ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ବାଲୁକା କଳାରେ ବିଗ ବିଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ; ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ

ବାଲୁକା କଳାରେ ବିଗ ବିଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ; ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ

ଆଜି ହେଉଛି ବିଗ ବିଙ୍କ ଜନ୍ମଦିନ । ଏହି ଅବସରରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ତାଙ୍କ ଚିତ୍ର ଆଙ୍କି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବାଲୁକା କଳାରେ ବିଗ ବିଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ; ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ
ଆଜି ହେଉଛି ବିଗ ବିଙ୍କ ଜନ୍ମଦିନ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 11, 2021, 1:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ୱାଇ: ଆଜି ହେଉଛି ବିଗ ବିଙ୍କ ଜନ୍ମଦିନ । ଏହି ଅବସରରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ତାଙ୍କ ଚିତ୍ର ଆଙ୍କି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଏଥିରେ ଜନ୍ମଦିନର ଶୁଭେଚ୍ଛା ସିନିୟର ବଚ୍ଚନ ଜୀ ଲେଖିଛନ୍ତି । ଅମିତାଭଙ୍କ ଲମ୍ୱା ଓ ସୁସ୍ଥ ଜୀବନର କାମନା କରିଛନ୍ତି ସୁଦର୍ଶନ ।

ଅମିତାଭ ବଚ୍ଚନଙ୍କ ଜନ୍ମ ଦିନ ଅବସରରେ ତାଙ୍କର ଫ୍ୟାନମାନେ ବିଳମ୍ବିତ ରାତିରେ ମୁମ୍ବାଇସ୍ଥିତ ବାସଭବନ ବାହାରେ ବିଗ୍‌ ବିଙ୍କ ଜନ୍ମଦିନ ପାଳିଛନ୍ତି । କେକ କାଟି ଓ ବିଗ ବିଙ୍କ ଅଭିନୀତ ଫିଲ୍ମର ଗୀତରେ ଝୁମି ଝୁମି ନିଜ ପ୍ରିୟ ତାରକାଙ୍କ ଜନ୍ମଦିନ ମନାଇଛନ୍ତି । ଅମିତାଭଙ୍କ ଗୋଟିଏ ଝଲକ ଦେଖିବାକୁ ରାତି ସାରା ଫ୍ୟାନ ଅମିତାଙ୍କ ବାସଭବନ ସମ୍ମୁଖରେ ଅନାଇ ବସିଛନ୍ତି । ସୋସିଆଲ ମିଡ଼ିଆରେ ମଧ୍ୟ ହଜାର ହଜାର ଶୁଭେଚ୍ଛୁ ବାଦଶାହଙ୍କୁ ଜନ୍ମ ଦିନର ଢେର ଅଭିନନ୍ଦନ ଜଣାଇଛନ୍ତି ।

[video width="848" height="480" mp4="https://images.news18.com/odia/uploads/2021/10/WhatsApp-Video-2021-10-11-at-12.13.51.mp4"][/video]

ସୋସିଆଲ ମିଡ଼ିଆରେ ସବୁବେଳେ ଆକ୍ଟିଭ ରହୁଥିବା ମେଗାଷ୍ଟାର ଅମିତାଭ ନିଜେ ହିଁ ପ୍ରଥମେ ନିଜ ଜନ୍ମଦିନ ସମ୍ପର୍କରେ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି। ସେ ନିଜର କିଛି ଫଟୋ କୋଲାଜ କରି ୮୦ ବର୍ଷରେ ପାଦ ଥାପିଥିବା ଉଲ୍ଲେଖ କରିଛନ୍ତି। ଏହି ଫଟୋରେ ଅମିତାଭ କାନ୍ଧରେ ଏକ ବ୍ୟାଗ୍‌ ଓହଳାଇଥିବା ବେଳେ ଜନ୍ମ ଦିନରେ ବି ସକାଳୁ ସକାଳୁ ସେ କାମ ନିମନ୍ତେ ବାହାରି ପଡ଼ିଛନ୍ତି। କିନ୍ତୁ ନିଜେ ବଲିଉଡର ବାଦଶାହ ନିଜ ବୟସ ଅଙ୍କ କଷିବାରେ ସାମାନ୍ୟ ଭୁଲ୍‌ କରିଦେଇଥିବା ଦେଖିବାକୁ ମିଳିଛି। ଅମିତାଭଙ୍କ ଝିଅ ଶ୍ୱେତା ବଚ୍ଚନ ଫ୍ୟାନ୍ସଙ୍କୁ ଠିକ୍‌ ସୂଚନା ଦେବାକୁ ଯାଇ କମେଣ୍ଟ ସେକ୍ସନରେ ‘୭୯ତମ’ ବୋଲି ଲେଖିବା ସହ ହାର୍ଟ ଇମୋଜି ଦେଇଛନ୍ତି।  ଅମିତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ନାତୁଣୀ ନଭ୍ୟା, ବଲିଉଡ ଆକ୍ଟର ରଣବୀର ସିଂ, ଭୂମି ପେଡନେକର ପ୍ରମୁଖ ବିଗ ବିଙ୍କ ଜନ୍ମ ଦିନର ଢେର ଶୁଭେଚ୍ଛା ଜଣାଇଛନ୍ତି ।
Published by: Soumya Das
First published: October 11, 2021, 1:49 PM IST