Annu Kapoor Heart Attack: ବିଗିଡ଼ିଲା ଅନୁ କପୁରଙ୍କ ସ୍ବାସ୍ଥ୍ୟବସ୍ଥା; ହସ୍ପିଟାଲରେ ଭର୍ତ୍ତି

Annu Kapoor Heart Attack: ବଲିଉଡର ଜଣାଶୁଣା ଅଭିନେତା ଅନୁ କପୁର ହୃଦଘାତରେ ପୀଡିତ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି।

ବିଗିଡ଼ିଲା ଅନୁ କପୁରଙ୍କ ସ୍ବାସ୍ଥ୍ୟବସ୍ଥା

ବିଗିଡ଼ିଲା ଅନୁ କପୁରଙ୍କ ସ୍ବାସ୍ଥ୍ୟବସ୍ଥା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Annu Kapoor Heart Attack: ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଫିଲ୍ମ ଜଗତର ପ୍ରସିଦ୍ଧ ଅଭିନେତା ଅନୁ କପୁରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ଆସୁଛି ଯେ ସେ ହୃଦଘାତର ଶିକାର ହୋଇଛନ୍ତି।

ସେ ସାର୍ ଗଙ୍ଗାରାମ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଡାକ୍ତରମାନେ ଏପର୍ଯ୍ୟନ୍ତ ହୃଦଘାତକୁ ନିଶ୍ଚିତ କରିନାହାଁନ୍ତି। ଡାକ୍ତର କହିଛନ୍ତି ଯେ ଅନୁ କପୁରଙ୍କ ଅବସ୍ଥା ଏବେ ସ୍ଥିର ରହିଛି। ଡାକ୍ତରମାନେ ତାଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି।

୬୬ ବର୍ଷୀୟ ଅନୁ କପୁର ଜଣେ ଅଭିନେତା, ଗାୟକ, ନିର୍ଦ୍ଦେଶକ, ରେଡିଓ ଜକି ଏବଂ ଟେଲିଭିଜନ ହୋଷ୍ଟ ମଧ୍ୟ। ସେ ୧୦୦ରୁ ଅଧିକ ଚଳଚ୍ଚିତ୍ର ଏବଂ ଟିଭି ଶୋ’ରେ କାମ କରିଛନ୍ତି। ସେ ୪୦ ବର୍ଷ ଧରି ଅଭିନୟ ଜଗତରେ ସକ୍ରିୟ ଅଛନ୍ତି। ସେ ତାଙ୍କ କ୍ୟାରିୟରରେ ଦୁଇଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଗୋଟିଏ ଫିଲ୍ମଫେୟାର ପୁରସ୍କାର ଏବଂ ବିଭିନ୍ନ ବର୍ଗରେ ଦୁଇଟି ଭାରତୀୟ ଟେଲିଭିଜନ ଏକାଡେମୀ ପୁରସ୍କାର ସହିତ ଅନେକ ପୁରସ୍କାର ଜିତିଛନ୍ତି।

ଅନୁ କପୁରଙ୍କୁ ପ୍ରଥମ ଥର ପାଇଁ ୧୯୭୯ରେ ଆସିଥିବା ଅମିତାଭ ବଚ୍ଚନଙ୍କ ଚଳଚ୍ଚିତ୍ର 'କାଲା ପଥର୍'ରେ ଦେଖିବାକୁ ମିଳିଥିଲା। ପରେ ସେ ଅନେକ ସ୍ମରଣୀୟ ଚଳଚ୍ଚିତ୍ରରେ କାମ କରିଥିଲେ, ଯେପରିକି 'ବେତାବ', 'ମଣ୍ଡି', 'ଆଧାରଶିଲା' ଏବଂ 'ଖଣ୍ଡର'। ହେଲେ ସେ ୧୯୮୪ରେ ଆସିଥିବା ଚଳଚ୍ଚିତ୍ର 'ଉତ୍ସବ'ରୁ ଲୋକପ୍ରିୟ ହାସଲ କରିଥିଲେ। ପରେ ସେ 'ମିଷ୍ଟର ଇଣ୍ଡିଆ', 'ତେଜାବ', 'ରାମ ଲଖନ', 'ଘାୟଲ', 'ହମ', 'ଡର' ଭଳି ସଫଳ ଚଳଚ୍ଚିତ୍ରରେ କାମ କରିଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅନୁ କପୁରଙ୍କ ୪ଟି ପିଲା ଅଛନ୍ତି। ତାଙ୍କ ପତ୍ନୀଙ୍କ ନାମ ଅନୁପମା। ତାଙ୍କର ପ୍ରକୃତ ନାମ ଅନିଲ କପୁର। ଫିଲ୍ମ 'ତେଜାବ'ରେ କାମ କରୁଥିବାବେଳେ ସେ ନିଜ ନାମ ଅନୀଲ କପୁରରୁ ପରିବର୍ତ୍ତନ କରି ଅନୁ କପୁରଙ୍କ ନାମ ରଖିଥିଲେ। ସେ ବଲିଉଡ ଲୋକପ୍ରିୟ ଅଭିନେତା ଅନିଲ କପୁରଙ୍କ ପାଇଁ ଏପରି କରିଥିଲେ ବୋଲି କୁହାଯାଏ।
Published by:Lipina Das
First published: