Kacha Badam singer: ନିଜ ଗୀତ ନିଜେ ଗାଇ ପରିବେନି ଭୁବନ ବାଦ୍ୟକାର

Bhuban Badyakar: ଦିନେ ରାତାରାତି ଇଣ୍ଟରନେଟ ସେନ୍ସେସ୍ ପାଲଟିଥିବା ଭୁବନ ଆଜି ରାସ୍ତା କଡରେ।

 ଭୁବନ ଆଜି ରାସ୍ତା କଡରେ

ଭୁବନ ଆଜି ରାସ୍ତା କଡରେ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କୋଲକତା: ପଶ୍ଚିମବଙ୍ଗର ବାଦାମ ବିକ୍ରେତା ଭୁବନ ବାଦ୍ୟକର(Bhuban Badyakar) ଦିନେ କଚ୍ଚା ବାଦାମ(Kacha Badam Singer) ଗାଇ ଗୀତ ଇଣ୍ଟରନେଟ୍ ସେନ୍ସେସ୍ ପାଲଟିଥିଲେ। ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କ ଭିଡିଓକୁ ଇଣ୍ଟରନେଟରେ ଅପଲୋଡ୍ କରିଥିଲେ ଯାହା ପରେ ସେ ଷ୍ଟାର ହୋଇଥିଲେ ଓ ବାଂଲାଦେଶ ଏବଂ ଭାରତରେ ଭାଇରାଲ ହେବା ମାତ୍ରେ ଏହି ଗୀତଟି ୟୁଟ୍ୟୁବରେ ଲକ୍ଷ ଲକ୍ଷ ଭ୍ୟୁ ପାଇଥିଲା। କିନ୍ତୁ ଭୁବନଙ୍କ ପରିସ୍ଥିତି ଶୋଚନୀୟ ହୋଇପଡ଼ିଛି।

ଭୁବନ ବର୍ତ୍ତମାନ ନିଜର ଜୀବିକା ପାଇଁ ସଂଘର୍ଷ କରୁଛନ୍ତି ଏବଂ ମିଡିଆ ରିପୋର୍ଟ ଅନୁଯାୟୀ, କପିରାଇଟ୍ ସମସ୍ୟା ହେତୁ ସେ ସମାନ ଗୀତ ଗାଇ ପାରିବେ ନାହିଁ ଯାହା ତାଙ୍କୁ ଇଣ୍ଟରନେଟ୍ ସେନ୍ସେସ୍ କରିଥିଲା। ଭୁବନ କୁହନ୍ତି, "ମୁଁ ଦୁବରାଜପୁରର ଏକ ଭଡା ଘରେ ରହୁଛି, ଭଡା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରୁଛି। ଏହା ବ୍ୟତୀତ ଆୟର କୌଣସି ଉତ୍ସ ନାହିଁ ଓ ଏମିତି କେତେ ଦିନ ଚାଲିବ ମୁଁ ଜାଣେ ନାହିଁ।"

ଭୁବନ କହିଛନ୍ତି, 'କଚ୍ଚା ବାଦାମ' ଗୀତ ମୋତେ ପ୍ରସିଦ୍ଧ କରିଥିଲା, କିନ୍ତୁ ବର୍ତ୍ତମାନ ମୁଁ ରାସ୍ତା କଡରେ ରହିବା ସ୍ଥିତିକୁ ଆସିଯାଇଛି। ବୀରଭୂମିର ଗୋଟିଏ କମ୍ପାନୀଓ ଏହାର ମାଲିକ ତାଙ୍କଠାରୁ ଏହି ଗୀତ ନେଇ ଇଣ୍ଡିଆନ୍ ପର୍ଫମିଂ ରାଇଟ୍ ସୋସାଇଟି ଲିମିଟେଡ୍ (ଆଇପିଆରଏସ୍) ବାହାନା କରି ତାଙ୍କୁ ଧୋକା କରିଛନ୍ତି।

ଅଭିନେତ୍ରୀଙ୍କୁ ମାରି ମୁହଁ ଫଟାଇଲେ ପିଶାଚ ପ୍ରେମିକ; କ୍ଷତାକ୍ତ ଫଟୋ ଛାଡ଼ିଲେ ପ୍ରେମିକା

ଏବେ ସେ ଫୋନ ମଧ୍ୟ ଉଠାଉ ନାହାନ୍ତି। ମୁଁ ଅଶିକ୍ଷିତ ଓ ମୋତେ ଇଂରାଜୀ ଜଣା ନାହିଁ। ବର୍ତ୍ତମାନ ସେମାନେ ମୋତେ କହୁଛନ୍ତି ଯେ ସେମାନେ ମୋର ଗୀତ କିଣିଛନ୍ତି ବର୍ତ୍ତମାନ କପିରାଇଟ୍ ସମସ୍ୟା ହେତୁ ସେ ନିଜ ଗୀତ ଗାଇ ପାରିବେ ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଭୁବନ।
Published by:Soumya Das
First published: