News18 Odia Digital
Rakhi Sawant Marriage: ବଲିଉଡର ଡ୍ରାମା କୁଇନ ରାକ୍ଷୀ ସାୱନ୍ତ (Rakhi Sawant) କହିଛନ୍ତି ଯେ ବର୍ତ୍ତମାନ ସେ ବିବାହିତ ଏବଂ ତାଙ୍କ ସ୍ୱାମୀ ଆଦିଲ ଖାନ ଦୁରାନୀ (Adil Khan Durrani)। ହେଲେ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି କିଛି ଭିନ୍ନ କାହାଣୀ।
ରାକ୍ଷୀଙ୍କ ବ୍ୟକ୍ତିଗତ ଜୀବନ ଅତୀତରେ ମଧ୍ୟ ବିବାଦ ଲାଗି ରହିଥିଲା, କିନ୍ତୁ ବର୍ତ୍ତମାନ ବିବାହ (Marriage) ଘୋଷଣା ପରେ ସୋସିଆଲ ମିଡ଼ିଆରେ ତାଙ୍କୁ ଏବଂ ତାଙ୍କ ସ୍ୱାମୀଙ୍କୁ ବିଭିନ୍ନ ଉପାୟରେ ଆକ୍ରମଣ କରାଯାଉଛି। ରାକ୍ଷୀ ଏବଂ ଆଦିଲଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଖରାପ କମେଣ୍ଟା ଦେଖିବାକୁ ମିଳୁଛି। ରାକ୍ଷୀ ଏବଂ ଆଦିଲଙ୍କ ଏହି ବିବାହକୁ ଅନେକ ଲୋକ ‘ଲଭ ଜିହାଦ’ର ନାମ ଦେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ବର୍ତ୍ତମାନ ରାକ୍ଷୀ ଏଥିରେ ପ୍ରତିକ୍ରିୟା ରଖିଛନ୍ତି।
ଆମ ମଧ୍ୟରେ କୌଣସି ଧର୍ମ ନାହିଁସୋମବାର ଯେତେବେଳେ ରାକ୍ଷୀ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କୁ ଭେଟିଥିଲେ, ସେମାନଙ୍କ ମଧ୍ୟରୁ କେତେକ ‘‘ଲଭ ଜିହାଦ’ ଉପରେ ମୁହାଁମୁହିଁ ପ୍ରଶ୍ନ କରିଥିଲେ। ଏହା ଉପରେ ରାକ୍ଷୀ କହିଥିଲେ ଯେ ‘ଲଭ ଜିହାଦ’ କ’ଣ ମୁଁ ଜାଣେ ନାହିଁ। ମୁଁ କେବଳ ପ୍ରେମ ଜାଣେ। ‘ଲଭ ଜିହାଦ’ ନୁହେଁ।’’
ଏହି ଭାଇରାଲ୍ ଭିଡିଓରେ ରାକ୍ଷୀ ଏହି କଥା କହୁଥିବାର ନଜର ଆସିଥିଲେ। ଭିଡିଓରେ ରାକ୍ଷୀ ଏବଂ ତାଙ୍କ ସ୍ୱାମୀ ଏକାଠି ନଜର ଆସୁଛନ୍ତି। ଯେତେବେଳେ ସେମାନଙ୍କୁ ‘ଲଭ ଜିହାଦ’ ବିଷୟରେ ପଚରାଯାଇଥିଲା, ସେମାନେ ପରସ୍ପରକୁ ଦେଖିଥିଲେ।
ଏହି ଖବର ବି ପଢ଼ନ୍ତୁ:
ସାଉଥର ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ନାମ MMS ଲିକରୁ ନେଇ ଅନେକ ବିବାଦରେ ଜଡ଼ିତଏହା ପରେ ରାକ୍ଷୀ କହିଥିଲେ, ‘‘ମୁଁ କେବଳ ପ୍ରେମ ଜାଣେ। ଆମେ ଜାତି ଉପରେ ବିଶ୍ୱାସ କରୁନାହୁଁ। ସେ ମୋତେ ଗ୍ରହଣ କରିଛନ୍ତି, ମୁଁ ତାଙ୍କୁ ଗ୍ରହଣ କରିଛି। ଆମ ମଧ୍ୟରେ କୌଣସି ଧର୍ମ ନାହିଁ। ଆଜ୍ଞା ହଁ, ଆମେ ବିବାହ କରିଛୁ।’’
‘‘ସ୍ୱାମୀଙ୍କୁ ପାଇବା ପାଇଁ’’ଏହି ଭିଡିଓରେ ରାକ୍ଷୀ ସ୍ପଷ୍ଟ ଭାବରେ କହୁଛନ୍ତି, ‘‘ମୋତେ ନିଶ୍ଚିତ ଭାବେ ଫାତିମା ନାମ ଦିଆଯାଇଛି। ମୁଁ ଏହାକୁ ଗ୍ରହଣ କରେ ଏବଂ ମୁଁ ଇସଲାମକୁ ଗ୍ରହଣ କରିଛି। ମୁଁ ସବୁ କିଛି ଗ୍ରହଣ କରିଛି। ମୁଁ ସ୍ବାମୀ ପାଇବା ପାଇଁ ଯାହା କରିବାରଥିଲା ତାହା କରିଛି, ପ୍ରେମ ପାଇବାକୁ, ମୋ ସ୍ୱାମୀଙ୍କୁ ପାଇବାକୁ, ତୁମେ ଜାଣ ଯେ ମୁଁ ସବୁକିଛି କରିଛି।’’
ସୂଚନାଯୋଗ୍ୟ ଯେ ରାକ୍ଷୀ ସାୱନ୍ତ ଏବଂ ଆଦିଲ ଖାନ ୨୦୨୨ ମେ ୨୯ରେ କାଜୀଙ୍କ ଉପସ୍ଥିତିରେ ବିବାହ କରିଥିଲେ। ଆଜିକାଲି ସୋସିଆଲ ମିଡ଼ିଆରେ ନିକାହ ସମୟରେ ତାଙ୍କ ଭିଡିଓ ଏବଂ ନିକାହନାମା ଅତ୍ୟଧିକ ଭାଇରାଲ ହେବାରେ ଲାଗିଛି। ନିକାହ ଭିଡିଓ ଏବଂ ଡକ୍ୟୁମେଣ୍ଟ ସାମ୍ନାକୁ ଆସିବା ପରେ ରାକ୍ଷୀ କିଛି ସମୟ ପାଇଁ ଚିନ୍ତିତ ଥିଲେ ଯେ ଆଦିଲ କାହିଁକି ବାହାରକୁ ଆସୁନାହାଁନ୍ତି ଏବଂ ବିବାହ ବିଷୟରେ ସମସ୍ତଙ୍କୁ କହୁନାହାଁନ୍ତି। ଖାଲି ସେତିକି ନୁହେଁ, ଆଦିଲ ମଧ୍ୟ ରାକ୍ଷୀଙ୍କ ସହ ଆଗକୁ ଆସିଛନ୍ତି। କୁହାଯାଉଛି ଯେ ସଲମାନ ଖାନଙ୍କ ଦ୍ବାରା ପ୍ରବର୍ତ୍ତିତ ହୋଇ ଆଦିଲ ଗଣମାଧ୍ୟମରେ ସମସ୍ତଙ୍କ ସାମ୍ନାରେ ଆସିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।