ବଲିଉଡରେ ୩୦ ବର୍ଷରେ ପାଦ ଥାପିଲେ କାଜଲ; ଶୁଭେଚ୍ଛା ଜଣାଇଲେ ଅଜୟ ଦେବଗନ

ବଲିଉଡରେ ୩୦ ବର୍ଷ ପୂରଣ କରିଥିବାରୁ କାଜଲଙ୍କୁ ଅଭିନନ୍ଦନ ଜଣାଇବା ସହ ଅଜୟ ଦେବଗାନ୍ ଫିଲ୍ମ 'ତାନହାଜି: ଦ ଅନସଙ୍ଗ ୱାରିଅର୍' ର ଏକ ଫଟୋ ସେୟାର ମଧ୍ୟ କରିଛନ୍ତି ଯେଉଁଥିରେ କାଜଲ ତାଙ୍କ ସହ ଅଛନ୍ତି ।

  • Share this:
News 18 Odia Digital

ମୁମ୍ୱାଇ; ବଲିଉଡ ଅଭିନେତ୍ରୀ କାଜଲଙ୍କ ଜନ୍ମ ଏକ କଳାକାର ପରିବାରରେ ହୋଇଥିଲେ ମଧ୍ୟ କାଜଲ ନିଜର ଦକ୍ଷତା ବଳରେ ବଲିଉଡରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଜିର ଦିନରେ ୧୯୯୨ ରେ କାଜଲ ବଲିଉଡରେ ପାଦ ଥାପିଥିଲେ । ଏହାରି ଭିତରେ ସେ ୩୦ ବର୍ଷ ଅତିକ୍ରମ କରିସାରିଛନ୍ତି । ପରଦାରେ ଅତି ଗମ୍ଭୀର ଓ ଚୁଲବୁଲି ଚରିତ୍ରଗୁଡିକ ଅତି ଚମତ୍କାର ଭାବରେ ଅଭିନୟ କରଛନ୍ତି ଯାହା ଏବେବି ଦର୍ଶକ ମାନଙ୍କ ହୃଦୟରେ ରହିଛି । ଆଜି ସେ ବଲିଉଡରେ ପୂର୍ବ ପରି ସକ୍ରିୟ ନାହାଁନ୍ତି ସତ, କିନ୍ତୁ ପୂର୍ବରୁ ଭେଟି ଦେଇଥିବା ଚଳଚ୍ଚିତ୍ର ଗୁଡ଼ିକ ଆଜିବି ଦର୍ଶକଙ୍କ ମନ ଭିତରେ ତାଜା ହୋଇ ରହିଛି । ତାଙ୍କ ସ୍ୱାମୀ ଅଜୟ ଦେବଗନ୍ ବଲିଉଡରେ ତାଙ୍କର ୩୦ ବର୍ଷ ପୂରଣ ଉପରେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ବଲିଉଡ ଅଭିନେତା ଅଜୟ ଦେବଗନ ସୋସିଆଲ ମିଡିଆ ପୋଷ୍ଟ କରି ବଲିଉଡରେ ୩୦ ବର୍ଷ ପୂରଣ କରିଥିବାରୁ କାଜଲଙ୍କୁ ଅଭିନନ୍ଦନ ଜଣାଇବା ସହ ଅଜୟ ଦେବଗାନ୍ ଫିଲ୍ମ 'ତାନହାଜି: ଦ ଅନସଙ୍ଗ ୱାରିଅର୍' ର ଏକ ଫଟୋ ସେୟାର ମଧ୍ୟ କରିଛନ୍ତି ଯେଉଁଥିରେ କାଜଲ ତାଙ୍କ ସହ ଅଛନ୍ତି । ଫଟୋ ସହିତ ଥିବା କ୍ୟାପସନରେ ଅଜୟ ଲେଖିଛନ୍ତି, 'ସିନେମାରେ ୩ ଦଶନ୍ଧି ଅଭିନୟ ଚମତ୍କାର ରହିଛି । ସତ କହିବାକୁ ଗଲେ, ଏହା କେବଳ ଆରମ୍ଭ, ଆହୁରି ଅନେକ ସଫଳତା ଅର୍ଜନ କର ।
Published by:Sujit Swain
First published: