ପୁଣି ଏକାଠି ହେବେ କାର୍ତ୍ତିକ ଓ ଲଭ ରଞ୍ଜନ; ଖୁବ୍ ଶୀଘ୍ର ଆସିବ 'ପ୍ୟାର୍ କା ପଞ୍ଚନାମା ୩'

କାର୍ତ୍ତିକ ଆର୍ୟନଙ୍କ ଫ୍ୟାନ୍ସ ଦୀର୍ଘ ସମୟରୁ ଉତ୍ସାହର ସହିତ 'ପ୍ୟାର୍ କା ପଞ୍ଚନାମା ୩' ଦେଖିବାକୁ ଅପେକ୍ଷା କରିଛନ୍ତି। ଇତିମଧ୍ୟରେ ବର୍ତ୍ତମାନ ନିର୍ଦ୍ଦେଶ ଲଭ ରଞ୍ଜନଙ୍କ ଏହି ଫିଲ୍ମ ବିଷୟରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି।

ପୁଣି ଏକାଠି ହେବେ କାର୍ତ୍ତିକ ଓ ଲଭ ରଞ୍ଜନ

ପୁଣି ଏକାଠି ହେବେ କାର୍ତ୍ତିକ ଓ ଲଭ ରଞ୍ଜନ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ମୁମ୍ବାଇ: ବଲିଉଡର କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନ ଆଜି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରେ ଅନ୍ୟତମ। ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେ ୨୦୧୧ରେ ରିଲିଜ୍ ହୋଇଥିବା ଫିଲ୍ମ 'ପ୍ୟାର୍ କା ପଞ୍ଚନାମା' ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଲଭ ରଞ୍ଜନ। ଏହି ଫିଲ୍ମଟି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା।

ଚାରି ବର୍ଷ ପରେ କାର୍ତ୍ତିକ ଏବଂ ଲଭ 'ପ୍ୟାର କା ପଞ୍ଚନାମା ୨' ପାଇଁ ଏକାଠି ହୋଇଥିଲେ, ଯାହା ଉଭୟ ସମାଲୋଚକ ଏବଂ ଦର୍ଶକଙ୍କ ପ୍ରଶଂସା ପାଇଥିଲା। ସେବେଠାରୁ ପ୍ରଶଂସକମାନେ ଏହି ଫ୍ରାଞ୍ଚାଇଜର ତୃତୀୟ ଫିଲ୍ମ ଦେଖିବାକୁ ଅପେକ୍ଷା କରିଛନ୍ତି। ଇତିମଧ୍ୟରେ ଏହି ଫିଲ୍ମ ବିଷୟରେ ନୂଆ ଅପଡେଟ୍ ସାମ୍ନାକୁ ଆସିଛି।

ଫିଲ୍ମ କେବେ ଆସିବ ଜାଣନ୍ତୁ

'ଭୁଲ ଭୁଲୈୟା ୨' ଆକ୍ଟର କାର୍ତ୍ତିକ ଏବଂ ଲଭ ରଞ୍ଜନ 'ପ୍ୟାର କା ପଞ୍ଚନାମା ୩' ପାଇଁ ଏକାଠି ହେବାକୁ ଯାଉଛନ୍ତି। ପିଙ୍କଭିଲ୍ଲାର ଏକ ରିପୋର୍ଟରେ କୁହାଯାଇଛି ଯେ ଲଭ, କାର୍ତ୍ତିକ, ଅଭିଷେକ ପାଠକ ଏବଂ କୁମାର ମଙ୍ଗତ ପାଠକ ‘ପ୍ୟାର କା ପଞ୍ଚନାମା ୩’ରେ ପୁଣ ଥରେ ଏକାଠି ହେବାକୁ ଆଗ୍ରହୀ ଅଛନ୍ତି। ସେମାନେ ଅନେକ ଧାରଣା ଉପରେ କାର୍ଯ୍ୟ କରୁଛନ୍ତି। ମାର୍ଚ୍ଚରେ ଆସିବାକୁ ଥିବା ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ରିଲିଜ୍ ହେବା ପରେ ଲଭ୍ ଏହି ଫିଲ୍ମ ଉପରେ କାମ ଆରମ୍ଭ କରିପାରନ୍ତି।

ଅଭିଷେକ ପାଠକ କ’ଣ କହିଛନ୍ତି

ଏହାପୂର୍ବରୁ ନିର୍ଦ୍ଦେଶକ ତଥା ନିର୍ମାତା ଅଭିଷେକ ପାଠକଙ୍କୁ 'ପ୍ୟାର କା ପଞ୍ଚନାମା ୩' ବିଷୟରେ ପଚରାଯାଇଥିଲା। ସେ କହିଥିଲେ, “ହଁ, ନିଶ୍ଚିତ ଭାବରେ ଏହା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଫ୍ରାଞ୍ଚାଇଜ୍ ଏବଂ ଆମେ ସମସ୍ତେ ଏହାର ଏକ ତୃତୀୟ ଭାଗ କରିବାକୁ ଚାହୁଁଛୁ। ଏହା ଏକ ଏମିତି ଫିଲ୍ମ ଯାହା ସହିତ ଆମେ ସମସ୍ତେ ଏକାଠି ଆମର କ୍ୟାରିୟର୍ ଆରମ୍ଭ କରିଥିଲୁ। କିନ୍ତୁ ମୁଁ ସବୁବେଳେ କହୁଛି ଯେକୌଣସି ଫିଲ୍ମ ପାଇଁ ସ୍କ୍ରିପ୍ଟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ।’’

ଏହି ଫିଲ୍ମଗୁଡ଼ିକରେ ଦମଦାର ଅଭିନୟ କରିସାରିଛନ୍ତି କାର୍ତ୍ତିକ

ଯଦି କାର୍ତ୍ତିକଙ୍କର ଆଗାମୀ ଫିଲ୍ମ ବିଷୟରେ କଥା ହେବା ତେବେ ତାଙ୍କ ପାଇପଲାଇନରେ ଅନେକ ଫିଲ୍ମ ଅଛି। ସେ ରୋହିତ ଧୱନଙ୍କ ଆଗାମୀ ଫିଲ୍ମ 'ଶହଜାଦା'ରେ କ୍ରିତି ସାନନଙ୍କ ସହିତ ନଜର ଆସିବେ। ୨୦୧୯ରେ ରିଲିଜ୍ ହୋଇଥିବା 'ଲୁକା ଛୁପି' ପରେ ଏହି ଫିଲ୍ମ ଦୁଇ ଷ୍ଟାର୍ସଙ୍କ ଦ୍ୱିତୀୟ ଫିଲ୍ମ ହେବାକୁ ଯାଉଛି। 'ଶହଜାଦା' ବ୍ୟତୀତ ତାଙ୍କୁ ହଂସଲ ମେହେତାଙ୍କ ଆଗାମୀ ଫିଲ୍ମ 'କ୍ୟାପଟେନ ଇଣ୍ଡିଆ'ରେ ଦେଖିବାକୁ ମିଳିବ, ଯେଉଁଥିରେ ସେ ପାଇଲଟ ଭୂମିକାରେ ଅଭିନୟ କରିବେ। ତାଙ୍କୁ 'ଫ୍ରେଡି', 'ସତ୍ୟ ପ୍ରେମ କି କଥା' ଏବଂ କବୀର ଖାନଙ୍କ ଆଗାମୀ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିବ।
Published by:Lipina Das
First published: