ବିବାହର ୧୫ଦିନ ପରେ ତେଜସ୍ୱିଙ୍କ ବାପା ଦୁବାଇ ପଳାଇ ଥିଲେ (ପ୍ରତୀକାତ୍ମକ ଛବି)
News18 Odia Digital
ନୂଆ ଦିଲ୍ଲୀ: 'ବିଗ୍ ବସ୍ ୧୫'ରେ କିଛି ଘଟଣା ହଇଚଇ ସୃଷ୍ଟି କରିଥିଲା। କିନ୍ତୁ ନିକଟରେ ଏହି ଶୋ’ର ପ୍ରତିଯୋଗୀ ତେଜସ୍ୱୀ ପ୍ରକାଶ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ଏହି ଶୋ’ରେ ତାଙ୍କ ସହ-ପ୍ରତିଯୋଗୀମାନଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ ତେଜସ୍ୱୀ କହିଛନ୍ତି ଯେ ତାଙ୍କ ମାଙ୍କୁ ବିବାହ କରିବା ପରେ ତାଙ୍କ ପିତା ତାଙ୍କୁ କିଛି ନ ଜଣାଇ ଦୁବାଇ ଯାଇଥିଲେ। ବିବାହର ଏକ ସପ୍ତାହ ପରେ, ବାପାଙ୍କ ଏପରି କାର୍ଯ୍ୟ ଯୋଗୁଁ ତାଙ୍କ, ଯାହା ପରେ ମାତାଙ୍କୁ ଅପମାନ ଶୁଣିବାକୁ ପଡିଥିଲା।
ଶମିତା ଏବଂ ପ୍ରତୀକଙ୍କ ସହିତ ହୃଦୟସ୍ପର୍ଶୀ କଥାବାର୍ତ୍ତା
ତାଙ୍କ ସହ-ପ୍ରତିଯୋଗୀ ପ୍ରତୀକ ସାହାଜପାଲ ଓ ଶମିତା ଶେଟ୍ଟୀଙ୍କ ସହ କଥାବାର୍ତ୍ତା ବେଳେ ତେଜସ୍ୱୀ ଏହା ପ୍ରକାଶ କରିଛନ୍ତି। ତେଜସ୍ୱୀ ପ୍ରକାଶ କହିଛନ୍ତି- 'ଯେତେବେଳେ ମୋର ପିତାମାତା ବିବାହ କରିଥିଲେ, ମୋ ବାପା ଏକ ସପ୍ତାହ ମଧ୍ୟରେ ଦୁବାଇ ପଳାଇ ଯାଇଥିଲେ। ସେ ଦେଢ଼ବର୍ଷ ପର୍ଯ୍ୟନ୍ତ ଫେରି ନଥିଲେ।
ସମସ୍ତେ କହୁଥିଲେ ଧୋକା ଦେଇକି ଚାଲିଗଲେ
ଅଭିନେତ୍ରୀ କହିଛନ୍ତି ଯେ 'ସେହି ସମୟରେ ସମସ୍ତେ ମା’ଙ୍କୁ କହିଥଲେ ଯେ ସେ ସେ ଧୋକା ଦେଇକି ଚାଲିଯାଇଛନ୍ତି। ସେ କେବେ ଫେରିବେ ନାହିଁ। କିନ୍ତୁ ବାପା ଏବଂ ମାତା ସେହି ସମୟରେ ପରସ୍ପରକୁ ପ୍ରେମ ଚିଠି ଲେଖୁଥିଲେ। ଏପରିକି ସେମାନେ ଟେଲିଫୋନ୍ ବୁଥରେ ପରସ୍ପରକୁ ଫୋନ୍ କରି କଥା ହେଉଥିଲେ। ସେହି ସମୟରେ ଏସବୁ କେତେ କଷ୍ଟସାଧ୍ୟ ଥିଲା।
ତେଜସ୍ୱୀଙ୍କ ପିତା ଦେଢ଼ବର୍ଷ ପାଇଁ ଫେରିନଥିଲେ
ତେଜସ୍ୱୀ ପ୍ରକାଶ କହିଛନ୍ତି- 'ତାଙ୍କ ବାପା ଦେଢ଼ ବର୍ଷ ଧରି ଫେରି ନଥିଲେ। ସେ ଦୁବାଇରେ ରହୁଥିଲେ ଓ ସେଠାରେ ଏକ ଘର କିଣିଥିଲେ, କାର କିଣିଥିଲେ ଏବଂ ଅନେକ ଜିନିଷ କିଣିଥିଲେ। ଏହା ପରେ ସେ ତାଙ୍କ ମାଙ୍କୁ ଦୁବାଇକୁ ଡାକିଲେ। ପ୍ରଥମେ ଲୋକମାନେ ପାପାଙ୍କ ଉପରେ ଅତ୍ୟଧିକ କ୍ରୋଧିତ ହୋଇଥିଲେ କିନ୍ତୁ ପରେ ତାଙ୍କ ସହ ଖୁସି ହୋଇଥିଲେ। ବାର୍ତ୍ତାଳାପରେ ଅଭିନେତ୍ରୀ ଏହା ମଧ୍ୟ କହିଛନ୍ତି ଯେ ସେ କିଛି ସମୟ ପାଇଁ ୟୁଏଇର ବାସିନ୍ଦା ଥିଲେ ଓ ତାଙ୍କୁ ଅନେକ ଥର ଦୁବାଇ ଯିବାକୁ ପଡୁଥିଲା।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।