News 18 Odia Digital
ନୂଆଦିଲ୍ଲୀ; ଅଭିନେତା ଅର୍ଜୁନ କପୁର ଓ ମଲାଇକା ଆରୋଡ଼ା ଏବେ ଲଣ୍ଡନରେ ପହଞ୍ଚିଛନ୍ତି । ଅର୍ଜୁନ ତାଙ୍କର ଆଗାମୀ ଚଳଚ୍ଚିତ୍ରର ସୁଟିଂ ପାଇଁ ସେଠାକୁ ଯାଇଛନ୍ତି । ଏଥି ସହିତ ମଲାଇକା ମଧ୍ୟ ଅର୍ଜୁନଙ୍କୁ କମ୍ପାନୀ ଦେବା ପାଇଁ ଏଠାକୁ ଆସିଛନ୍ତି । ଏହି ଅବସରରେ ଦୁହେଁ ଗତ ସନ୍ଧ୍ୟାରେ ଲଣ୍ଡନରେ ଫୁଟବଲ ମ୍ୟାଚ୍ ଦେଖିବାକୁ ଆସିଥିଲେ ।

ଉଭୟ ଷ୍ଟାଡିୟମରେ ଲଭ ଫାଇଟ କରୁଥିବା ଦେଖିବାକୁ ମିଳିଛି । ଅର୍ଜୁନ କପୁର ଉଭୟଙ୍କ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଫଟୋ ଗୁଡ଼ିକରେ ଅର୍ଜୁନ କପୁର ମଲାଇକାଙ୍କୁ କପାଳରେ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି । ଏଥି ସହିତ ମଲାଇକା ମଧ୍ୟ ଷ୍ଟାଡିୟମରେ ବାଜୁଥିବା ଗୀତଗୁଡ଼ିକରେ ଝୁମୁଥିବାର ନଜର ଆସିଛନ୍ତି ।
ଟିମର ଜିତ ପାଇଁ ଅର୍ଜୁନ ଉତ୍ସବ ପାଳନ କରିଛନ୍ତିଗତ ସନ୍ଧ୍ୟାରେ ଇଂଲଣ୍ଡର ପ୍ରସିଦ୍ଧ ଷ୍ଟାନଫୋର୍ଡ ଷ୍ଟାଡିୟମରେ ଫୁଟବଲ ଟିମ୍ ଚେଲ୍ସ ଓ ଏସି ମିଲାନ ମଧ୍ୟରେ ଫୁଟବଲ ମ୍ୟାଚ୍ ଖେଳାଯାଇଥିଲା । ଏହି ସମୟରେ ଅର୍ଜୁନ କପୁର ମଧ୍ୟ ତାଙ୍କ ପ୍ରିୟ ଦଳ ଚେଲ୍ସକୁ ଖୁସି କରିବାକୁ ଆସିଥିଲେ । ମଲାଇକା ଆରୋରା ମଧ୍ୟ ଅର୍ଜୁନଙ୍କ ସହ ଏକ ରୋମାଣ୍ଟିକ ଡେଟରେ ଯାଇଥିଲେ । ମ୍ୟାଚ୍ ସମୟରେ ଉଭୟ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ନଜର ଆସିଛନ୍ତି । ଅର୍ଜୁନ କପୁର ଚେଲ୍ସର ଜଣେ ବଡ଼ ପ୍ରଶଂସକ । ଅର୍ଜୁନ କପୁର ମଧ୍ୟ ଭାରତର ଚେଲ୍ସ ଫ୍ୟାନ୍ କ୍ଲବର ବ୍ରାଣ୍ଡ ଆମ୍ବାସେଡର ଭାବରେ କାର୍ଯ୍ୟ କରିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।