ଆମୀର ଖାନ ଛାଡ଼ିଲେ ଆକ୍ଟିଂ, ଆଉ କରିବେନି ଫିଲ୍ମ! ସତ କଣ ଜାଣନ୍ତୁ...?

ଆମୀର ଖାନ ନିକଟରେ ଖୁଲାସା କରିଥିଲେ କି ସେ ଆସନ୍ତା ବର୍ଷ ପାଇଁ ସେ ବହୁତ ଉତ୍ସାହିତ ଅଛନ୍ତି। ପରବର୍ତ୍ତୀ ଦେଢ଼ ବର୍ଷରେ ପ୍ରଥମ ଥର ପାଇଁ ସେ ଜଣେ ଅଭିନେତା ଭାବରେ କୌଣସି କାମ କରିବେ ନାହିଁ।

ବଲିଉଡ ଅଭିନେତା ଆମୀର ଖାନ (ସୋସିଆଲ ମିଡ଼ିଆ ଫଟୋ)

ବଲିଉଡ ଅଭିନେତା ଆମୀର ଖାନ (ସୋସିଆଲ ମିଡ଼ିଆ ଫଟୋ)

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ମୁମ୍ବାଇ: ବଲିଉଡ ଅଭିନେତା ଆମୀର ଖାନ ଇଣ୍ଡଷ୍ଟ୍ରିର ସେହି ସେଲିବ୍ରିଟିମାନଙ୍କ ମଧ୍ୟରୁ ଅନ୍ୟତମ ଯିଏ କିଛି ନା କିଛି କାରଣରୁ ଚର୍ଚ୍ଚାରେ ରହିଥାଆନ୍ତି। ନିକଟରେ ଅଭିନେତାଙ୍କ ବିଷୟରେ ବଡ଼ ଖବର ସାମ୍ନାକୁ ଆସିଥିଲା। ଏହି ଖବର ତାଙ୍କର ଶେଷ ରିଲିଜ୍ ହୋଇଥିବା ଫିଲ୍ମ 'ଲାଲ ସିଂ ଚଡ୍ଡା'କୁ ନେଇ ଥିଲା। ଫିଲ୍ମର ବିଫଳତା ପରେ ଖବର ଆସିଥିଲେ ଯେ ମିଷ୍ଟର ପରଫେକ୍ସନିଷ୍ଟ ଭାବରେ ବିବେଚିତ ଅଭିନେତା ଆମୀର ଖାନ ଫିଲ୍ମରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ଆସନ୍ତୁ ଜାଣିବା ଏହି ପ୍ରସଙ୍ଗର ବାସ୍ତବ କଥା କଣ।

କଥାଟି ହେଲା ଯେ ଆମୀର ଖାନଙ୍କ ଆଗାମୀ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ବହୁତ କ୍ରେଜ ଦେଖିବାକୁ ମିଳିଥିଲା। ଦୀର୍ଘ ସମୟ ଧରି ସମସ୍ତେ ତାଙ୍କ ଫିଲ୍ମ ସହିତ ଜଡିତ ବଡ଼ ଅପଡେଟକୁ ଅପେକ୍ଷା କରିଥିଲେ। ତେବେ ପ୍ରଶଂସକଙ୍କ ଅପେକ୍ଷାକୁ ଅନ୍ତ କରି ଅଭିନେତା ଅନେକ ତଥ୍ୟ ସେୟାର କରିଛନ୍ତି। ନିକଟରେ ଦିଲ୍ଲୀରେ ତାଙ୍କ ପିଲାଦିନର ବନ୍ଧୁଙ୍କ କାର୍ଯ୍ୟକ୍ରମରେ ଅଭିନେତା ଫିଲ୍ମ 'ଚାମ୍ପିଆନ୍' ବିଷୟରେ କିଛି ଖୁଲାସା କରିଥିଲେ।

ଖବର ଅନୁଯାୟୀ, ବର୍ତ୍ତମାନ ଆମୀର ଖାନ ତାଙ୍କ ନୂଆ ପ୍ରକଳ୍ପ ବିଷୟରେ କହିଛନ୍ତି ଯେ ସେ କିଛି ସମୟ କାର୍ଯ୍ୟ କରିବେ ନାହିଁ ଏବଂ ତାଙ୍କ ବ୍ୟକ୍ତିଗତ ଜୀବନ ଉପରେ ଧ୍ୟାନ ଦେବେ। ପରବର୍ତ୍ତୀ ସମୟରେ ‘ଲାଲ ସିଂ ଚଡ୍ଡା’ ବିଷୟରେ କଥାବାର୍ତ୍ତା ବେଳେ ସେ କହିଥିଲେ, ‘‘ଯେତେବେଳେ ମୁଁ ଏକ ଫିଲ୍ମ କରେ, ସେତେବେଳେ ମୁଁ ଜଣେ ଅଭିନେତା ଭାବରେ ହଜିଯାଏ… ଏହା ବ୍ୟତୀତ ମୋ ଜୀବନରେ ଆଉ କିଛି ନାହିଁ। ତେଣୁ, ମୁଁ କିଛି ଦିନ ଏଥିରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛି।’’ ସେପଟେ ତାଙ୍କର ଏଭଳି କଥା ଶୁଣି ନିରାଶ ହୋଇଯାଇଥିଲେ ତାଙ୍କ ଫ୍ୟାନ୍ସ।

'ଲାଲ ସିଂ ଚଡ୍ଡା'ର ବିଫଳତା ପରେ ଏହି ନିଷ୍ପତ୍ତି ନିଆଯାଇଛି

ଆଗକୁ କଥାବାର୍ତ୍ତା କରି ଆମୀର ଖାନ କହିଥିଲେ, ‘‘ଲାଲ ସିଂ ଚଡ୍ଡା ପରେ ମୋତେ ଏକ ଫିଲ୍ମ ଚାମ୍ପିଆନ ଉପରେ କାମ ଆରମ୍ଭ କରିବାର ଥିଲା। ଏହାର କାହାଣୀ ଏବଂ ଷ୍ଟୋରି ଲେଖା ଉତ୍କୃଷ୍ଟ। ସେହି କାହାଣୀ ହୃଦୟସ୍ପର୍ଶୀ, କିନ୍ତୁ ମୁଁ ଭାବୁଛି ମୋତେ କିଛି ବିଶ୍ରାମ ନେବା ଉଚିତ୍। ମୁଁ ମୋ ପରିବାର ସହିତ ସମୟ ବିତାଇବାକୁ ଚାହୁଁଛି। ମୋ ମା ଏବଂ ମୋ ପିଲାମାନଙ୍କ ସହିତ।’’

ଅଭିନେତା ‘ସଲାମ ଭେଙ୍କି’ରେ ଏକ କ୍ୟାମୋ କରୁଛନ୍ତି

ବିଶେଷ କଥା ହେଉଛି ତାଙ୍କ ଆଗାମୀ ଫିଲ୍ମରେ ଆମୀର ଖାନ ଜଣେ ଅଭିନେତା ଭାବରେ ନୁହେଁ ବରଂ ନିର୍ମାତା ଭାବରେ କାମ କରିବେ। ଦିଲ୍ଲୀର ପିଲାଦିନର ବନ୍ଧୁଙ୍କ ଦ୍ବାରା ଆୟୋଜିତ ଏକ ଅଧିବେଶନରେ ସେ କହିଥିଲେ, ‘‘ମୁଁ ଅନୁଭବ କରୁଛି ଯେ ମୁଁ ଗତ ୩୫ ବର୍ଷ ଧରି କାର୍ଯ୍ୟ କରୁଛି ଏବଂ କେବଳ କାର୍ଯ୍ୟ ଉପରେ ଧ୍ୟାନ ଦେଉଛି… ମୁଁ ଭାବୁଛି ସେହି ଲୋକଙ୍କ ପାଇଁ ଏହା ଭଲ ନୁହେଁ। ଯେଉଁମାନେ ମୋର ନିକଟତର। ଅନେକ କ୍ଷେତ୍ରରେ ଏହା ମୋ ପାଇଁ ସତ୍ୟ ନୁହେଁ। ମୋ ପାଇଁ ଏକ ଭିନ୍ନ ଢଙ୍ଗରେ ଜୀବନକୁ ଉପଭୋଗ କରିବାର ସମୟ ଆସିଛି।’’

ପ୍ରକାଶ ଥାଉକି ଖୁବ୍ ଶୀଘ୍ର ଆମୀର କାଜୋଲ ଷ୍ଟାରର ‘ସଲାମ ଭେଙ୍କି’ରେ ଏକ କ୍ୟାମୋ କରୁଥିବା ଦେଖିବାକୁ ମିଳିବ।
Published by:Lipina Das
First published: