରେ ନୂଆ ଫ୍ଲାଟ୍ କିଣିଲେ ଦୀପଭୀର
- News18 Odia
- Last Updated :
- New Delhi, India
News 18 Odia Digital
ମୁମ୍ବାଇ: ଅଭିନେତା ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ। ୨୦୧୮ ମସିହାରେ ବିବାହ କରିବା ପରଠାରୁ ଦୁହେଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ନିକଟରେ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ମୁମ୍ବାଇରେ ନିଜର ଏକ ନୂଆ ଫ୍ଲାଟ କିଣିଛନ୍ତି। ସୂଚନା ଅନୁଯାୟୀ ସେମାନେ ବଲିଉଡର କିଙ୍ଗଖାନ୍ ଶାହରୁଖ ଏବଂ ଭାଇଜାନ ସଲମାନଙ୍କ ପଡ଼ୋଶୀ ହେବାକୁ ଯାଉଛନ୍ତି।
ବର୍ତ୍ତମାନ ଏହି ନୂଆ ଘରର ଏକ ଭିଡିଓ ମଧ୍ୟ ରଣବୀର ଓ ଦୀପିକା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡିଓରୁ ଜଣାପଡୁଛି ଯେ ଫ୍ଲାଟ ଟି ଅତ୍ୟନ୍ତ ବିଳାସପୂର୍ଣ୍ଣ ଅଟେ। ଏହି ବିଲ୍ଡିଂ ଏବେ ନିର୍ମାଣଧୀନ ଅବସ୍ଥାରେ ରହିଛି। ବିଲ୍ଡିଂର ମେନ ଗେଟରେ ଏକ ଏଲ୍ଇଡି ଟିଭି ଲଗାଯାଇଛି।ଏହା ପୂର୍ବରୁ ଅଗଷ୍ଟ ମାସରେ ମଧ୍ୟ ଦୀପିକା-ରଣବୀର ମୁମ୍ବାଇ ରେସିଡେନ୍ସିଆଲ ଟାଓ୍ଵାର ‘ସାଗର ରେଶମ’ ରେ ଏକ ଆପାର୍ଟମେଣ୍ଟ କିଣିଥିଲେ। ରଣବୀର–ଦୀପିକାଙ୍କ ଏହି ଆପାର୍ଟମେଣ୍ଟ ସଲମାନ ଖାନ୍ ଓ ଶାହାରୁଖ ଖାନ୍ଙ୍କ ପ୍ଲଟ ମଝିରେ ଥିବା ଜଣାଯାଇଛି। ସୂଚନା ଅନୁଯାୟୀ ଏହି ଫ୍ଲାଟ୍ କୁ ସେମାନେ ୧୧୯ କୋଟି ଟଙ୍କାରେ କିଣିଛନ୍ତି।
ଦୀପିକାଙ୍କୁ ଶେଷ ଥର ପାଇଁ ସିଦ୍ଧାନ୍ତଙ୍କ ସହ ଗେହରାୟାଁରେ ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ସମୟରେ ଦୀପିକାଙ୍କୁ ବଲିଉଡର କିଙ୍ଗ ଶାହରୁଖ ଖାନଙ୍କ ବିପକ୍ଷ ରେ ଫିଲ୍ମ ପଠାନରେ ଦେଖିବାକୁ ମିଳିବ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।