ପୁଣି ଥରେ କରୋନାରେ ସଂକ୍ରମିତ ହେଲେ ବିଗ ବି ଅମିତାଭ ବଚ୍ଚନ

ଅଭିନେତା ଅମିତାଭ ବଚ୍ଚନ କରୋନାରେ ସଂକ୍ରମିତ ହୋଇଛନ୍ତି । ସେ ନିଜେ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି । ଆଗରୁ ସେ ଥରେ ସଂକ୍ରମିତ ହୋଇସାରିଛନ୍ତି ।

ପୁଣି ଥରେ କରୋନାରେ ସଂକ୍ରମିତ ହେଲେ ବିଗ ବି ଅମିତାଭ ବଚ୍ଚନ

ପୁଣି ଥରେ କରୋନାରେ ସଂକ୍ରମିତ ହେଲେ ବିଗ ବି ଅମିତାଭ ବଚ୍ଚନ

  • Share this:
News 18 Odia Digital

ମୁମ୍ବାଇ : ଅଭିନେତା ଅମିତାଭ ବଚ୍ଚନ କରୋନାରେ ସଂକ୍ରମିତ ହୋଇଛନ୍ତି । ସେ ନିଜେ ଟ୍ବିଟ କରି ଏ ବିଷୟରେ ସୂଚନା ଦେଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି ଯେ ମୋର କୋଭିଡ ରିପୋର୍ଟରେ ପଜିଟିଭ୍ ଚିହ୍ନଟ ହୋଇଛି । ଯେଉଁମାନେ ମୋତେ ଭେଟିଥିଲେ ସମସ୍ତେ କୋଭିଡ ପରୀକ୍ଷା କରନ୍ତୁ ଓ ସୁରକ୍ଷିତ ଭାବରେ ରହିବାକୁ ନିବେଦନ କରିଛନ୍ତି ।

ଅଭିନେତା ଅମିତାଭ ବଚ୍ଚନ ଦ୍ୱିତୀୟ ଥର ପାଇଁ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ୨୦୨୦ରେ ପ୍ରଥମ ଲହର ସମୟରେ ଅମିତାଭ ତାଙ୍କ ପୁଅ ଅଭିଷେକ ବଚ୍ଚନ, ବୋହୂ ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଓ ନାତୁଣୀ ଆରାଧ୍ୟାଙ୍କ ସହ କୋଭିଡରେ ସଂକ୍ରମିତ ହୋଇଥିଲେ। ସେହି ସମୟ ମଧ୍ୟରେ ସେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଅନେକ ଦିନ ଥରି ଚିକିତ୍ସିତ ହୋଇଥିଲେ।

ମୁମ୍ବାଇ ସମେତ ସମଗ୍ର ମହାରାଷ୍ଟ୍ରରେ କରୋନା ମାମଲାରେ ବୃଦ୍ଧି ପାଇବାରେ ଲାଗିଛି । ମଙ୍ଗଳବାର ସନ୍ଧ୍ୟାରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ମୁମ୍ବାଇରେ ୧୩୫୫ ମାମଲା ଚିହ୍ନଟ ହୋଇଥିଲା । ଏଥି ସହିତ ସମଗ୍ର ମହାରାଷ୍ଟ୍ରରେ ୧୯୧୦ ମାମଲା ଚିହ୍ନଟ ହୋଇଛି, ଯାହା ସୋମବାର ତୁଳନାରେ ୭୨୭ ଟି ଅଧିକ। ସୋମବାର ଦିନ ୧୧୮୩ ଟି ନୂଆ ମାମଲା ଚିହ୍ନଟ ହୋଇଥିଲା।
Published by:Sujit Swain
First published: