Bigg Boss 15: ଶମିତା ଶେଟ୍ଟୀଙ୍କୁ ସରପ୍ରାଇଜ୍ ଦେବେ ନିର୍ମାତା; ହାଉସରେ ଏଣ୍ଟ୍ରି କରିବେ ରାକେଶ

Bigg Boss 15: ସଲମାନ ଖାନଙ୍କ ଫେମସ୍ ଶୋ ବିଗ୍ ବସ୍ ୧୫ରେ ୱାଇଲ୍ଡ କାର୍ଡ଼ ଏଣ୍ଟ୍ରିକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ବିଗ୍ ବସ୍ ୧୫ର ନିର୍ମାତା ଶମିତା ଶେଟ୍ଟୀଙ୍କୁ ସରପ୍ରାଇଜ୍ କରିବା ପାଇଁ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଥିବା କୁହାଯାଉଛି।

ଶମିତା ଶେଟ୍ଟୀଙ୍କୁ ସରପ୍ରାଇଜ୍ ଦେବେ ନିର୍ମାତା

ଶମିତା ଶେଟ୍ଟୀଙ୍କୁ ସରପ୍ରାଇଜ୍ ଦେବେ ନିର୍ମାତା

  • Share this:
News18 Odia Digital

ମୁମ୍ବାଇ: ସଲମାନ ଖାନଙ୍କ ରିୟାଲିଟି ଶୋ ବିଗ୍ ବସ୍ ୧୫ରେ, ଏଥର ଡବଲ୍ ଏବିକସନ୍ ସପ୍ତାହ ମଧ୍ୟ ଭାଗରେ ଘଟିଥିଲା, ଯାହା ଉଭୟ ପ୍ରଶଂସକ ଓ ପ୍ରତିଯୋଗୀଙ୍କୁ ଅତ୍ୟନ୍ତ ଚକିତ କରିଥିଲା । ଉଭୟ ବିଧି ପାଣ୍ଡ୍ୟା ଓ ଡୋନାଲ୍ ବିଷ୍ଟ କମ୍ ଭୋଟ୍ ପାଇଥିଲେ ଯେଉଁଥି ପାଇଁ ସେମାନଙ୍କୁ ଶୋ ଛାଡ଼ିବାକୁ ପଡ଼ିଲା । ବିଗ୍ ବସର ଆଗାମୀ ଏପିସୋଡରେ ମଧ୍ୟ କିଛି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ୱାଇଲ୍ଡ କାର୍ଡ ପ୍ରବେଶ ଶୀଘ୍ର ବିଗ୍ ବସ୍ ୧୫ରେ ଘଟିବାକୁ ଯାଉଛି ।

ଏହା ମଧ୍ୟ କୁହାଯାଉଛି ଯେ ଶମିତା ଶେଟ୍ଟୀ ବିଗ୍ ବସ୍ ଠାରୁ ଏକ ବଡ଼ ସରପ୍ରାଇଜ୍ ପାଇବାକୁ ଯାଉଛନ୍ତି। ଶମିତା ଶେଟ୍ଟୀ ପୁଣି ଥରେ ତାଙ୍କ ବିଗ୍ ବସ୍ OTT ସଂଯୋଗକୁ ଭେଟିବାକୁ ଯାଉଛନ୍ତି, ଯାହା ବର୍ତ୍ତମାନ ତାଙ୍କର ପ୍ରକୃତ ଜୀବନ ସଂଯୋଗରେ ପରିଣତ ହୋଇଛନ୍ତି ।

ଆଜ୍ଞା ହଁ, ସେ ହେଉଛନ୍ତି ଅଭିନେତା ରାକେଶ ବାପଟ । ଇ-ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ ନିର୍ମାତାମାନେ ଶୋରେ ରାକେଶଙ୍କ ପ୍ରବେଶ ପାଇଁ ରାଜି ହୋଇଯାଇଛନ୍ତି। ଏଭଳି ପରିସ୍ଥିତିରେ ସେ ଶୀଘ୍ର ବିଗ୍ ବସ୍ ୧୫ ଘରେ ଏଣ୍ଟ୍ରି କରିବେ ।

ଏହ କଥା ସମସ୍ତଙ୍କୁ ଜଣା ଯେ ଶମିତା ଶେଟ୍ଟୀ ଓ ରାକେଶ ବାପଟ ପ୍ରଥମେ ବିଗ୍ ବସ୍ OTTରେ ଭେଟିଥିଲେ । ଶୋ’ର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶମିତା ଶେଟ୍ଟୀ ଓ ରାକେଶ ବାପଟଙ୍କ ମଧ୍ୟରେ ଏକ ସମ୍ପର୍କ ସୃଷ୍ଟି ହୋଇଥିଲା । ଆଉ ସେମାନଙ୍କ ରୋମାଣ୍ଟିକ ଅନ୍ଦାଜ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ଶୋ’ରେ ଦୁହେଁ ମଧ୍ୟ ନିଶ୍ଚିତ କରିଛନ୍ତି ଯେ ସେମାନେ ପରସ୍ପରକୁ ପସନ୍ଦ କରନ୍ତି ଓ ବିଗ୍ ବସ୍ OTT ଛାଡ଼ିବା ପରେ ମଧ୍ୟ ସେମାନଙ୍କର ବନ୍ଧୁତା ଏହିପରି ରହିବ ।

ଯଦିଓ ରାକେଶ ଓ ଶମିତା ଏ ପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କକୁ ଅଫିସିଆଲ୍ କରିନାହାଁନ୍ତି। କିନ୍ତୁ ବିଗ୍ ବସ୍ OTTରୁ ବାହାରକୁ ଯିବା ପରେ, ଏହି ଦମ୍ପତିଙ୍କୁ ଏକ ଡିନର୍ ଡେଟରେ ଏକାଠି ଦେଖିବାକୁ ମିଳିଥିଲା ।

ରାକେଶ ବିଗ୍ ବସ୍ ୧୫ରେ ବର୍ତ୍ତମାନ ପର୍ଯ୍ୟନ୍ତ ଶମିତା ଶେଟ୍ଟୀଙ୍କୁ ସମର୍ଥନ କରି ଆସୁଛନ୍ତି । ଯେତେବେଳେ ଶମିତା ନିଜ ଜୋତା ମାଇଶାଙ୍କୁ ଦେଇଥିଲେ, ସେତେବେଳେ ରାକେଶ ତାଙ୍କୁ ସୋସିଆଲ ମିଡ଼ିଆରେ ପ୍ରଶଂସା କରିଥିଲେ। ବିଗ୍ ବସ୍ ୧୫ରେ ପ୍ରତିଯୋଗୀମାନେ ଶମିତାଙ୍କୁ ରାକେଶଙ୍କ ନାମ ନେଇ ମଜା କରୁଥିବାର ନଜର ଆସୁଛନ୍ତି ।
Published by:Lipina Das
First published: