ଖୋଲା ସାର୍ଟରେ ଷ୍ଟାଇଲ ଦେଖାଇ ଫଟୋ ସୁଟ କରିଛନ୍ତି ରିୟା ଚକ୍ରବର୍ତ୍ତୀ; ଫଟୋ ଦେଖି ପାଗଳ ହେଲେ ପ୍ରଶଂସକ

ପ୍ରଶଂସକଙ୍କ ହୃଦୟ କିପରି ଚୋରୀ କରିବେ ରିୟା ଚକ୍ରବର୍ତ୍ତୀ ଏହା ଭଲ ଭାବେ ଜାଣନ୍ତି । ଅଭିନେତ୍ରୀ ତାଙ୍କର ନୂତନ ଅପଡେଟ୍ ଫଟୋକୁ ନେଇ ଚର୍ଚ୍ଚାରେ ଅଛନ୍ତି, ଯାହାକୁ ସେ କିଛି ସମୟ ପୂର୍ବରୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଖୋଲା ସାର୍ଟରେ ଷ୍ଟାଇଲ ଦେଖାଇ ଫଟୋ ସୁଟ କରିଛନ୍ତି ରିୟା ଚକ୍ରବର୍ତ୍ତୀ; ଫଟୋ ଦେଖି ପାଗଳ ହେଲେ ପ୍ରଶଂସକ

ଖୋଲା ସାର୍ଟରେ ଷ୍ଟାଇଲ ଦେଖାଇ ଫଟୋ ସୁଟ କରିଛନ୍ତି ରିୟା ଚକ୍ରବର୍ତ୍ତୀ; ଫଟୋ ଦେଖି ପାଗଳ ହେଲେ ପ୍ରଶଂସକ

  • News18 Odia
  • Last Updated :
  • Mumbai, India
  • Share this:
News 18 Odia Digital

Rhea Chakraborty Photos: ପ୍ରଶଂସକଙ୍କ ହୃଦୟ କିପରି ଚୋରୀ କରିବେ ରିୟା ଚକ୍ରବର୍ତ୍ତୀ ଏହା ଭଲ ଭାବେ ଜାଣନ୍ତି । ଅଭିନେତ୍ରୀ ତାଙ୍କର ନୂତନ ଅପଡେଟ୍ ଫଟୋକୁ ନେଇ ଚର୍ଚ୍ଚାରେ ଅଛନ୍ତି, ଯାହାକୁ ସେ କିଛି ସମୟ ପୂର୍ବରୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।



ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ସୋସିଆଲ ମିଡିଆରେ ତାଙ୍କର କିଛି ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି।



ଅତ୍ୟାଧୁନିକ ଚିତ୍ରଗୁଡ଼ିକରେ ରିୟାଙ୍କ ଅନ୍ଦାଜ ବହୁତ ଗ୍ଲାମରିଅସ୍ ଦେଖାଯାଉଛି । ଫଟୋରେ ତାଙ୍କର ସୌନ୍ଦର୍ଯ୍ୟ ଓ ଫିଗର୍ ଦେଖିବାକୁ ମିଳୁଛି ।



ରିୟା ତାଙ୍କର ନୂତନ ଇନଷ୍ଟାଗ୍ରାମରେ ମୋଟ ଚାରିଟି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ଚେୟାରରେ ବସି ବିଭିନ୍ନ ଶୈଳୀରେ ପୋଜ୍ କରୁଥିବା ନଜର ଆସିଛନ୍ତି ।

ଇନଷ୍ଟାଗ୍ରାମରେ ନିଜର ସିଜଲିଙ୍ଗ ଓ ରିବିଲିଙ୍ଗ ଫଟୋ ସେୟାର କରି ରିୟା କ୍ୟାପସନରେ ଲେଖିଛନ୍ତି, ' ସୁରଜ୍ ଆପ ମେ ଭି ଚମକତା ହେ' ।

ଫଟୋରେ ଥିବା ଲୁକରେ କହିବାକୁ ଗଲେ ରିୟା ମଲ୍ଟି ରଙ୍ଗର ଓପନ୍ ସାର୍ଟରେ ମେଳ ଖାଉଥିବା ରଙ୍ଗର ଅନ୍ତଃବସ୍ତ୍ର ପିନ୍ଧିଥିବାର ନଜର ଆସିଛନ୍ତି । ସେ ଚୁଟିକୁ ବାନ୍ଧିବା ସହ କାନରେ ଏକ ଗୋଲ୍ଡ କାନଫୁଲ ପିନ୍ଧି ନିଜର ଲୁକକୁ କମ୍ପ୍ଲିଟ କରିଛନ୍ତି।

ରିୟାଙ୍କର ଏହି ନୂଆ ଫଟୋ ଓ କ୍ୟାପସନ୍ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି । ଏକ ଘଣ୍ଟା ମଧ୍ୟରେ ୪୦ ହଜାରରୁ ଅଧିକ ଲୋକ ତାଙ୍କ ପୋଷ୍ଟରେ ପ୍ରତିକ୍ରିୟା ଦେଇଛନ୍ତି । ରିୟାଙ୍କ ପୋଷ୍ଟରେ ଜଣେ ପ୍ରଶଂସକ ଲେଖିଛନ୍ତି - ' ଚମକୁଥିବା ତାରା' ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି- 'ସର୍ବଦା ଉଜ୍ଜ୍ୱଳ ଓ ଖୁସିରେ ରୁହ' ଅନ୍ୟ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ମନ୍ତବ୍ୟ ଦେଇଛନ୍ତି, 'ବହୁତ ଭଲ ଦେଖାଯାଉଛ ରିୟା ' । ଏହା ବ୍ୟତୀତ ପ୍ରଶଂସକମାନେ ରେଡ ହାର୍ଟ, ଫାୟାର ଓ ଫୁଲ ଇମୋଜି ଦେଇ ରିୟାଙ୍କୁ ପ୍ରଶଂସା କରିଛନ୍ତି ।

ରିୟା ତାଙ୍କ ସୌନ୍ଦର୍ଯ୍ୟ ଓ ଗ୍ଲାମରସ୍ ଷ୍ଟାଇଲ୍ ପାଇଁ ପ୍ରାୟତଃ ହେଡଲାଇନରେ ଥାଆନ୍ତି । ଅନ୍ୟ ବଲିଉଡ ସେଲିବ୍ରେଟିଙ୍କ ପରି ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ଅଟନ୍ତି । ସେ ପ୍ରତିଦିନ ନିଜର ନୂଆ ଫଟୋ ସେୟାର କରିଥା’ନ୍ତି। ଯାହାକୁ ଦେଖି ପ୍ରଶଂସକ ପ୍ରଶଂସା ନକରି ରହିପାରନ୍ତି ନାହିଁ ।

ରିୟା ଏହିପରି ଅନେକ ବଲିଉଡ୍ ଚଳଚ୍ଚିତ୍ରରେ କାମ କରିଛନ୍ତି । ଯଦିଓ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ମାମଲାରେ ତାଙ୍କ ନାଁ ଆସିବା ପରେ ସେ ସବୁବେଳେ ଚର୍ଚ୍ଚାରେ ଥିଲେ । ଏହି ମାମଲାରେ ଧରାପଡ଼ିବା ପରେ ରିୟା ଲାଇମଲାଇଟ୍ ଠାରୁ ଦୂରକୁ ଚାଲି ଯାଇଥିଲେ । ତେବେ ସମୟ ସହିତ ରିୟା ମଧ୍ୟ ସ୍ୱାଭାବିକ ହୋଇପାରିଛନ୍ତି । ଏହା ସହିତ, ସେ ନିଜକୁ ସକାରାତ୍ମକ ଅନୁଭବ କରିବା ଓ ସବୁକିଛି ଭୁଲି ଦିନକୁ ସୁନ୍ଦର କରିବା ପାଇଁ ସୋସିଆଲ ମିଡିଆରେ ପ୍ରେରଣାଦାୟକ ବାଣୀ ସେୟାର କରିଥା’ନ୍ତି ।
Published by:Soubhagya Mishra
First published: