VIDEO: ଭୋଜପୁରୀ ଗୀତ 'ରସେ ରସେ ଚୁସଲା ଭୱଁରୱା ବନ୍ କେ' ଖୁବ୍ ଭାଇରାଲ୍ ହେଉଛି

ଏହି ସୁପରହିଟ୍ ଗୀତରେ ରାକେଶ ମିଶ୍ର ଲୋକଙ୍କ ମନକୁ ଯେତିକି ଛୁଇଁଛନ୍ତି, ଅଭିନେତ୍ରୀ ତ୍ରିଶା କର୍ ମଧୁ ବି ପ୍ରଶଂସକଙ୍କ ହୃଦୟ ସେତିକି ଜିତିଛନ୍ତି । ଯଦିଓ ଅଭିନେତ୍ରୀ ଏହି ଗୀତରେ ଶାଢ଼ୀ ପିନ୍ଧିଛନ୍ତି, କିନ୍ତୁ ସେ ବହୁତ ବୋଲ୍ଡ ଓ ଗ୍ଲାମରସ୍ ଲାଗୁଛନ୍ତି ।

ଭୋଜପୁରୀ ଗୀତର କେତେକ ଦୃଶ୍ୟ

ଭୋଜପୁରୀ ଗୀତର କେତେକ ଦୃଶ୍ୟ

  • Share this:
News18 Odia Digital

ନୂଆ ଦିଲ୍ଲୀ: ଭୋଜପୁରୀ ସିନେମାର (Bhojpuri Cinema) ସେନସେସନ୍‌ ରାକେଶ ମିଶ୍ର ଆଜିକାଲି ନିଜ ସୁନ୍ଦର ସଙ୍ଗୀତ ଦ୍ୱାରା ସିନେମା ଜଗତରେ ରାଜ୍‌ କରୁଛନ୍ତି । ଗାୟକ-ଅଭିନେତା ରାକେଶ ମିଶ୍ରଙ୍କ ପ୍ରତ୍ୟେକ ଗୀତ ସୋସିଆଲ୍‌ ମିଡି଼ଆରେ ଭାଇରାଲ ହେଉଛି । ସେ ନିଜ ଗୀତଗୁଡ଼ିକ ଦ୍ୱାରା ଏକ ବଡ଼ ପ୍ରଶଂସକ ସମୂହ ସୃଷ୍ଟି କରିଛନ୍ତି । ଏବେ ସ୍ଥିତି ଏମିତି ହୋଇଛି ଯେ ଭୋଜପୁରୀ ଦର୍ଶକମାନେ ରାକେଶ ମିଶ୍ରଙ୍କ ଗୀତର ରିଲିଜକୁ ଅପେକ୍ଷା କରି ରହୁଛନ୍ତି ।

ପର୍ବପର୍ବାଣୀ ଆସିବା ପୂର୍ବରୁ ରାକେଶ ଅନେକ ଗୀତ (Rakesh Mishra Songs) ରିଲିଜ୍‌ କରନ୍ତି, ଯାହା ଲକ୍ଷ ଲକ୍ଷ ଭ୍ୟୁ ପାଇଥାଏ । ଏବେ କିଛି ଦିନ ଧରି ତାଙ୍କର ଗୋଟେ ଏକ ଗୀତ ଖୁବ୍‌ ଭାଇରାଲ୍‌ ହେଉଛି ।

ଏହା ବି ପଢ଼ନ୍ତୁ | ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ରହସ୍ୟ: ସେ ପାଣିରେ ପଡ଼ିବା ଆଗରୁ ମୃତ୍ୟୁ ହୋଇଥିଲା; ତାଙ୍କ ସାଙ୍ଗ ହୋଟେଲରେ ଲୁଚିଥିଲେ

ରାକେଶ ମିଶ୍ରଙ୍କ ସୁପର୍‌-ହିଟ୍ ଗୀତ 'ରସେ ରସେ ଚୁସଲା ଭୱଁରୱା ବନ୍ କେ' (Rase Rase Chusala Bhawarwa Ban Ke) ନିକଟରେ ରିଲିଜ୍ ହୋଇଥିଲା । ଏହି ଗୀତ ଗ୍ଲୋବାଲ୍ ମ୍ୟୁଜିକ୍ ଜଙ୍କସନ୍‌ ଭୋଜପୁରୀର ୟୁଟ୍ୟୁବ୍ ଚ୍ୟାନେଲରେ (Global Music Junction Bhojpuri) ମୁକ୍ତିଲାଭ କରିଥିଲା । ଏହି ଗୀତଟି ସକାଳ ୭ଟାରେ ମୁକ୍ତିଲାଭ କରିଥିଲା, କିନ୍ତୁ ରାକେଶ ମିଶ୍ରଙ୍କ ବଡ଼ ପ୍ରଶଂସକ ସଂଖ୍ୟା ଯୋଗୁଁ ଗୀତଟି ମାତ୍ର କିଛି ଘଣ୍ଟା ମଧ୍ୟରେ ହଜାର ହଜାର ଭ୍ୟୁ ପାଇଥିଲା । ସେହି ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି ।

ଏହା ବି ପଢ଼ନ୍ତୁ | ମ୍ୟାଟ୍ରିକ୍ ପାସ୍କଲେ ଗଞ୍ଜାମ MLA ପୂର୍ଣ୍ଣଚନ୍ଦ୍ର ସ୍ବାଇଁ; B2 ଗ୍ରେଡ୍ପାଇଲେ; ଇଂରାଜୀରେ ୪୪ ମାର୍କ ରଖିଲେ

ଏହି ସୁପରହିଟ୍ ଗୀତରେ ରାକେଶ ମିଶ୍ର ଲୋକଙ୍କ ମନକୁ ଯେତିକି ଛୁଇଁଛନ୍ତି, ଅଭିନେତ୍ରୀ ତ୍ରିଶା କର୍‌ ମଧୁ (Trisha Kar Madhu) ବି ପ୍ରଶଂସକଙ୍କ ହୃଦୟ ସେତିକି ଜିତିଛନ୍ତି । ଯଦିଓ ଅଭିନେତ୍ରୀ ଏହି ଗୀତରେ ଏକ ଶାଢ଼ୀ ପିନ୍ଧିଥିବା ନଜର ଆସିଛନ୍ତି, କିନ୍ତୁ ସେ ବହୁତ ବୋଲ୍ଡ ଓ ଗ୍ଲାମରସ୍ ଦେଖାଯାଉଛନ୍ତି । ଅଭିନେତ୍ରୀଙ୍କ ମୁହଁର ଅଭିବ୍ୟକ୍ତି ଦେଖି କାହାରି ବି ହୃଦୟ ଚହଲିଯିବ । [ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅଭିନେତ୍ରୀ ତ୍ରିଶାକର ମଧୁଙ୍କ MMS ଭାଇରାଲ୍ ହେଲା; ଡିଲିଟ୍ କରିଦେବାକୁ ସେ ଲୋକଙ୍କୁ ଅନୁରୋଧ କଲେ]

ଏଇଠି ଦେଖନ୍ତୁ ସେହି ଗୀତର ଭାଇରାଲ୍‌ ଭିଡିଓ:



'ରସେ ରସେ ଚୁସଲା ଭୱଁରୱା ବନ୍‌ କେ' ଗୀତର ଲିରିକ୍ସ କୁନ୍ଦନ ପ୍ରୀତ ଲେଖିଥିବା ବେଳେ ଆର୍ଯ୍ୟ ଶର୍ମା ଏଥିରେ ସଙ୍ଗୀତ ଦେଇଛନ୍ତି । ରାକେଶ ମିଶ୍ର ଏହି ଗୀତରେ ନିଜର ଶକ୍ତିଶାଳୀ ସ୍ୱର ଦେଇଥିବା ବେଳେ ସିଣ୍ଟୁ ମେହେଟ୍ଟା ଏହି ବୋଲ୍ଡ ଗୀତକୁ କୋରିଓଗ୍ରାଫି କରିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମର୍ମନ୍ତୁଦ ଦୁର୍ଘଟଣା: ପଶ୍ଚିମ ବଙ୍ଗରୁ ରାଉରକେଲା ଫେରିବା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ସହ ଦୁଇ ଶିଶୁ ମୃତ

ଏହା ପ୍ରଥମ ଥର ନୁହେଁ ଯେ ରାକେଶ ମିଶ୍ର ନିଜ ଗୀତରେ ଏମିତି ସାହସିକତା ଯୋଡି଼ଛନ୍ତି । ଗତ ବର୍ଷ ଲକଡାଉନ୍ ସମୟରେ ତାଙ୍କର ଗୋଟିଏ ଗୀତ 'ଏ ରାଜା ଜୟ ନା ବାହରିଆ' (Ye Raja Jai Na Bahriya) ରିଲିଜ୍ ହୋଇଥିଲା । ସେହି ଗୀତଟି ଏକ ବ୍ଲକବଷ୍ଟର୍ ପ୍ରମାଣିତ ହୋଇଥିଲା । ସେହି ଗୀତ ଜୁଲାଇ ୨୦୨୦ରେ ମୁକ୍ତିଲାଭ କରିଥିଲା ।​ଏ ପର୍ଯ୍ୟନ୍ତ ଗୀତଟିକୁ ୨୮ କୋଟିରୁ ଅଧିକ ଭ୍ୟୁ ମିଳିସାରିଛି ।



ଏହା ସଂଯୋଗର ବିଷୟ ଯେ ଏହି ଗୀତରେ ବି ଅଭିନେତ୍ରୀ ତ୍ରିଶା କର୍‌ ମଧୁ ହଟନେସର ତ଼କା ଲଗେଇଛନ୍ତି । ଏହି କାରଣରୁ ଲୋକେ ରାକେଶ ମିଶ୍ର ଓ ତ୍ରିଶା କର ମଧୁଙ୍କୁ ବହୁତ ପସନ୍ଦ କରୁଛନ୍ତି । 'ରସେ ରସେ ଚୁସଲା ଭୱଁରୱା ବନ୍‌ କେ’ ଗୀତଟିକୁ ଦର୍ଶକମାନଙ୍କର ଖୁବ୍‌ ପ୍ରେମ ମିଳୁଛି ।
Published by:Anand S.T. Das
First published: