ପ୍ରଥମ ଦିନରେ ଶହେ କୋଟି ଉପରେ ରୋଜଗାର କଲା ସିନେମା 'ପଠାନ'; ଶାହାରୁଖ ବକ୍ସ ଅଫିସର କିଙ୍ଗ

ସାରା ବିଶ୍ୱରୁ ୧୦୦ କୋଟିରୁ ଅଧିକ ଆୟ କରିଛି ଶାହାରୁଖଙ୍କ ସିନେମା 'ପଠାନ' । ଏପରି ସଫଳତା ଶାହାରୁଖ ଖାନଙ୍କୁ ବକ୍ସ ଅଫିସର ବାଦଶାହା କରିଛି ।

ପ୍ରଥମ ଦିନରେ ଶହେ କୋଟି ଉପରେ ରୋଜଗାର କଲା ସିନେମା 'ପଠାନ'

ପ୍ରଥମ ଦିନରେ ଶହେ କୋଟି ଉପରେ ରୋଜଗାର କଲା ସିନେମା 'ପଠାନ'

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ବଲିଉଡର (Bollywood ) ବହୁ ଚର୍ଚ୍ଚିତ ସିନେମା ତଥା ଶାହାରୁଖ ଖାନଙ୍କ 'ପଠାନ' (Pathaan) ଟଙ୍କା ରୋଜଗାର କରିବାରେ ବକ୍ସ ଅଫିସରେ ରେକର୍ଡ କରିଛି  । ସିନେମା ବିଷୟରେ କ୍ରମାଗତ ଭାବରେ ଆସୁଥିବା ପ୍ରତିକ୍ରିୟାରୁ ଜଣାପଡିଛି ଯେ, ଶାହାରୁଖ ଖାନଙ୍କୁ (Shaharukh Khan) ଏହି ଫିଲ୍ମ ମାଧ୍ୟମରେ ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତି । ପଠାନ ସିନେମା ରିଲିଜର ପ୍ରଥମ ଦିନରେ ସାରା ବିଶ୍ୱରେ ଚର୍ଚ୍ଚା ପରିସରକୁ ଆସିଛି । ବ୍ୟବସାୟ ବିଷୟରେ କହିବାକୁ ଗଲେ ସାରା ବିଶ୍ୱରୁ ୧୦୦ କୋଟିରୁ ଅଧିକ ଆୟ କରିଛି । ଏପରି ସଫଳତା ଶାହାରୁଖ ଖାନଙ୍କୁ ବକ୍ସ ଅଫିସର ବାଦଶାହା କରିଛି ।

ସିନେମା ତଥା ଅର୍ଥ ବିଶେଷଜ୍ଞ ରମେଶ ବାଲା ଶାହରୁଖ ଖାନଙ୍କ ଏକ ଟୁଇଟ ଏବେ ଭାଇରାଲ ହେବାରେ ଲାଗିଛି । ସେ ପଠାନ ସିନେମା ବିଷୟରେ ଟୁଇଟ୍ କରି ଲେଖିଛନ୍ତି ଯେ, ସାରା ବିଶ୍ୱରେ 'ପଠାନ  ୧୦୦ କୋଟି ଟଙ୍କାରୁ ଅଧିକ ସଂଗ୍ରହ କରିଛି । ୟୁଏଇ ସମେତ ସିଙ୍ଗାପୁରରେ ମଧ୍ୟ ପଠାନ ଭଲ ପ୍ରଦର୍ଶନ କରିଛି। ପ୍ରଥମ ଦିନରେ ୧୦୦କୋଟି ଟଙ୍କା ହାସଲ କରିଥିବା ପ୍ରଥମ ଅଭିନେତା ଶାହାରୁଖ ହୋଇଥିବା ନେଇ ଏବେ ଚର୍ଚ୍ଚା ଚାଲିଛି ।

ଆଦିତ୍ୟ ଚୋପ୍ରାଙ୍କ ଦ୍ୱାରା ନିର୍ମିତ ହୋଇଥିବା ଶାହରୁଖ ଖାନଙ୍କ 'ପଠାନ' ଫିଲ୍ମର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ବେଶ୍ ଖୁସିଥିବା ଜଣାପଡିଛି । ଏହି ଚଳଚ୍ଚିତ୍ରରେ ଶାହରୁଖ ଖାନ, ଦୀପିକା ପାଦୁକୋନ, ଡିମ୍ପଲ କାପାଡିଆ ,ଜନ୍ ଆବ୍ରାହମ, ଏବଂ ଆଶୁତୋଷ ରାଣା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଚାରି ବର୍ଷ ପରେ ଶାହାରୁଖ ଖାନ ବଡ଼ ପରଦାକୁ ଫେରିଥିବାରୁ ଶାହାରୁଖଙ୍କ ଅଭିନୟ ଦେଖିବାକୁ ପ୍ରଶଂସକ ସିନେମା ହଲ ସାମ୍ନାରେ ଭିଡ ଜମାଇଛନ୍ତି । ପଠାନ ପରେ ଶାହାରୁଖଙ୍କ ଆଉ ଦୁଇଟି ସିନେମା ଆସିବାକୁ ଯାଉଛି ।

ପଢ଼ନ୍ତୁ ଏହି ଖବର - http://ପୁରୁଷ ବନିଲେ ମାଆ; କନ୍ୟାକୁ ଜନ୍ମ ଦେଲେ.. ମାଆ ହୋଇ କ୍ଷୀର ପିଆଇଲେ
Published by:Soubhagya Mishra
First published: