ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ୟୋହାନୀଙ୍କ ମାନିକେ ଗୀତ ସଲମାନଙ୍କୁ କଲା କନଫ୍ଯୁଜ; ଗୀତରେ ଧରିଲେ ଶ୍ରୀଦେବୀଙ୍କ ନାମ

ୟୋହାନୀଙ୍କ ମାନିକେ ଗୀତ ସଲମାନଙ୍କୁ କଲା କନଫ୍ଯୁଜ; ଗୀତରେ ଧରିଲେ ଶ୍ରୀଦେବୀଙ୍କ ନାମ

ସଲମାନ ୟୋହାନୀଙ୍କ ସହିତ ‘ମାନିକେ ମାଗେ ହିତେ’ ଗାଉଥିବା ବେଳେ ଅନେକ ଜାଗାରେ ତାଙ୍କୁ ଭାଷା ଅବୁଝା ହୋଇଥିଲା। ତେଣୁ ସେ ଗୀତ ଗାଉ ଗାଉ ମଝିରେ ମଝିରେ ଶବ୍ଦଗୁଡିକ ଛାଡ଼ିଦେଉଥିଲେ।

ୟୋହାନୀଙ୍କ ମାନିକେ ଗୀତ ସଲମାନଙ୍କୁ କଲା କନଫ୍ଯୁଜ; ଗୀତରେ ଧରିଲେ ଶ୍ରୀଦେବୀଙ୍କ ନାମ
ୟୋହାନୀଙ୍କ ସହ ଗୀତ ଗାଇଲେ ସଲମାନ ଖାନ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 11, 2021, 11:42 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ : ସୁପରଷ୍ଟାର ସଲମାନ ଖାନ ବଲିଉଡର ଜଣେ ଚର୍ଚ୍ଚିତ ଚେହେରା। ସେ ଅନେକ ସମୟରେ କୌଣସି ନା କୌଣସି ଘଟଣାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଆଜିକାଲି ସେ ତାଙ୍କ ରିୟଲିଟି ଶୋ ‘ବିଗ ବସ ୧୫’କୁ ନେଇ ଚର୍ଚ୍ଚାର ପରିସରରେ ଅଛନ୍ତି। ପୂର୍ବ ମାସରେ ସଲମାନ ‘ଟାଇଗର ୩’ର ଇଣ୍ଟର ନ୍ଯାସନାଲ ସୁଟିଂ ଶେଷ କରି ମୁମ୍ବାଇ ଫେରିଥିଲେ। ଏବେ ସେ ବିଗ ବସକୁ ନେଇ ଖୁବ ବ୍ୟସ୍ତ ରହୁଥିବା ଦେଖାଯାଏ। ଏହି ଶୋ’ରେ ପ୍ରାୟ ସମୟରେ କେହି ନା କେହି ନୂଆ କଳାକାର ଯୋଗ ଦିଅନ୍ତି ଓ ସଲମାନଙ୍କ ସହ ମସ୍ତି କରନ୍ତି। ଏଥର ମଧ୍ୟ ସେମିତି ହୋଇଥିଲା। ଏହି ଶନିବାର ସଲମାନ ଖାନ ସିଜନର ପ୍ରଥମ ୱିକେଣ୍ଡ କା ବାରକୁ ହୋଷ୍ଟ କରିଥିଲେ। ଏଥିରେ ଶ୍ରୀଲଙ୍କା କଣ୍ଠଶିଳ୍ପୀ ୟୋହାନୀ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ସଲମାନ ଖାନ କିଛି ପ୍ରତିଯୋଗୀଙ୍କ ସହ କ୍ଲାସ କରିଥିବା ବେଳେ ବଲିଉଡ଼ ବୋଲ୍ଡ କ୍ୱିନ ରାକ୍ଷୀ ସାୱନ୍ତଙ୍କ ସହ ଦମଦାର ମସ୍ତି ମଧ୍ୟ କରିଥିଲେ। ଏହା ସହିତ ୟୋହାନୀଙ୍କ ସହିତ ମିଶି ତାଙ୍କର ଫେମସ ଭାଇରାଲ ଗୀତ ‘ମାନିକେ ମାଗେ ହିତେ’କୁ ସଲମାନ ଗାଇଥିଲେ। ଶୋ’ର ଆଉ ଏକ ପ୍ରୋମୋ ଗୀତ ମଧ୍ୟ ସୋସିଆଲ ମିଡ଼ିଆରେ ଛାଇ ଯାଇଛି। ଏହି ଭିଡ଼ିଓରେ ସଲମାନଙ୍କ ଶୋ’ରେ ୟୋହାନୀ ନଜର ଆସିଛନ୍ତି।

ସଲମାନ ୟୋହାନୀଙ୍କ ସହିତ ‘ମାନିକେ ମାଗେ ହିତେ’ ଗାଉଥିବା ବେଳେ ଅନେକ ଜାଗାରେ ତାଙ୍କୁ ଭାଷା ଅବୁଝା ହୋଇଥିଲା। ତେଣୁ ସେ ଗୀତ ଗାଉ ଗାଉ ମଝିରେ ମଝିରେ ଶବ୍ଦଗୁଡିକ ଛାଡ଼ିଦେଉଥିଲେ। ଆରମ୍ଭରୁ ସଲମାନ ଠିକଠାକ ଗାଉଥିବା ଦେଖାଯାଇଥିଲା। କିନ୍ତୁ ମଝିରେ ଯେତେବେଳେ ତାଙ୍କୁ ଶବ୍ଦ ବୁଝିବାରେ ଅସୁବିଧା ହେଲା ସେ ଶ୍ରୀଦେବୀଙ୍କ ନାମ ପୂରେଇ ଦେଲେ। ଏହା ଦେଖି ନିଜେ ୟୋହାନୀ ମଧ୍ୟ ତାଙ୍କ ହସକୁ ଅଟକାଇ ପାରିଲେ ନାହିଁ। ପ୍ରଶଂସକମାନଙ୍କ ମଧ୍ୟରେ ଏହି ଭିଡ଼ିଓ ଛାଇଯାଇଛି।

ସବୁଥର ପରି ଏଥର ମଧ୍ୟ ଶୋ’ରେ ସଲମାନ ଖାନ ତାଙ୍କ ନିଜ ଷ୍ଟାଇଲରେ ନଜର ଆସିଥିଲେ। ସେ ପ୍ରତୀକ ସହଜପାଲଙ୍କୁ ଜମେଇକି କ୍ଲାସ୍ କରିଥିଲେ। ତେବେ ବିଧି ପାଣ୍ଡ୍ୟା ଓ ପ୍ରତୀକ ସହଜପାଲଙ୍କ ବାଥରୁମ ପ୍ରସଙ୍ଗକୁ ନେଇ ସଲମାନ ଖୁବ୍ ବର୍ଷିଥିଲେ।
Published by: Soumya Das
First published: October 11, 2021, 11:42 AM IST