News18 Odia Digital
Pathan Protest: ବଢୁଥିବା ବିରୋଧକୁ ଦୃଷ୍ଟିରେ ରଖି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ସୁପରଷ୍ଟାର ଶାହରୁଖ ଖାନ (Shahrukh Khan) ବିଳମ୍ବିତ ରାତିରେ ଫୋନ କରିଥିଲେ। ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ।
ଶାହାରୁଖ ଖାନଙ୍କ ଏହି ଫୋନ କଲ ଏମିତି ସମୟରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁଯାଇଛି ଯେତେବେଳେ ସିଏମ ଗୋଟିଏ ଦିନ ପୂର୍ବରୁ ଫିଲ୍ମ ସମ୍ପର୍କରେ ଏକ ବିୟାନ ଦେଇଥିଲେ।
ସେ କହିଥିଲେ ଯେ ସେ କୌଣସି ଶାହରୁଖ ଖାନଙ୍କୁ ଜାଣନ୍ତି ନାହିଁ। ଏପରିକି ସେ ଫିଲ୍ମ ଦେଖିବାକୁ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲେ। ବର୍ତ୍ତମାନ ଶାହରୁଖ ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରି ଫିଲ୍ମ ବିରୋଧରେ ଚାଲିଥିବା ହିଂସାତ୍ମକ ବିରୋଧକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଟ୍ୱିଟ୍ କରି କହିଛନ୍ତି ଯେ ବଲିଉଡ ଅଭିନେତା ଶାହରୁଖ ଖାନ ତାଙ୍କୁ ପ୍ରାୟ ରାତି ୨ଟା ସମୟରେ କଲ କରିଥିଲେ। ଏହି ସମୟରେ ଖାନ ଆଗାମୀ ଫିଲ୍ମ ‘ପଠାନ’ ରିଲିଜ ବିରୋଧରେ ରାଜ୍ୟରେ ବ୍ୟାପକ ବିରୋଧ ପ୍ରଦର୍ଶନକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ବିଶ୍ବଶର୍ମା କହିଛନ୍ତି ଯେ ସେ ଖାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ 'ପଠାନ'ର ସ୍କ୍ରିନିଂ ସମୟରେ କୌଣସି ଅଘଟଣ ଘଟିବ ନାହିଁ ବୋଲି ରାଜ୍ୟ ସରକାର ନିଶ୍ଚିତ କରିବେ।
ଶାହରୁଖ ଖାନଙ୍କ ଫିଲ୍ମ ପଠାନକୁ ନେଇ ସାରା ଦେଶରେ ବିରୋଧ ଚାଲିଛି। ଆସାମର ଅନେକ ସହରରେ ଏହି ଫିଲ୍ମ ବିରୋଧରେ ପ୍ରଦର୍ଶନ ମଧ୍ୟ କରାଯାଉଛି। ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ବ୍ୟାପକ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରିଛନ୍ତି। ବଜରଙ୍ଗ ଦଳ କର୍ମୀମାନେ ମଧ୍ୟ ଗୌହାଟିର ନରେଙ୍ଗିରେ ଏକ ସିନେମା ହଲରେ ଭଙ୍ଗାରୁଜା କରିଥିଲେ। ଏହି ସମୟରେ ଫିଲ୍ମର ପୋଷ୍ଟର ମଧ୍ୟ ପୋଡ଼ି ଦିଆ ଯାଇଥିଲା।
ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା କ’ଣ ହେଲା?ଆଇନ ଶୃଙ୍ଖଳା ବଜାୟ ରଖିବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ତଦନ୍ତ ହେବ। ଏହା ମଧ୍ୟ ସୁନିଶ୍ଚିତ ହେବ ଯେ ଏହିପରି କୌଣସି ଅଘଟଣ ଘଟିବ ନାହିଁ।
ହେଲେ ପୂର୍ବରୁ ‘ପଠାନ’ର ସ୍କ୍ରିନିଂ ବିରୋଧ ବିଷୟରେ ପଚରାଯାଇଥିବାବେଳେ ବିଶ୍ବଶର୍ମା କହିଥିଲେ ଯେ ଶାହରୁଖ ଖାନ କିଏ ଜାଣିନାହାଁନ୍ତି? ଆମକୁ କାହିଁକି ଚିନ୍ତା କରିବାର ଅଛି? ଆମର ପୂର୍ବରୁ ବହୁତ ଶାହରୁଖ ଖାନ ଅଛନ୍ତି? ସେ ଏହା ମଧ୍ୟ କହିଥିଲେ ଯେ ସେ 'ପଠାନ' ନାମକ କୌଣସି ଫିଲ୍ମ ବିଷୟରେ ଶୁଣି ନାହାଁନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।