News 18 Odia Digital
ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ଆନନ୍ଦ ପଣ୍ଡିତ ନିକଟରେ ଏକ ବଡ଼ ଘୋଷଣା କରିଛନ୍ତି। ୨୦୧୧ରେ ମୁକ୍ତିଲାଭ କରିଥିବା ଫିଲ୍ମ ଦେଶୀ ବଏଜ୍ ର କ୍ରେଜ୍ ଆଜିଯାଏଁ ଦର୍ଶକ ଙ୍କ ମନରେ ଅଛି। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଏବଂ ଜନ୍ ଅବ୍ରହାମଙ୍କ ଦେଶୀ ଯୋଡି ପ୍ରଶଂସକଙ୍କୁ ବହୁତ ମନୋରଞ୍ଜନ କରିଥିଲେ। ଖୁସି ଖବର ହେଉଛି ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ ମଧ୍ୟ ଖୁବ୍ ଶୀଘ୍ର ସାମ୍ନାକୁ ଆସିବାକୁ ଯାଉଛି।
ଆନନ୍ଦ ପଣ୍ଡିତ ଦେଶୀ ବଏଜ ସିକ୍ୱେଲ ଏବଂ ଓମକାରାର ରିମେକ ବିଷୟରେ ପ୍ରଶଂସକଙ୍କ ସହ ଟ୍ୱିଟ କରି ସେୟାର କରିଛନ୍ତି। ସେ ଲେଖିଛନ୍ତି, 'ଦେଶୀ ବଏଜ୍'ର ସିକ୍ୱେଲ୍ ଏବଂ' ଓମକାରା'ର ରିମେକ୍ ଘୋଷଣା କରି ଅତ୍ୟନ୍ତ ଆନନ୍ଦିତ। ଏହି ପୋଷ୍ଟ ପରେ ପ୍ରଶଂସକଙ୍କ ଖୁସିର କୌଣସି ସୀମା ନାହିଁ।
ଦେଶୀ ବଏଜ୍ ରୋହିତ ଧୱନଙ୍କ ନିର୍ଦ୍ଦେଶିତ ଏକ ରୋମାଣ୍ଟିକ୍ କମେଡି ଫିଲ୍ମ।ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର, ଜନ୍ ଅବ୍ରହାମ, ଦୀପିକା ପାଦୁକୋନ ଏବଂ ଚିତ୍ରଙ୍ଗଦା ସିଂ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସଞ୍ଜୟ ଦତ୍ତ ଏହି ଫିଲ୍ମରେ କେମୋ କରିଥିଲେ।
ସେହିପରି ଓମକାରା ଚଳଚ୍ଚିତ୍ରଟି ବିଶାଲ ଭରଦ୍ୱାଜଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଜୟ ଦେବଗନ, କରୀନା କପୁର, ସୈଫ ଅଲ୍ଲି ଖାନ, କନକୋନା ସେନ, ବିବେକ ଓବରୋଇ ଏବଂ ବିପାଶା ବସୁ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରଟି କେବଳ ବକ୍ସ ଅଫିସରେ ହିଟ୍ ହୋଇନଥିଲା, ବରଂ ଫିଲ୍ମଟି ସମାଲୋଚକମାନଙ୍କଠାରୁ ମଧ୍ୟ ପ୍ରଶଂସା ପାଇଥିଲା। ଏହି ଚଳଚ୍ଚିତ୍ରଟି ୫୪ ତମ ଜାତୀୟ ପୁରସ୍କାରରେ ୩ଟି ପୁରସ୍କାର ପାଇଛି। ଏହି ଚଳଚ୍ଚିତ୍ର ପାଇଁ ନେଗେଟିଭ ରୋଲରେ ଶ୍ରେଷ୍ଠ ଅଭିନେତା ଭାବରେ ସୈଫ ଅଲ୍ଲି ଖାନ ମଧ୍ୟ ଫିଲ୍ମଫେୟାର ପୁରସ୍କାର ପାଇଥିଲେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।