ଓଡ଼ିଆ ଫିଲ୍ମ 'ତୁ ମୋ ok' କୁ ଶୁଭେଚ୍ଛା ଜଣାଇଲେ ବିଗ ବି ଅମିତାଭ ବଚ୍ଚନ

ଓଡ଼ିଆ ଚଳଚ୍ଚିତ୍ର 'ତୁ ମୋ ok' କୁ ଶୁଭେଚ୍ଛା ଜଣାଇଛନ୍ତି ବିଗ ବି ଅମିତାଭ ବଚ୍ଚନ। ଅଭିନେତା ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି।

'ତୁ ମୋ ok' କୁ ଶୁଭେଚ୍ଛା ଜଣାଇଲେ ବିଗ୍ ବି (ପ୍ରତୀକାତ୍ମକ ଛବି)

'ତୁ ମୋ ok' କୁ ଶୁଭେଚ୍ଛା ଜଣାଇଲେ ବିଗ୍ ବି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର 'ତୁ ମୋ ok' କୁ ଶୁଭେଚ୍ଛା ଜଣାଇଛନ୍ତି ବିଗ ବି ଅମିତାଭ ବଚ୍ଚନ।  ଅଭିନେତା ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି। କେବଳ ସେତିକି ନୁହେଁ ସେ ଓଡ଼ିଆ ତଥା ଓଲିଉଡ ଚଳଚ୍ଚିତ୍ର ଜଗତକୁ ମଧ୍ୟ  ଶୁଭକାମନା ଜ୍ଞାପନ କରିଛନ୍ତି।

ଅମିତାଭ ବଚ୍ଚନ ନିଜ ଟ୍ୱିଟରେ 'ତୁ ମୋ ok' ଫିଲ୍ମର ପୋଷ୍ଟର ସେୟାର କରି ଲେଖିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ମୋର ଶୁଭେଚ୍ଛା। ଚଳଚ୍ଚିତ୍ର 'ତୁ ମୋ ok' ପାଇଁ ଶୀତଲ ଓ ପୂରା ଟିମକୁ ମୋର ଶୁଭେଚ୍ଛା। ଖବର ଲେଖା ହେବା ପର୍ଯ୍ୟନ୍ତ ଏହି ପୋଷ୍ଟକୁ ୭୧୩ ଜଣ ଲାଇକ ଓ ୫୯ ଜଣ କମେଣ୍ଟ କରିସାରିଛନ୍ତି ।




ନିକଟରେ ଓଲିଉଡ ନାୟିକ ଶୀତଲ ପାତ୍ର ଓ ୟୁଥ ଷ୍ଟାର ଜ୍ୟୋତିରଞ୍ଜନଙ୍କୁ ନେଇ ପ୍ରସ୍ତୁତ ହୋଇଥିବା 'ତୁ ମୋ ok' ଫିଲ୍ମଟି ପ୍ରେମ, କମେଡ଼ି ଓ ଇମୋସନକୁ ନେଇ ତିଆରି ହୋଇଛି। ଏହି ଓଡ଼ିଆ ଚଳଚ୍ଚିତ୍ରଟି ହେଉଛି ସିଦ୍ଧାର୍ଥ ମ୍ୟୁଜିକ ୩୧ ତମ ଫିଲ୍ମ। ବର୍ତ୍ତମାନ ଫିଲ୍ମର ପୋଷ୍ଟର ଓ ଟିଜର ରିଲିଜ ହୋଇସାରିଛି। ସୀତାରାମ ଅଗ୍ରୱାଲ ଏହି ଚଳଚ୍ଚିତ୍ର ପ୍ରଯୋଜନା କରିଥିବା ବେଳେ ମୃତ୍ୟୁଞ୍ଜୟ ସାହୁ ଏହାକୁ ନିର୍ଦ୍ଦେଶ ଦେଇଛନ୍ତି।
Published by:Soumya Das
First published: