News18 Odia Digital
ମୁମ୍ବାଇ: ଚଳିତ ବର୍ଷ ବଲିଉଡର ଅନେକ ଫିଲ୍ମ ରିଲିଜ ହୋଇଛି। ତେବେ 'ଭୁଲ ଭୁଲୈୟା ୨', 'ଗଙ୍ଗୁବାଇ କାଥିଆୱାଡି' ଓ 'କାଶ୍ମୀର ଫାଇଲ' ବ୍ୟତୀତ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନ୍ୟ କୌଣସି ଫିଲ୍ମ ନାହିଁ ଯାହା ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଛି।
ଏହି ସତ୍ୟତା ସତ୍ତ୍ବେ ବଲିଉଡ ତାରକାମାନେ କ୍ରମାଗତ ଭାବରେ ସେମାନଙ୍କ ଫିଲ୍ମ ରିଲିଜ କରିବାରେ ଲାଗିଛନ୍ତି। ଏହା ସହିତ ସେମାନେ ସେମାନଙ୍କର ଫି ମଧ୍ୟ ବୃଦ୍ଧି କରୁଛନ୍ତି। ଏହାକୁ ଆଧାର କରି ଇତିମଧ୍ୟରେ ବିଜେପିର ଜାତୀୟ ମୁଖପାତ୍ର ସୈୟଦ ଜଫର ଇସଲାମ ବଲିଉଡ ତାରକାଙ୍କୁ ସମାଲୋଚନା କରିଛନ୍ତି।
ବିଜେପି ଜାତୀୟ ମୁଖପାତ୍ର ସୈୟଦ ଜଫର ଇସଲାମ ତାଙ୍କ ସୋସିଆଲ ମିଡ଼ିଆରେ ଲେଖିଛନ୍ତି, ‘‘ଫ୍ଲପ ଫିଲ୍ମ ଦେବା ପରେ ମଧ୍ୟ ବଲିଉଡ ତାରକାମାନେ ବାସ୍ତବତାକୁ ବୁଝିପାରୁ ନାହାଁନ୍ତି। ଯଦି ତାରକାମାନେ ଯୁକ୍ତିଯୁକ୍ତ ଶୁଳ୍କ ଚାର୍ଜ କରିବା ଆରମ୍ଭ କରନ୍ତି, ନିର୍ମାତାମାନେ ଜାତୀୟ ସ୍ୱାର୍ଥ ପାଇଁ ଭଲ ସିନେମା ଉପରେ ଧ୍ୟାନ ଦେଇପାରିବେ। ମନେରଖନ୍ତୁ, ଓଟିଟି ଲୋକଙ୍କ ପାଇଁ ଏକ ଉତ୍ତମ ଓ ପ୍ରଭାବଶାଳୀ ବିକଳ୍ପ।’’
ଏହା ସହିତ ସୈୟଦ ତାଙ୍କର ଏହି ପୋଷ୍ଟକୁ ସୁପରଷ୍ଟାର ଅକ୍ଷୟ କୁମାର, ଶାହରୁଖ ଖାନ ଓ ସଲମାନ ଖାନଙ୍କୁ ଟ୍ୟାଗ କରିଛନ୍ତି।
ତେବେ ଆସନ୍ତୁ ନଜର ପକାଇବା ଏହି ତିନି ଷ୍ଟାର୍ସଙ୍କ ଫ୍ଲପ୍ ଫିଲ୍ମ ଉପରେ...ଅକ୍ଷୟ କୁମାରଙ୍କ ଚଳିତ ବର୍ଷ ରିଲିଜ ହୋଇଥିବା ଫ୍ଲପ୍ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ବକ୍ସ ଅଫିସ କଲେକ୍ସନ ହେଲା ୬୮.୦୫ କୋଟି ଟଙ୍କା। ସେହିପରି ‘ବଚ୍ଚନ ପାଣ୍ଡେ’ କଲେକ୍ସନ ହେଲା ୪୯.୯୮ କୋଟି, ଯାହା ଫ୍ଲପ୍ ହୋଇଛି। ସେହିପରି ତୃତୀୟ ଫିଲ୍ମ ‘ରକ୍ଷା ବନ୍ଧନ’ ମଧ୍ୟ ଫ୍ଲପ୍ ହୋଇଛି। ଆଉ ଏହାର ବକ୍ସ ଅଫିସ କଲେକ୍ସନ ୩୪.୪୭ କୋଟି ଟଙ୍କା।
ସେହିପରି ଶାହରୁଖ ଖାନ ଅନ୍ୟ କୌଣସି ଫିଲ୍ମ ଏଯାବତ ରିଲିଜ ହୋଇନାହିଁ। ୨୦୧୯ରେ ରିଲିଜ ହୋଇଥିଲା ତାଙ୍କ ଫ୍ଲପ୍ ଫିଲ୍ମ ‘ଜିରୋ’। ଯାହାର ବକ୍ସ ଅଫିସ କଲେକ୍ସନ ଥିଲା ୯୦.୨୮ କୋଟି ଟଙ୍କା।
ଯଦି ଆମେ ବଲିଉଡର ଭାଇଜାନ ସଲମାନ ଖାନଙ୍କ କଥା ହେବା ତେବେ ସେ ଶେଷ ଥର ଫିଲ୍ମ ‘ଅନ୍ତିମ’ରେ ନଜର ଆସିଥିଲା। ଯାହା ଫ୍ଲପ୍ ସାବ୍ୟସ୍ତ ହୋଇଥିଲା। ଫିଲ୍ମର ବକ୍ସ ଅଫିସ କଲେକ୍ସନ ମାତ୍ର ୩୯.୦୬ କୋଟି ଟଙ୍କା ହୋଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।