- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ଦୀର୍ଘ ଦିନର ଅସୁସ୍ଥତା ପରେ ଜାତୀୟ ପୁରସ୍କାର ବିଜେତା ତଥା ବଙ୍ଗାଳୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ପିନାକି ଚୌଧୁରୀଙ୍କ ଦେହାନ୍ତ ହୋଇଛି। ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକ ଏବଂ ତାରକାମାନେ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ଏହାକୁ ବଙ୍ଗାଳୀ ସିନେମା ପାଇଁ ଏକ ବଡ କ୍ଷତି ବୋଲି କହିଛନ୍ତି।
କୋଲକାତାରେ ଥିବା ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କୁ ୮୨ ବର୍ଷ ହୋଇଥିଲା, ସେ କର୍କଟ ରୋଗରେ ପୀଡିତ ଥିଲେ ଏବଂ ତାଙ୍କୁ ଏକ ମାସ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତିନି ଦିନ ପୂର୍ବରୁ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ସେ ୧୯୮୩ ମସିହାରେ ସିନେମା ଜଗତରେ ପ୍ରବେଶ କରିଥିଲେ। ୧୯୯୬ରେ ‘ଶଙ୍ଗାଥ’ (ସଂଘର୍ଷ) ଏବଂ ୨୦୦୭ରେ ‘ବଲିଗଞ୍ଜ କୋର୍ଟ’ ପାଇଁ ଦୁଇଟି ଜାତୀୟ ପୁରସ୍କାର ପାଇଥିଲେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।