News18 Odia Digital
Bigg Boss Grand Finale 16: ଆରମ୍ଭ ହୋଇଛି ବିଗ୍ ବସ୍ ୧୬ ର ଫାଇନାଲ୍ (Bigg Boss Grand Finale) ପାଇଁ କାଉଣ୍ଟଡାଉନ। କିଛି ସମୟ ପରେ ଜଣା ପଡିବ ଶୋ’ର ବିଜେତାର ନାମ। ଯଦି ଆପଣ ମଧ୍ୟ ଉତ୍ସାହର ସହିତ ଏହି ଗ୍ରାଣ୍ଡ୍ ଫାଇନାଲ୍ ପାଇଁ ଅପେକ୍ଷା କରିଛନ୍ତି ତେବେ ଏକ ବଡ଼ ଖବର ବାବଦରେ ଜାଣିରଖନ୍ତୁ।
BIGG BOSS 16; ଶାଲିନ ଉପରେ ରାଗିଗଲେ ଟିନା, କହିଲେ.. 'ମୋ ସହ କଦାପି କଥା ହେବ ନାହିଁ'ସାଧାରଣତଃ ପ୍ରତ୍ୟେକ ସିଜିନ ଫାଇନାଲ୍ ଏପିସୋଡ୍ ରାତି ୯ ଟାରୁ ଆରମ୍ଭ ହୁଏ, କିନ୍ତୁ ଏଥର ଶୋ ସମୟରେ ଏକ ବଡ ପରିବର୍ତ୍ତନ କରାଯାଇଛି। ଏଥର ରାତି ୯ ଟାରୁ ଆରମ୍ଭ ହେବ ନାହିଁ। ବିଗ୍ ବସ୍ ୧୬ ର ଫାଇନାଲ୍ ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ। ଆରମ୍ଭର କିଛି ଘଣ୍ଟା ପରେ ବିଜେତାଙ୍କ ନାମ ଘୋଷଣା କରାଯିବ। ପ୍ରଥମେ ସମସ୍ତ ପ୍ରତିଯୋଗୀମାନେ ଏକ ସ୍ପେସିଆଲ ପ୍ରଦର୍ଶନ କରିବେ।
BIGG BOSS 16; କ'ଣ ତୁମେ ମତେ କେବେ ଭଲ ପାଇଥିଲ? ଟିନା ଦତ୍ତାଙ୍କୁ ଶାଲିନ୍ ଭନୋଟଙ୍କ ପ୍ରଶ୍ନ !ଏଥର ବିଗ୍ ବସ୍ ଖେଳରେ ଅନେକ ମଜାଳିଆ ସେଲିବ୍ରିଟି ଆସିଥିଲେ। ଯେଉଁମାନେ କି ଚମତ୍କାର ଖେଳ ଖେଳି TRP ହାସଲ କରିଛନ୍ତି। ଏହି କାରଣରୁ, ବିଗ୍ ବସ୍ 16 କୁ ଆଉ ଏକ ମାସ ବୃଦ୍ଧି କରିବାକୁ ପଡିଥିଲା। କିନ୍ତୁ ବର୍ତ୍ତମାନ ଏହା ଗତ ସପ୍ତାହରେ ହୋଇଛି ଓ ଶୋ’ର ଫାଇନାଲ(Bigg Boss Finale)ରେ ପ୍ରବେଶ କରିଥିବା ପ୍ରତିଯୋଗୀମାନଙ୍କ ମଧ୍ୟରେ ଶାଲିନ୍ ଭାନୋଟ୍, ପ୍ରିୟଙ୍କା ଚହର ଚୌଧୁରୀ, ଅର୍ଚ୍ଚନା ଗୌତମ, ଏମସି ଷ୍ଟାନ୍ ଏବଂ ଶିବ ଠାକରେଙ୍କ ନାମ ସାମିଲ ଅଛି। ବର୍ତ୍ତମାନ ଏହି ଶୋ’ରେ କିଏ ଜିତିବାକୁ ଯାଉଛି ଓ ବିଜୟର ଏତେ ନିକଟତର ହେବା ପରେ କିଏ ବାହାରକୁ ଆସିବ ତାହା ଦେଖିବା ଅପେକ୍ଷା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।