News 18 Odia Digital
Ranveer Singh Nude photoshoot controversy : ନଗ୍ନ ଫଟୋସୁଟ ବିବାଦକୁ ନେଇ ରଣବୀର ସିଂ ମୁମ୍ବାଇ ପୋଲିସ ନିକଟରେ ନିଜର ବୟାନ ଦେଇଛନ୍ତି । ରଣବୀର ସିଂ ତାଙ୍କ ବୟାନକୁ କେମ୍ବୁର ପୋଲିସ ଷ୍ଟେସନରେ ରେକର୍ଡ କରିଛନ୍ତି । ରଣବୀର ସିଂ ଏକ ପତ୍ରିକା ପାଇଁ ଏକ ନଗ୍ନ ଫଟୋସୁଟ କରିଥିଲେ, ଯାହା ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଅଭିନେତା ରଣବୀର ସିଂ ତାଙ୍କ ଲିଗାଲ ଟିମ୍ ସହିତ ମୁମ୍ବାଇର ଚେମ୍ବୁର ପୋଲିସ ଷ୍ଟେସନରେ ଆଜି ସକାଳ ପ୍ରାୟ ୭.୩୦ ସମୟରେ ପହଞ୍ଚି ତାଙ୍କ ବୟାନ ରେକର୍ଡ କରିଛନ୍ତି । ରଣବୀରଙ୍କୁ ମୁମ୍ବାଇ ପୋଲିସ ପକ୍ଷରୁ ଏକ ନୋଟିସ ଦିଆଯାଇଥିଲା, ଯେଉଁଥିରେ ତାଙ୍କୁ ପୋଲିସ ସମ୍ମୁଖରେ ହାଜର ହେବାକୁ ପଡ଼ିଲା ।
ଆଇପିସିର ବିଭିନ୍ନ ଧାରାରେ ରଣବୀରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କ ବିରୋଧରେ ଆଇପିସି ଧାରା ୨୯୨, ୨୯୪, ୫୦୯ ଓ ଆଇଟି ଆକ୍ଟର ଧାରା ୬୭A ଅନୁଯାୟୀ ଏକ ଅଭିଯୋଗ ପଞ୍ଜିକୃତ ହୋଇଛି ।
ମୁମ୍ବାଇ ପୋଲିସ ପ୍ରାୟ ଦୁଇ ଘଣ୍ଟା ଧରି ରଣବୀର ସିଂଙ୍କ ବୟାନ ରେକର୍ଡ କରିଥିଲା । ପୋଲିସ ରଣବୀରଙ୍କୁ ଅଗଷ୍ଟ ୩୦ ରେ ଅର୍ଥାତ୍ ଆସନ୍ତାକାଲି ହାଜର ହେବାକୁ ଡକାଇଥିଲା, କିନ୍ତୁ ସେ ଆଜି ପୋଲିସ ଷ୍ଟେସନରେ ପହଞ୍ଚି ତାଙ୍କ ବୟାନ ରେକର୍ଡ କରିଛନ୍ତି ।
ପଚରାଉଚରା ବେଳେ ପୋଲିସ ରଣବୀରଙ୍କୁ ଅନେକ ପ୍ରଶ୍ନ ପଚାରିଥିଲା, କେଉଁ କମ୍ପାନୀ ସହିତ ନଗ୍ନ ଫଟୋ ସୁଟ୍ ପାଇଁ ଚୁକ୍ତି ହୋଇଥିଲା, ଫଟୋସୁଟ୍ କେବେ ଏବଂ କେଉଁଠାରେ କରାଯାଇଥିଲା, ଏପରି ସୁଟ ଲୋକମାନଙ୍କର ଭାବନାକୁ ଆଘାତ ଦେଇପାରେ, ଆପଣ ଏହା ବିଷୟରେ ଜାଣିଛନ୍ତି କି? ପୋଲିସ ସୂତ୍ର ଅନୁଯାୟୀ, ଏହି ପ୍ରଶ୍ନର ଉତ୍ତର ଦେଇ ରଣବୀର ସିଂ କହିଛନ୍ତି ଯେ ସେ ନିର୍ଦ୍ଦୋଷ । ଏହି ଭଳି ଫଟୋ ସୁଟ୍ ତାଙ୍କ ପାଇଁ ଅସୁବିଧା ସୃଷ୍ଟି କରିବ ବୋଲି ତାଙ୍କର କୌଣସି ଧାରଣା ନଥିଲା ବୋଲି ଅଭିନେତା ତାଙ୍କ ବୟାନରେ କହିଛନ୍ତି । ତାଙ୍କର ଉଦ୍ଦେଶ୍ୟ କାହାର ଭାବନାକୁ ଆଘାତ କରିବା ନୁହେଁ । ପ୍ରାୟ ଦୁଇ ଘଣ୍ଟା ପଚରାଉଚରା ପରେ ରଣବୀର ସିଂ ଓ ତାଙ୍କ ଲିଗାଲ ଟିମ୍ ଆଗକୁ ମଧ୍ୟ ତଦନ୍ତରେ ସହଯୋଗ କରିବେ ବୋଲି ପୋଲିସକୁ ଆଶ୍ୱାସନା ଦେଇଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।