ଆଲିଆ-ରଣବୀରଙ୍କ ପରେ ବିପାଶା ଓ କରନଙ୍କ ଘରକୁ ଆସିଲେ କୁନି ଅତିଥି

Bipasha Basu Welcomes Daughter: ବଲିଉଡ ଫେମସ କପଲ ବିପାଶା ବାସୁ ଏବଂ କରନ ସିଂ ଗ୍ରୋଭର ଆସିଲେ କୁନି ଅତିଥି। ଅଭିନେତ୍ରୀ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି।

ବିପାଶା ଓ କରନଙ୍କ ଘରକୁ ଆସିଲେ କୁନି ଅତିଥି

ବିପାଶା ଓ କରନଙ୍କ ଘରକୁ ଆସିଲେ କୁନି ଅତିଥି

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ମୁମ୍ବାଇ: ବିବାହର ଦୀର୍ଘ ଦିନ ପରେ ଗର୍ଭଧାରଣ ପାଇଁ ବଲିଉଡ ଲୋକପ୍ରିୟ କପଲ ବିପାଶା ବାସୁ ଏବଂ କରନ ସିଂ ଗ୍ରୋଭର ଲାଇମଲାଇଟରେ ଥିଲେ। ବର୍ତ୍ତମାନ ଏହି ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି। ବିପାଶା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏହି ଷ୍ଟାର ଦମ୍ପତି ନିଜ ଝିଅର ଜନ୍ମକୁ ନେଇ ବହୁତ ଖୁସି ଅଛନ୍ତି।

ବିବାହର ୬ ବର୍ଷ ପ୍ରଥମ ସନ୍ତାନକୁ ସ୍ୱାଗତ କଲେ ଏହି କପଲ

ଖବର ଅନୁଯାୟୀ, ଏହି ଦମ୍ପତି ଶନିବାର ଦିନ ଏକ ଶିଶୁ କନ୍ୟାର ପିତାମାତା ସାଜିଛନ୍ତି। ବିପାଶା ଏବଂ କରନ ୨୦୧୬ରେ ବିବାହ କରିଥିଲେ। ଆଉ ବିବାହର ୬ ବର୍ଷ ପରେ ଏହି ଦମ୍ପତି ନିଜ ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି।

ଅଗଷ୍ଟରେ ଗର୍ଭବତୀ ବିଷୟରେ ଘୋଷଣା କରିଥିଲେ ଦୁହେଁ

ବିପାଶା ତାଙ୍କ ଗର୍ଭଧାରଣ ବିଷୟରେ ସୂଚନା ତାଙ୍କ ପ୍ରଶଂସକଙ୍କ ସହ ଅଗଷ୍ଟରେ ସେୟାର କରିଥିଲେ। ସେବେଠାରୁ ଏହି ଦମ୍ପତି ଅନେକ ଥର ଗ୍ଲାମରସ୍ ଫଟୋ ସେୟାର କରିଥିଲେ। ବିପାଶା ଅନେକ ଥର ପ୍ରେଗନେଣ୍ଟ ଫଟୋସୁଟ କରିଥିଲେ, ଯେତେବେଳେ ତାଙ୍କର ଫଟୋ ଭାଇରାଲ ହୋଇଥିଲା, ସେତେବେଳେ ସେ ଅନେକ ପ୍ରଶଂସା ପାଇଥିଲେ। ସେ ତାଙ୍କ ଗର୍ଭଧାରଣ ସମ୍ବନ୍ଧୀୟ କିଛି ଭିଡିଓ ସୋସିଆଲ ମିଡ଼ିଆରେ ମଧ୍ୟ ସେୟାର କରିଥିଲେ।








View this post on Instagram






A post shared by Bipasha Basu (@bipashabasu)






ଝିଅ ଜନ୍ମ କରିବାର ଇଚ୍ଛା ପୂରଣ ହେଲା

କିଛି ମାସ ପୂର୍ବେ ବିପାଶା ବମ୍ବେ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଏବଂ କରନ ବେବି ଗାର୍ଲ ଚାହୁଁଛନ୍ତି। ତାଙ୍କର ଇଚ୍ଛା ହେଉଛି ତାଙ୍କ ଘରେ ଏକ ଶିଶୁ କନ୍ୟା ଜନ୍ମ ହେବା ଉଚିତ୍। ସେ କହିଥିଲେ, ‘‘ଯେତେବେଳେ ବି ପିଲା ଜନ୍ମ କରିବା କଥା ଆସେ, ସେ ଏବଂ କରନ ଏହା ପାଇଁ ସର୍ବଦା ପ୍ରସ୍ତୁତ ଥିଲେ। ସେ କହିଥିଲେ କରଣ ଏବଂ ମୁଁ ଆରମ୍ଭରୁ ହିଁ ବେବି ଗାର୍ଲ ଚାହୁଁଛୁ।’’








View this post on Instagram






A post shared by Bipasha Basu (@bipashabasu)






ପ୍ରକାଶ ଥାଉକି ଖାଲି ବିପାଶା ନୁହେଁ ନିକଟରେ କ୍ୟୁଟ ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ ବେବି ଗାର୍ଲଙ୍କୁ ଜନ୍ମ ଦେଇଥିଲେ। ଯାହାର ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଥିଲା।
Published by:Lipina Das
First published: