News18 Odia Digital
ମୁମ୍ବାଇ: ଆଜି ୬୨ ବର୍ଷ ବୟସରେ ପାଦ ଥାପିଛନ୍ତି ବଲିଉଡର ସଞ୍ଜୁ ବାବା ସଞ୍ଜୟ ଦତ୍ତ (Sanjay Dutta) । ୧୯୫୯ ଜୁଲାଇ ୨୯ ବଲିଉଡର ଲୋକପ୍ରିୟ ଅଭିନେତା ସୁନୀଲ ଦତ୍ତ ଓ ନର୍ଗିସଙ୍କ ପାଇଁ ଖୁସିଭରା ଦିନ ଥିଲା, କାରଣ ଏହି ଦିନ ଜନ୍ମ ହୋଇଥିଲେ ଦୁହିଁଙ୍କ ଲାଡଲା ସଞ୍ଜୟ । ପରିବାରର ପ୍ରେମ ଓ ସ୍ନେହରେ ବଢ଼ିଥିବା ସଞ୍ଜୟ ବଡ଼ ହେବା ସହ ଖରାପ ଅଭ୍ୟାସର ଶିକାର ହୋଇଥିଲେ । ସଞ୍ଜୟ ନିଜ ଜୀବନରେ ଅନେକ ଉତ୍ଥାନ-ପତନ ଦେଖିଛନ୍ତି । ୨୦୧୮ ଜୁନ ୨୯ରେ ରିଲିଜ ହୋଇଥିବା ତାଙ୍କ ବାୟୋପିକ ‘ସଞ୍ଜୁ’ରେ ତାଙ୍କ ଜୀବନର ଅନେକ ପର୍ଯ୍ୟାୟ ଦେଖିବାକୁ ମିଳିଥିଲା ।
‘ସଞ୍ଜୁ’ରେ ହ୍ୟାଣ୍ଡସମ୍ ଆକ୍ଟର ରଣବୀର କପୁର ଅଭିନୟ କରିଥିଲେ । ଏହି ଫିଲ୍ମଟି ସୁପରଡୁପର ହିଟ୍ ମଧ୍ୟ ହୋଇଥିଲା । ଫିଲ୍ମରେ କୁହାଯାଇଥିଲା ଯେ ସଞ୍ଜୟଙ୍କର ଜଣେ କିମ୍ବା ଦୁଇ ଜଣ ନୁହେଁ ପାଖାପାଖି ୩୦୦ ଗାର୍ଲଫ୍ରେଣ୍ଡ ଥିଲେ । ଏହା ବ୍ୟତୀତ ସେ ଡ୍ରଗ୍ସ ସେବନ କରିବାର ଶିକାର ହୋଇଥିଲେ । ମଦ୍ୟପାନର ଅଭ୍ୟାସ ହେତୁ ତାଙ୍କ ହାତରୁ ଅନେକ ଫିଲ୍ମ ଅଫର୍ ଖସିଯାଇଥିଲା ।

ମା' ନର୍ଗିସଙ୍କ ସହ ସଞ୍ଜୟ ଦତ୍ତଙ୍କ ପିଲା ବେଳ ଫଟୋ
ମିଡିଆ ରିପୋର୍ଟ ଅନୁଯାୟୀ, ସୁପରହିଟ୍ ଫିଲ୍ମ ‘ହିରୋ’ ଅଭିନେତା ଜ୍ୟାକି ଶ୍ରଫଙ୍କ ପୂର୍ବରୁ ସଞ୍ଜୟଙ୍କୁ ଅଫର କରାଯାଇଥିଲା । ହେଲେ ଏହି ଫିଲ୍ମରେ ସଞ୍ଜୟ ଅଭିନୟ କରିପାରିନଥିଲେ ।
ପୁଅର ଅବସ୍ଥାକୁ ନେଇ ଅସୁବିଧାରେ ପଡ଼ି ସୁନୀଲ ଦତ୍ତ ସଞ୍ଜୟଙ୍କୁ ଡ୍ରଗ୍ସରୁ ମୁକ୍ତ କରିବାକୁ ଚେଷ୍ଟା କରିଥିଲେ। ଆମେରିକାର ନିଶା ମୁକ୍ତ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସମୟ ସହିତ ସଞ୍ଜୟ ଏହି ନିଶାରୁ ମୁକ୍ତି ପାଇବାରେ ସଫଳ ହୋଇଥିଲେ। ଏହା ପରେ ସେ ୧୯୯୩ରେ ହୋଇଥିବା ମୁମ୍ବାଇ ବିସ୍ଫୋରଣ ମାମଲାରେ ଜେଲ ମଧ୍ୟ ଯାଇଥିଲେ ।
ଜେଲ୍ ଜୀବନ ସଞ୍ଜଜୟଙ୍କୁ ବହୁତ କିଛି ଶିକ୍ଷା ଦେଇଥିଲା । ସେହି ମୁହୂର୍ତ୍ତ ସଞ୍ଜୟଙ୍କ ଜୀବନରେ ଆସିଥିଲା ଯେତେବେଳେ ସେ ତାଙ୍କ ଇଚ୍ଛା ଶକ୍ତି ସାହାଯ୍ୟରେ ସମସ୍ତ ଖରାପ ଅଭ୍ୟାସରୁ ମୁକ୍ତି ପାଇଥିଲେ।

ବାପା ଓ ମା'ଙ୍କ ସହ ସଞ୍ଜୟ ଦତ୍ତ
ଯେତେବେଳେ ସଞ୍ଜୟ ଦତ୍ତଙ୍କ ଜୀବନରେ ସବୁକିଛି ଠିକ ହେବାକୁ ଲାଗିଲା ଅର୍ଥାତ୍ ମାନ୍ୟତା ଦତ୍ତ ଓ ତାଙ୍କର ଦୁଇ ପିଲାଙ୍କ ସହ ପାରିବାରିକ ଜୀବନ ବିତାଉଥିଲେ ସେହି ସମୟରେ ତାଙ୍କ ଜୀବନରେ ଏକ ସଙ୍କଟ ଦେଖାଦେଇଥିଲା । ଗତ ବର୍ଷ ଅଭିନେତାଙ୍କୁ କ୍ୟାନ୍ସର ହେବା ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା ।
ସଞ୍ଜୟ କର୍କଟ ଭଳି ବିପଜ୍ଜନକ ରୋଗର ଶିକାର ହୋଇଥିଲେ, କିନ୍ତୁ ଜୀବନର ପ୍ରତ୍ୟେକ ଯୁଦ୍ଧରେ ଜିତିଥିବା ଏହି ଅଭିନେତା ମଧ୍ୟ କର୍କଟ ରୋଗକୁ ପରାସ୍ତ କରିବାର ସଫଳ ହୋଇଥିଲେ । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ଓ ପାରିବାରିକ ଜୀବନକୁ ଉପଭୋଗ କରୁଛନ୍ତି ।

ପତ୍ନୀ ମାନ୍ୟତା ଦତ୍ତ ଓ ଦୁଇ ପିଲାଙ୍କ ସହ ସଞ୍ଜୟ ଦତ୍ତ
ଯଦି ତାଙ୍କ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ‘ରକି’ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ସଞ୍ଜୟ ଦତ୍ତ ଜଣେ ମହାନ ଅଭିନେତା। ପ୍ରତ୍ୟେକ ଭୂମିକାରେ ତଥା ରୋମାନ୍ସ, ଆକ୍ସନ୍, କମେଡିରେ ସେ ଫିଟ୍। ତାଙ୍କ ଅଭିନୀତ ଫିଲ୍ମ ଗୁଡ଼ିକ ହେଲା 'ରକି', 'ନାମ', 'ଖଲନାୟକ', 'ସାଜନ', 'ସଡ଼କ', 'ମୁନ୍ନା ଭାଇ ଏମବିବିଏସ' ଭଳି ଫିଲ୍ମ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।