News18 Odia Digital
'ବିଗ୍ ବସ୍ ଫାଇନାଲ୍'ର ବିଜେତା(Bigg Boss Winner) ଘୋଷିତ ହୋଇଛି। ଏଥର 'ବିଗ୍ ବସ୍'ର ଟ୍ରଫି ଏମସି ଷ୍ଟାନ (MC Stan) ହାତେଇଛନ୍ତି। ସମସ୍ତେ 'ବିଗ୍ ବସ୍'ର ଟ୍ରଫି ପାଇଁ ଲଢେଇ କରୁଥିଲେ ଓ ସେମାନଙ୍କୁ ପରାସ୍ତ କରି ଏମସି ଟ୍ରଫି ଜିତିଥିଲେ ଓ ବର୍ତ୍ତମାନ ସେ' ବିଗ୍ ବସ୍ 16'ର ବିଜେତା ହୋଇଛନ୍ତି। ଏମସି ଷ୍ଟାନ୍ ତାଙ୍କ ରାପ(Rapper) ପାଇଁ ଯୁବ ପିଢ଼ି ମଧ୍ୟରେ ପ୍ରସିଦ୍ଧ ଥିଲେ ଏବଂ ବର୍ତ୍ତମାନ ସେ ଟ୍ରଫି ଜିତିଛନ୍ତି।
BIGG BOSS 16 FINALE: ଆଜି ବିଗ ବସ ଗ୍ରାଣ୍ଡ ଫାଇନାଲ; ଏହି ସମୟରୁ ହେବ ଆରମ୍ଭଏମସି ଷ୍ଟାନ ବିଷୟରେ କହିବାକୁ ଗଲେ ତାଙ୍କର ପ୍ରକୃତ ନାମ ଅଲତାଫ ଶେଖ ଏବଂ ସେ ପୁଣେର ବାସିନ୍ଦା। ସେ ବହୁତ କମ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ, କେବଳ ଏତିକି ନୁହେଁ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏମସି ଷ୍ଟାନ ମଧ୍ୟ ପ୍ରସିଦ୍ଧ ରାପର ରାଫତାରଙ୍କ ସହ ଗୀତ ଗାଇଛନ୍ତି। ତାଙ୍କ ଗୀତ 'ବାଟା' ପାଇଁ ଏମସି ଷ୍ଟାନ ଅଧିକ ଚର୍ଚ୍ଚାକୁ ଆସିଥିଲେ। ଏହି ଗୀତ ଏତେ ଲୋକପ୍ରିୟ ହେଲା ଯେ ଏହା ଯୁବ ପିଢ଼ି ମଧ୍ୟରେ ଲୋକପ୍ରିୟ ପାଲଟିଛି। ଏହି ଗୀତଟି ୟୁଟ୍ୟୁବରେ ପ୍ରାୟ ୨୧ ମିଲିୟନ୍ ଭ୍ୟୁ ପାଇଛି।
BIGG BOSS 16; କ'ଣ ତୁମେ ମତେ କେବେ ଭଲ ପାଇଥିଲ? ଟିନା ଦତ୍ତାଙ୍କୁ ଶାଲିନ୍ ଭନୋଟଙ୍କ ପ୍ରଶ୍ନ !ଏମସି ଷ୍ଟାନଙ୍କୁ ମାତ୍ର ୨୩ ବର୍ଷ ବୟସ ଏବଂ ଏତେ କମ୍ ବୟସରେ ସେ କୋଟି ଟଙ୍କା ରୋଜଗାର କରିଛନ୍ତି। ତାଙ୍କର ନିଟ୍ ମୂଲ୍ୟ ବିଷୟରେ କହିବାକୁ ଗଲେ, ଏମ୍ସି ଷ୍ଟାନ୍ ହେଉଛି ୫୦ ଲକ୍ଷ ମୂଲ୍ୟର ସମ୍ପତ୍ତିର ମାଲିକ। ସେ ତାଙ୍କ ଗୀତ ଏବଂ ୟୁଟ୍ୟୁବ ଏବଂ କନସର୍ଟରୁ ପ୍ରତିମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି। ଏକ ଗରିବ ପରିବାରରେ ଜନ୍ମ ହୋଇଥିବା ଏମସିଙ୍କୁ ତାଙ୍କ ପରିବାର ସଦସ୍ୟ ଗାଳିଗୁଲଜ କରୁଥିଲେ। କାରଣ ସେ ଗୀତ ଏବଂ ରେପ୍ ପ୍ରତି ଅଧିକ ଧ୍ୟାନ ଦେଇଥିଲେ। ଆଜି ସେ ହାସଲ କରିଥିବା ପଦବୀ ପାଇଁ ଏମସି ଷ୍ଟାନ୍ କଠିନ ପରିଶ୍ରମ କରିଥିଲେ ଓ ସେ ଗୀତ ମାଧ୍ୟମରେ ତାଙ୍କର ସଂଘର୍ଷ କହିବା ଆରମ୍ଭ କରିଥିଲେ ଓ ତାହା ହେଉଛି, ସଫଳତା ତାଙ୍କ ପାଦକୁ ଚୁମ୍ବନ ଦେବା ଆରମ୍ଭ କଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।