ଶ୍ରୀତମ୍ ଦାସ (ଫଟୋ ସୌଜନ୍ଯ ସୋସିଆଲ ମିଡ଼ିଆ)
News18 Odia Digital
କଟକ: ବିଜେପି ଆଜି ସିଏମସି ନିର୍ବାଚନ ଲାଗି ମେୟର୍ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଅଭିନେତା ଶ୍ରୀତମ୍ ଦାସଙ୍କୁ ବିଜେପି କଟକର ମେୟର ପ୍ରାର୍ଥୀ କରିଛି ।
ଗତକାଲି କଟକ ମହାନଗର ନିଗମ ପାଇଁ ରାଜ୍ୟସଭା ସାଂସଦ ସୁବାସ ସିଂହଙ୍କୁ ବିଜେଡ଼ି ମଇଦାନକୁ ଓହ୍ଲାଇଥିବା ବେଳେ ପୂର୍ବରୁ କଂଗ୍ରେସ ମେୟର ପ୍ରାର୍ଥୀ ଭାବେ ଗିରିବାଳା ବେହେରାଙ୍କ ନାମ ଘୋଷଣା କରି ସାରିଛି । ଆଉ ଆଜି ଅଭିନେତର ଶ୍ରୀତମ ଦାସଙ୍କ ନାମ ଘୋଷଣା କରାଯାଇଛି । ଏଭଳି ସ୍ଥିତିରେ ଗିରିବାଳା, ସୁବାସ, ଶ୍ରୀତମଙ୍କ ମଧ୍ୟରେ ମେୟର ପଦବୀ ପାଇଁ ଜୋରଦାର ଲଢ଼େଇ ହେବ ।
ଓଲିଉଡ଼ର ଏହି ଅଭିନେତା ଶ୍ରାତମ ଦାସ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ । ଏତେ ବର୍ଷ ହେଲା ଦଳ ସହ ଜଣେ ଶୃଙ୍ଖଳିତ କର୍ମୀ ପରି ରହିଆସିଛନ୍ତି । ଏହା ସହ ସେ ଏବେ ଓଡ଼ିଆ ସିନେ ଆର୍ଟିଷ୍ଟ ଆସୋସିଏସନର ସଂପାଦକ ଅଛନ୍ତି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।