ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ବିଦେଶରେ ବି କମ ନାହାଁନ୍ତି ସଲମାନ ଖାନଙ୍କ ଫ୍ଯାନ; ସୁଟିଂ ସେଟରୁ ଭିଡ଼ିଓ ହେଲା ଭାଇରାଲ

ବିଦେଶରେ ବି କମ ନାହାଁନ୍ତି ସଲମାନ ଖାନଙ୍କ ଫ୍ଯାନ; ସୁଟିଂ ସେଟରୁ ଭିଡ଼ିଓ ହେଲା ଭାଇରାଲ

ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ କିଛି ସମୟ ବାହାର କରି ସଲମାନ ଖାନ ଫିଲ୍ମର ସେଟରେ ଅନ୍ତର୍ଜାତୀୟ ପ୍ରଶଂସକଙ୍କ ସହ ସେଲଫି ନେଇଥିଲେ। ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଛାଇ ଯାଇଛି।

ବିଦେଶରେ ବି କମ ନାହାଁନ୍ତି ସଲମାନ ଖାନଙ୍କ ଫ୍ଯାନ; ସୁଟିଂ ସେଟରୁ ଭିଡ଼ିଓ ହେଲା ଭାଇରାଲ
ବିଦେଶରେ ଟାଇଗର ୩ର ସୁଟିଂ କରୁଛନ୍ତି ସଲମାନ ଖାନ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 24, 2021, 2:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଆଜିକାଲି ବଲିଉଡ଼ ସୁପରଷ୍ଟାର ସଲମାନ ଖାନ ଟାଇଗର ଫ୍ରାଞ୍ଚାଇଜର ପରବର୍ତ୍ତୀ ଫିଲ୍ମ ଅର୍ଥାତ ‘ଟାଇଗର ୩’ ର ସୁଟିଂରେ ବ୍ୟସ୍ତ ଅଛନ୍ତି। ‘ଟାଇଗର ୩’ ର ସୁଟିଂ ପାଇଁ ସଲମାନ ବର୍ତ୍ତମାନ ଋଷରେ ଅଛନ୍ତି। ଫିଲ୍ମର ସୁଟିଂ ପାଇଁ କ୍ୟାଟ୍ରିନା ଋଷରେ ମଧ୍ୟ ପହଞ୍ଚିଛନ୍ତି। ଏହି ଅବସରରେ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ କିଛି ସମୟ ବାହାର କରି ସଲମାନ ଖାନ ଫିଲ୍ମର ସେଟରେ ଅନ୍ତର୍ଜାତୀୟ ପ୍ରଶଂସକଙ୍କ ସହ ସେଲଫି ନେଇଥିଲେ। ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଛାଇ ଯାଇଛି। ଅଭିନେତାଙ୍କ ଫ୍ୟାନପେଜରୁ ତାଙ୍କର ଏକ ଭିଡ଼ିଓ ସେୟାର କରାଯାଇଛି। ଯେଉଁଥିରେ ସେ ତାଙ୍କ ପ୍ରଶଂସକଙ୍କ ସହ ସେଲଫି ପାଇଁ ପୋଜ ଦେଉଥିବା ଦେଖିବାକୁ ମିଳେ।

ଭିଡ଼ିଓରେ ସଲମାନ ଖାନ ବରଗଣ୍ଡି କଲରର ଫୁଲ ଟି-ସାର୍ଟ ଓ ଏକ ଟୋପିରେ ନଜର ଆସିଛନ୍ତି। ସେ ନିଜ ପ୍ରଶଂସକଙ୍କ ସହ ସେଲଫି ପାଇଁ ପୋଜ ଦେଇଛନ୍ତି ଓ ତା’ପରେ ସେଠାରୁ ଚାଲିଯାଇଛନ୍ତି। ୟଶ ରାଜ ଫିଲ୍ମ ଆକ୍ସନ-ଥ୍ରୀଲରରେ ସଲମାନ ଓ କ୍ୟାଟ୍ରିନା ପୁଣି ଥରେ ଗୁପ୍ତଚର ଏଜେଣ୍ଟ-ଟାଇଗର ଓ ଜୋୟା ଭାବରେ ଦେଖାଯିବେ। ନିକଟରେ ଟାଇଗର ୩ ର ସେଟରୁ ଆଉ ଏକ ଭିଡ଼ିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ସଲମାନ ଖାନଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା ​।

ସେହିପରି ସାମ୍ନାକୁ ଆସିଥିବା ଅନ୍ୟ ଏକ ଭିଡ଼ିଓରେ ସଲମାନ ତାଙ୍କ ଋଷୀୟ ପ୍ରଶଂସକଙ୍କୁ ଅଭିବାଦନ କରୁଥିବା ଦେଖିବାକୁ ମିଳେ। ଏଥିରୁ ଜଣାଯାଉଛି ଯେ ସଲମାନଙ୍କ ଫ୍ୟାନ କେବଳ ଭାରତୀୟ ନୁହେଁ ବିଦେଶୀ ମଧ୍ୟ ଛାଇ ଯାଇଛନ୍ତି। ପ୍ରକାଶ ଥାଉ ଯେ ସଲମାନ ଖାନ ଓ କ୍ୟାଟ୍ରିନା କୈଫଙ୍କ ବ୍ୟତୀତ ଇମ୍ରାନ ହାସମି ମଧ୍ୟ ‘ଟାଇଗର ୩’ରେ ଦେଖିବାକୁ ମିଳିବେ। ଏହା ପ୍ରଥମ ଥର ଯେ ଗୋଟିଏ ଫିଲ୍ମରେ ସଲମାନ ଖାନଙ୍କ ସହ ଇମ୍ରାନ ହାଶମୀଙ୍କୁ ଦେଖିବାକୁ ମିଳିବ।

କେବଳ ଏତିକି ନୁହେଁ, ଇମ୍ରାନ ହାଶମୀ ତାଙ୍କ ଅଭିନୟ କ୍ୟାରିୟରରେ ପ୍ରଥମ ଥର ପାଇଁ ୟଶ ରାଜ ଫିଲ୍ମର କୌଣସି ଏକ ସିନେମାରେ ନଜର ଆସିବେ। ତେବେ ‘ଟାଇଗର ୩’ରେ ଇମ୍ରାନଙ୍କୁ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ସେ ଏଥିରେ ଜଣେ ଭିଲେନ ଭୂମିକାରେ ନଜର ଆସିବେ। ସଲମାନ କିଛି ଦିନ ପୂର୍ବରୁ ତାଙ୍କ କୋ-ଷ୍ଟାର୍ କ୍ୟାଟ୍ରିନା କୈଫଙ୍କ ସହ ଋଷ ଯାଇଥିଲେ। ସେ ମୁମ୍ବାଇ ବିମାନବନ୍ଦରରେ ଏକ କଳା ପୋଷାକ ପିନ୍ଧିଥିବାର ନଜର ଆସିଥିଲେ।
Published by: Soumya Das
First published: August 24, 2021, 2:15 PM IST