ଆପଣ ଶିଳ୍ପା ଶେଟ୍ଟୀଙ୍କ ନୂଆ ମର୍ସିଡିଜ୍ ଦେଖିଛନ୍ତି କି ! ଦେଖି ଆପଣ ବି କହିବେ.. WOW !

ବର୍ତ୍ତମାନ ଶିଳ୍ପା ଶେଟ୍ଟୀ ପୁଣିଥରେ ତାଙ୍କର ନୂଆ ଲଗଜରି କାର ମର୍ସିଡିଜ୍-ଏମଜି ଜି 63 (Mercedes-AMG G63) କୁ ନେଇ ପୁଣି ଏବେ ଚର୍ଚ୍ଚାରେ ଅଛନ୍ତି ।

ଆପଣ ଶିଳ୍ପା ଶେଟ୍ଟୀଙ୍କ ନୂଆ ମର୍ସିଡିଜ୍ ଦେଖିଛନ୍ତି କି ! ଦେଖି ଆପଣ ବି କହିବେ.. WOW !

ଆପଣ ଶିଳ୍ପା ଶେଟ୍ଟୀଙ୍କ ନୂଆ ମର୍ସିଡିଜ୍ ଦେଖିଛନ୍ତି କି ! ଦେଖି ଆପଣ ବି କହିବେ.. WOW !

  • News18 Odia
  • Last Updated :
  • Share this:
News 18 Odia Digital

Shilpa Shetty New Car: ବଲିଉଡର ସବୁଠାରୁ ଚର୍ଚ୍ଚିତ ତଥା ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଶିଳ୍ପା ଶେଟ୍ଟୀ ଅନ୍ୟତମ । ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ସେ ପ୍ରାୟତଃ ଚର୍ଚ୍ଚାରେ ରହିଥା’ନ୍ତି । ବର୍ତ୍ତମାନ ଶିଳ୍ପା ଶେଟ୍ଟୀ ପୁଣିଥରେ ତାଙ୍କର ନୂଆ ଲଗଜରି କାର ମର୍ସିଡିଜ୍-ଏମଜି ଜି 63 (Mercedes-AMG G63) କୁ ନେଇ ପୁଣି ଏବେ ଚର୍ଚ୍ଚାରେ ଅଛନ୍ତି ।

ନିକଟରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କୁ ମର୍ସିଡିଜ-ଏମଜି ଜି 63 ଏସୟୁଭିରେ ଦେଖିବାକୁ ମିଳିଛି । ରିପୋର୍ଟ ଅନୁଯାୟୀ, ଏହି ଏସୟୁଭି ଗାଡିର ମୂଲ୍ୟ ପ୍ରାୟ 2.28 କୋଟି ଟଙ୍କା । ଏହି ଗାଡି ବାସ୍ତବରେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କର ବୋଲି କୁହାଯାଉଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏହି ରୋଜ ଗୋଲ୍ଡ ରଙ୍ଗର ମର୍ସିଡିଜ-ଏମଜି ଜି 63 ରେ କୌଣସି ସ୍ଥାନକୁ ଯାଉଥିବାର ନଜର ଆସିଛନ୍ତି । କିଛି ଦିନ ପୂର୍ବରୁ ଶିଳ୍ପା ଶେଟ୍ଟୀ ତାଙ୍କର ନୂଆ ବିଳାସପୂର୍ଣ୍ଣ ଭ୍ୟାନିଟି ଭ୍ୟାନର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଭ୍ୟାନିଟି ଭ୍ୟାନ୍ ଶିଳ୍ପା ଶେଟ୍ଟି ନିଜର ଜନ୍ମଦିନରେ କିଣିଥିଲେ ।

ବାସ୍ତବ ଜୀବନରେ ଶିଳ୍ପା ଶେଟ୍ଟୀ ଯେତେ ସକ୍ରିୟ, ସେତିକି ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ ଅଛନ୍ତି । ସେ ତାଙ୍କ ପ୍ରଶଂସକମାନଙ୍କୁ ତାଙ୍କ ଜୀବନ ବିଷୟରେ ଅପଡେଟ ଦିଅନ୍ତି । ସେ ତାଙ୍କ ଘରର କାର୍ଯ୍ୟ ହେଉ କିମ୍ବା ତାଙ୍କ ଦ୍ୱାରା କିଣାଯାଇଥିବା କିଛି ନୂଆ ଜିନିଷ ।
Published by:Soubhagya Mishra
First published: