- News18 Odia
- Last Updated :
- New Delhi, India
News 18 Odia Digital
ମୁମ୍ଵାଇ: ଟେଲି ଅଭିନେତ୍ରୀ ଦୀପିକା କକ୍କଡ(Deepika Kakkar) ବର୍ତ୍ତମାନ ତାଙ୍କ ଜୀବନରେ ଏକ ନୂଆ ମୋଡ଼ ଆସିବାକୁ ଯାଉଛି। ସୋସିଆଲ ମିଡ଼ିଆ(social media)ପୋଷ୍ଟ ମାଧ୍ୟମରେ ନିଜର ଗର୍ଭବତୀ ଥିବା କନଫର୍ମ କରିଛନ୍ତି। ଶୋଏବ ଇବ୍ରାହିମଙ୍କୁ ବିବାହ କରିବା ପରେ ତାଙ୍କ ପରିବାର ସମୟ ଅତିବାହିତ କରୁଥିବାର ଦେଖିବାକୁ ମିଳିଛି।
ସୋସିଆଲ ମିଡିଆରେ ଦୀପିକା ଏବଂ ଶୋଏବ(Shoaib) ଏକ ସୁନ୍ଦର ଫଟୋ ସେୟାର କରିଥିଲେ। ଯାହାକୁ ଦେଖି ପ୍ରଶଂସକମାନେ ଖୁସି ହୋଇଯାଇଛନ୍ତି। ବର୍ତ୍ତମାନ ତାହା ଭାଇରାଲ ହେବାରେ ଲାଗିଛି। କ୍ୟାପ୍ସନରେ ଗୋଟିଏ ପାର୍ଶ୍ୱରେ ମାଆ ଏବଂ ଅନ୍ୟ ପଟେ ବାପା ଲେଖାହୋଇଛି। ଦୀପିକା ତାଙ୍କ ଖୁସିକୁ ଶବ୍ଦରେ ଲେଖିଛନ୍ତି ଯେ ମୁଁ ଏହି ଖବର ତୁମ ସମସ୍ତଙ୍କ ସହ ବାଣ୍ଟିବାବେଳେ ମୁଁ ବହୁତ ଖୁସି ଅଛି। ଶୋଏବ ହେଉଛନ୍ତି ଦୀପିକାଙ୍କର ଦ୍ୱିତୀୟ ସ୍ୱାମୀ । ଦୀପିକା ଶୋଏବ ଇବ୍ରାହିମଙ୍କ ପରିବାର ସହ ବହୁତ ଖୁସି ଅଛନ୍ତି। ଦୀପିକାଙ୍କ ଖୁସିରେ ଅନେକ ସେଲିବ୍ରେଟ୍ କମେଣ୍ଟ ମଧ୍ଯ ଦେଇଛନ୍ତି। ସେ ଦୀପିକାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ମଧ୍ୟ କହିଥିଲେ।
ଅଧିକ ଖବର ପଢ଼ନ୍ତୁ -
http://ଜାନୁଆରୀ ୨୮ରେ ପିଏମ ମୋଦିଙ୍କ ଭିଲୱାରା ଗସ୍ତ; ଗୁର୍ଜର ସମାଜ କାର୍ଯ୍ୟକ୍ରମରେ ହେବେ ସାମିଲPublished by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।