- News18 Odia
- Last Updated :
- New Delhi, India
News 18 Odia Digital
ମୁମ୍ଵାଇ: ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ(Nawazuddin Siddiqui) ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରନ୍ତି। ଆଜିକାଲି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତାଙ୍କ ମା ତାଙ୍କ ପତ୍ନୀ ଆଲିଆଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ସମ୍ପତ୍ତି ସମ୍ପର୍କରେ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଅନ୍ୟପକ୍ଷରେ ଆଲିଆ ନୱାଜୁଦ୍ଦିନ ଏବଂ ତାଙ୍କ ପରିବାରକୁ ଘରୋଇ ହିଂସା ଅଭିଯୋଗ କରିଛନ୍ତି। ଏହା ପରେ କୋର୍ଟ ଅଭିନେତାଙ୍କୁ ନୋଟିସ ଜାରି କରିଥିଲେ। ପତ୍ନୀ ଏବଂ ମାଆଙ୍କ ମଧ୍ୟରେ ବିବାଦ ହେତୁ ସେ ଘରୁ ବାହାରି ହୋଟେଲରେ ରହିବା ଆରମ୍ଭ କରିଥିଲେ।
ସୂଚନା ଅନୁଯାୟୀ ନୱାଜୁଦ୍ଦିନଙ୍କ ବନ୍ଧୁ କହିଛନ୍ତି ଯେ ସେ ବର୍ତ୍ତମାନ ହୋଟେଲରେ ଅଛନ୍ତି। ତାଙ୍କ ଓକିଲମାନେ ଆଇନଗତ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ସେ ସେଠାରେ ରହିବେ। ନୱାଜୁଦ୍ଦିନଙ୍କ ମା ମେହେରୁନିସା ସିଦ୍ଦିକି ଆଲିଆଙ୍କ ବିରୋଧରେ ପୋଲିସ ଅଭିଯୋଗ କରିଥିଲେ। ତାଙ୍କ ମାଆ ଦାବି କରିଛନ୍ତି ଯେ ଆଲିଆ ନୱାଜୁଦ୍ଦିନଙ୍କ ପତ୍ନୀ ନୁହଁନ୍ତି ଏବଂ ଆଲିଆଙ୍କ ଓକିଲ କହିଛନ୍ତି ଯେ ନୱାଜୁଦ୍ଦିନ ତାଙ୍କ ପତ୍ନୀ ବୋଲି ଡକ୍ୟୁମେଣ୍ଟରେ ସ୍ଵୀକାର କରିଛନ୍ତି।
https://odia.news18.com/news/lifestyle/rose-day-special-2lpd-070223-lpd-153029.htmlନୱାଜୁଦ୍ଦିନ ଏବଂ ଆଲିଆ ୨୦୧୦ରେ ବିବାହ କରିଥିଲେ। ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି।୬ ମଇ ୨୦୨୦ରେ, ଆଲିଆ ଛାଡପତ୍ର(Divorce) ପାଇଁ ଆବେଦନ କରିଥିଲେ । କିନ୍ତୁ ପରେ ସେମାନଙ୍କ ମଧ୍ୟରେ ଏକ ବୁଝାମଣା ହୋଇଥିଲା। ୨୦୨୧ରେ ସେ ଛାଡପତ୍ର ଆବେଦନ ପ୍ରତ୍ୟାହାର କରି ନେଇଥିଲେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।