Aamir Khan: ଶାନ୍ତି ଖୋଜିବାକୁ ବାହାରିଲେ ଆମୀର ଖାନ; ଦେଶ ଛାଡ଼ି ଚାଲିଗଲେ !

Aamir Khan In Nepal: ବି-ଟାଉନର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ବର୍ତ୍ତମାନ ଭାରତ ଛାଡ଼ି ଶାନ୍ତି ଖୋଜିବା ପାଇଁ ବାହାରି ପଡ଼ିଛନ୍ତି। ଯାହାକୁ ନେଇ ବେଶ୍ ଚର୍ଚ୍ଚା।

ଶାନ୍ତି ଖୋଜିବାକୁ ବାହାରିଲେ ଆମୀର ଖାନ

ଶାନ୍ତି ଖୋଜିବାକୁ ବାହାରିଲେ ଆମୀର ଖାନ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Aamir Khan In Nepal: ସାମ୍ନାକୁ ଆସିଲା ବଡ଼ ଖବର। ଭାରତ ଛାଡ଼ି ଚାଲିଯାଇଛନ୍ତି ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ (Aamir Khan)। ଏହା ଶୁଣି ହୁଏତଃ ତାଙ୍କ ଫ୍ୟାନ୍ସଙ୍କୁ ବଡ଼ ଝଟକା ଲାଗିଥିବ। ତେବେ ଆପଣଙ୍କ କଣ ଭାବୁଛନ୍ତି ଯେ ସତରେ କଣ ଆମୀର ଦେଶ ଛାଡ଼ି ପଳାଇଛନ୍ତି। ଯଦି ଏମିତି ଭାବୁଛନ୍ତି ତେବେ ଆପଣଙ୍କ ଭୁଲ।

ପ୍ରଶଂସକମାନେ ତାଙ୍କ ଆଗାମୀ ଫିଲ୍ମର (Upcoming Film) ଘୋଷଣାକୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି। ସେ ତାଙ୍କ ପ୍ରଶଂସକଙ୍କୁ 'ଲଗାନ', 'ଥ୍ରୀ ଇଡିଅଟ୍ସ', 'ତାରେ ଜାମିନ୍ ପେ', 'ଦଙ୍ଗଲ' ଭଳି ଦମଦାର ଫିଲ୍ମ ଦେଇଛନ୍ତି। କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଆମୀରଙ୍କ ଦୁଇଟି ଫିଲ୍ମ 'ଥଗ୍ ଅଫ୍ ହିନ୍ଦୁସ୍ତାନ' ଏବଂ 'ଲାଲ ସିଂ ଚଡ୍ଡା' ଫ୍ଲପ୍ ହୋଇଥିଲା।

ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ପୁଣି ଥରେ ନିଜ ପ୍ରିୟ ତାରକାଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରି ରହିଛନ୍ତି। କିନ୍ତୁ ଆମୀର ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି କରିବା ପରିବର୍ତ୍ତେ ଶାନ୍ତି ସନ୍ଧାନରେ ଦେଶ ଛାଡ଼ି ପଳାଇଛନ୍ତି।

ପଢ଼ନ୍ତୁ ପୂରା ଖବର:  WTC Final ପୂର୍ବରୁ ଆସିଲା ଖୁସି ଖବର; ସୁସ୍ଥ ହେଲେ ଏହି ଷ୍ଟାର ବୋଲର

ଧ୍ୟାନ ପାଇଁ ଆମୀର ଖାନ ନେପାଳରେ ପହଞ୍ଚିଛନ୍ତି (Aamir Khan In Nepal)

ସୋସିଆଲ ମିଡ଼ିଆରେ ଏକ ଫଟୋ ସାମ୍ନାକୁ ଆସିବା ପରେ ଏଭଳି ଖବର ଆସିଛି ଯାହା ଆମୀର ଖାନଙ୍କ ପ୍ରଶଂସକଙ୍କୁ ଚକିତ କରିପାରନ୍ତି। ଫଟୋ ସହିତ ଦାବି କରାଯାଇଛି ଯେ ଆମୀର ଖାନ କିଛି ଦିନ ଧରି ଧ୍ୟାନ ପାଠ୍ୟକ୍ରମ କରିବା ପାଇଁ ନେପାଳରେ ପହଞ୍ଚିଛନ୍ତି। ବିମାନବନ୍ଦର ଅଧିକାରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶାନ୍ତି ପାଇଁ ନେପାଳରେ ପହଞ୍ଚିଛନ୍ତି ଆମୀର ଖାନ।




ଆମୀର ଏହି ସ୍ଥାନରେ ୧୧ ଦିନ ରହିବେ

ଏହି ସୂଚନା ଅନୁଯାୟୀ, ନେପାଳର ରାଜଧାନୀ କାଠମାଣ୍ଡୁରେ ଅବସ୍ଥିତ ବୁଦ୍ଧାନିଲକଣ୍ଠର 'ନେପାଳ ଉପସ୍ଥନା' କେନ୍ଦ୍ରରେ ଆମୀର ଖାନ ଧ୍ୟାନ ଶିଖିବେ। ଆମୀର କରିବାକୁ ଯାଇଥିବା ପାଠ୍ୟକ୍ରମ ହେଉଛି ୧୦ ଦିନର। ସେଥିପାଇଁ ସେ ନେପାଳରେ ୧୧ ଦିନ ବିତାଇବାକୁ ଯାଉଛନ୍ତି। ତେବେ ଏପର୍ଯ୍ୟନ୍ତ ଅମୀର ଖାନଙ୍କ ପକ୍ଷରୁ ଏ ବାବଦରେ କୌଣସି ସରକାରୀ ବୟାନ ସାମ୍ନାକୁ ଆସିନାହିଁ।
Published by:Lipina Das
First published: