ବିବାହର ୬ ବର୍ଷ ପରେ ଗର୍ଭବତୀ ହେଲେ ବିପାଶା ବାସୁ!
News18 Odia Digital
Bipasha Basu pregnant: ବର୍ତ୍ତମାନ ବିପାଶା ବାସୁ ଓ କରନ ସିଂ ଗ୍ରୋବରଙ୍କୁ ନେଇ ଖୁସି ଖବର। ବାପା-ମା' ହେବାକୁ ଯାଉଛନ୍ତି ଏହି ଯୋଡି। ବିବାହର ୬ ବର୍ଷ ପରେ ମା' ହେବେ ବିପାଶା। ହେଲେ ଏଯାବତ ଏହି ଖୁସି ଖବର ସେ ସେୟାର କରିନାହାଁନ୍ତି।
ମିଡ଼ିଆ ରିପୋର୍ଟ ଅନୁଯାୟୀ କରନ ଓ ବିପାଶା କିଛି ମାସ ପରେ ପିତାମାତା ହେବାକୁ ଯାଉଛନ୍ତି। ତେବେ କରନ କିମ୍ବା ବିପାଶା ନିଜ ସୋସିଆଲ ମିଡ଼ିଆରେ ଏଯାବତ ଏହି ଖୁସି ଖବର ପୋଷ୍ଟ କରିନାହାଁନ୍ତି।
ବାପା-ମା' ହେବାକୁ ଉତ୍ସାହିତ ଅଛନ୍ତି ଏହି ଯୋଡି
ଗତ ଅନେକ ଦିନରୁ ବିପାଶା ଗର୍ଭବତୀ ଥିବା କଥା ବେଶ୍ ଚର୍ଚ୍ଚାରେ ଅଛି। ଇତିମଧ୍ୟରେ ଏକ ମିଡ଼ିଆ ରିପୋର୍ଟରେ ପ୍ରକାଶ ପାଇଛି ଯେ ବିପାଶା ଓ କରନଙ୍କ ନିକଟ ସୂତ୍ର କହିଛି ଯେ ଏହି ସୁପରଷ୍ଟାରମାନେ ଖୁବ୍ ଶୀଘ୍ର ସେମାନଙ୍କର ପ୍ରଥମ ସନ୍ତାନ ବିଷୟରେ ଘୋଷଣା କରିବାକୁ ଯାଉଛନ୍ତି। ଏହା ସହିତ କରନ-ବିପାଶା ପିତାମାତା ହେବା ପାଇଁ ବହୁତ ଖୁସି ଓ ଉତ୍ସାହିତ ମଧ୍ୟ ଅଛନ୍ତି।
ବିପାଶା ଓ କରନଙ୍କ ବିବାହକୁ ୬ ବର୍ଷ ବିତିଗଲାଣି
ସୂଚନାଯୋଗ୍ୟ ଯେ ହିନ୍ଦୀ ସିନେମା ଅଭିନେତ୍ରୀ ବିପାଶ ଓ କରନ ୨୦୧୫ରେ ‘ଏଲୋନ’ ଫିଲ୍ମରେ ପ୍ରଥମଥର କାମ କରିଥିଲେ। ଏହି ଫିଲ୍ମ ପରେ ଏହି ଦୁଇ କଳାକାରଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିବାରେ ଲାଗିଲା। ଆଉ ଗୋଟିଏ ବର୍ଷ ପରସ୍ପରକୁ ଡେଟ କରିବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।
୨୦୧୬ରେ କରନ ଓ ବିପାଶା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହର ୬ ବର୍ଷ ପରେ, ବର୍ତ୍ତମାନ ଏହି ଦୁଇ ଦମ୍ପତିଙ୍କର ପିତାମାତା ହେବାର ଖବର ସାମ୍ନାକୁ ଆସୁଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।