ଇନ୍ଦିରା ଗାନ୍ଧୀଙ୍କ ଲୁକରେ ନଜର ଆସିଲେ କଙ୍ଗନା ; ଏମରଜେନ୍ସିରେ ଆସିଲା ଫାଷ୍ଟ ଲୁକ୍

ଇନ୍ଦିରା ଗାନ୍ଧୀଙ୍କ ଲୁକରେ ନଜର ଆସିଲେ କଙ୍ଗନା ।

ଇନ୍ଦିରା ଗାନ୍ଧୀଙ୍କ ଲୁକରେ ନଜର ଆସିଲେ କଙ୍ଗନା ।

  • Share this:
News 18 Odia Digital

ମୁମ୍ୱାଇ; କଙ୍ଗନା ରାନାୱତଙ୍କ ନୂଆ ଚଳଚ୍ଚିତ୍ର ଏମର୍ଜେନ୍ସିର ପ୍ରଥମ ଲୁକ୍ ଆଉଟ୍ ହୋଇଛି । ବର୍ତ୍ତମାନ ଏହି ଅଭିନେତ୍ରୀ ପ୍ରଶଂସକଙ୍କ ମଧ୍ୟରେ ଧମାଲ ସୃଷ୍ଟି କରିବାକୁ ପ୍ରସ୍ତୁତ । ଏହି ଚଳଚ୍ଚିତ୍ରରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିଛନ୍ତି ।

ବଲିଉଡର ଧାକଡ ଗାର୍ଲ୍ କଙ୍ଗନା ରନାୱତ ପୁଣିଥରେ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । କଙ୍ଗନା ରନାୱତ ତାଙ୍କର ନୂଆ ଚଳଚ୍ଚିତ୍ର ଏମର୍ଜେନ୍ସି ରେ ପ୍ରଥମ ଲୁକ୍ ସହିତ ଦର୍ଶକଙ୍କ ମଧ୍ୟରେ ଧମାଲ କରିବାକୁ ପ୍ରସ୍ତୁତ । ଏହି ଚଳଚ୍ଚିତ୍ରରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିଛନ୍ତି । ଯାହାର ପ୍ରଥମ ଟିଜର ରିଲିଜ ହୋଇଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।


ଏହାର କିଛି ସମୟ ପୂର୍ବରୁ ଅଭିନେତ୍ରୀ ଇନଷ୍ଟାଗ୍ରାମରେ ତାଙ୍କର ଆଗାମୀ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ସେୟାର କରିଥିଲେ । ଯାହାକୁ ଏପର୍ଯ୍ୟନ୍ତ ୧ ଲକ୍ଷ ଲୋକ ପସନ୍ଦ କରିଛନ୍ତି । ଏହି ପୋଷ୍ଟ ପରେ ଅଭିନେତ୍ରୀ ଟିଜର ରିଲିଜ କରିଥିଲେ । ଯାହାକୁ ଏପର୍ଯ୍ୟନ୍ତ ୬ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଥିବାବେଳେ ୪ ଜାରରୁ ଅଧିକ ଲୋକ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି ।
ଏହି ଟିଜରରେ ତାଙ୍କ PA 'ଆମେରିକାର ରାଷ୍ଟ୍ରପତି ତାଙ୍କୁ ମ୍ୟାଡାମ ବୋଲି କହିପାରିବେ କି ବୋଲି ପଚାରିଛନ୍ତି । ଯେଉଁଥିରେ ଅଭିନେତ୍ରୀ ଉତ୍ତର ଦେଇଛନ୍ତି- 'ଠିକ ଅଛି, କିନ୍ତୁ ସେମାନଙ୍କୁ କୁହ ମୋ ଅଫିସରେ ସମସ୍ତେ ମୋତେ ସାର୍ ବୋଲି ଡାକନ୍ତି ।
Published by:Soubhagya Mishra
First published: