ଫିଲ୍ମ ନିର୍ମାତା ସାୱନ କୁମାରଙ୍କ ଦେହାନ୍ତ; ଚିକିତ୍ସା ସମୟରେ ଆସିଲା ହାର୍ଟ ଆଟାକ୍

ସାୱନଙ୍କ ଜ୍ୱାଇଁ ନବୀନ କୁମାର କହିଛନ୍ତି ଯେ ହୃଦଘାତ ଓ ଏକାଧିକ ଅଙ୍ଗ ବିଫଳ ହେତୁ ତାଙ୍କର ମୃତ୍ୟୁ ଘଟିଛି। ସେ ଗତ ଦୁଇ ଦିନ ଧରି ଧୀରବାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର କିଡନୀ ସମ୍ବନ୍ଧୀୟ ରୋଗ ହୋଇଥିଲା।

ଫିଲ୍ମ ନିର୍ମାତା ସାୱନ କୁମାରଙ୍କ ଦେହାନ୍ତ

ଫିଲ୍ମ ନିର୍ମାତା ସାୱନ କୁମାରଙ୍କ ଦେହାନ୍ତ

  • Share this:
News18 Odia Digital

ମୁମ୍ବାଇ: ଭେଟେରାନ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ତଥା ଲେଖକ ସାୱନ କୁମାର ଟାକଙ୍କର ୮୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ଗତ କିଛି ଦିନ ହେବ ସାୱନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମୁମ୍ବାଇର କୋକିଲାବେନ୍ ଧିରୁବାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ସମୟରୁ ସେ ଫୁସଫୁସ୍ ଜନିତ ରୋଗରେ ଆକ୍ରାନ୍ତ ଥିଲେ। ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ବେଳେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

ସାୱନଙ୍କ ଜ୍ୱାଇଁ ନବୀନ କୁମାର କହିଛନ୍ତି ଯେ ହୃଦଘାତ ଓ ଏକାଧିକ ଅଙ୍ଗ ବିଫଳ ହେତୁ ତାଙ୍କର ମୃତ୍ୟୁ ଘଟିଛି। ସେ ଗତ ଦୁଇ ଦିନ ଧରି ଧୀରବାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର କିଡନୀ ସମ୍ବନ୍ଧୀୟ ରୋଗ ହୋଇଥିଲା।

ସଲମାନ ଖାନ ଦୁଃଖ ପ୍ରକାଶ କରିଥିଲେ

ସଲମାନ ଖାନ ସାୱନ କୁମାରଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି। ସଲମାନଙ୍କ ନିର୍ଦ୍ଦେଶିତ ‘ସନମ ବେୱାଫା’ ଫିଲ୍ମରେ ସଲମାନ କାମ କରିଥିଲେ। ସେ ସୋସିଆଲ ମିଡ଼ିଆରେ ଶୋକ ପ୍ରକାଶ କରି ଲେଖିଛନ୍ତି, ‘‘ତୁମର ଆତ୍ମା ​​ଶାନ୍ତିରେ ବିଶ୍ରାମ କରୁ ପ୍ରିୟ ସାୱନ ଜି। ସର୍ବଦା ତୁମକୁ ଭଲପାଏ ଓ ସମ୍ମାନ କରେ।’’



ସାୱନ କୁମାର ‘ସୌତନ’ ସୌତନ କି ବେଟି, ସନମ ବେୱାଫା, ‘ବେୱାଫା ସେ ୱାଫା’ ଭଳି ଅନେକ ସିନେମାର ନିର୍ଦ୍ଦେଶନା ଦେଇଥିଲେ। ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ରରୁ ସଞ୍ଜୀବ କୁମାର ଓ ଜୁନିଅର ମେହମୁଦ ସାରା ଦେଶରେ ସ୍ୱୀକୃତି ଲାଭ କରିଥିଲେ। ‘ଜିନ୍ଦେଗୀ ପ୍ୟାର କା ଗୀତ୍ ହୈ’ ଗୀତର ଗୀତଗୁଡ଼ିକ ସାୱନ କୁମାର ଲେଖିଛନ୍ତି।

ସାୱନ ୧୯୬୭ ମସିହାରେ ଫିଲ୍ମ ନୈନିହାଲ୍ ସହିତ ନିର୍ମାତା ଭାବରେ ତାଙ୍କର କ୍ୟାରିୟର୍ ଆରମ୍ଭ କରିଥିଲେ, ଯେଉଁଥିରେ ସଞ୍ଜୀବ କପୁର ମୁଖ୍ୟ ଭୂମିକାରେ ଥିଲେ। ତାଙ୍କ ପ୍ରଥମ ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା।
Published by:Lipina Das
First published: