୨ ଦିନ ମଧ୍ୟରେ ଦୁଇ ବଙ୍ଗୀୟ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର; ଘଟଣାର ଯାଞ୍ଚ କରୁଛି ପୋଲିସ

Bengali Actress Suicide Case: ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରିରୁ ପୁଣି ଏକ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି। ନିକଟରେ ବଙ୍ଗୀୟ ଫିଲ୍ମ ଅଭିନେତ୍ରୀ ପଲ୍ଲବୀ ଦେଙ୍କ ମୃତ୍ୟୁ ପରେ ବିଦିଶା ଦେ ମଜୁମଦାରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ଇତିମଧ୍ୟରେ ଆଉ ଜଣେ ଅଭିନେତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।

୨ ଦିନ ମଧ୍ୟରେ ଦୁଇ ବଙ୍ଗୀୟ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର

୨ ଦିନ ମଧ୍ୟରେ ଦୁଇ ବଙ୍ଗୀୟ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର

  • Share this:
News18 Odia Digital

Bengali Actress Bidisha De Majumdar: ବଙ୍ଗୀୟ ଫିଲ୍ମ ଓ ଟେଲିଭିଜନ ଅଭିନେତ୍ରୀ ବିଦିଶା ଦେ ମଜୁମଦାର ଆତ୍ମହତ୍ୟାର ତଦନ୍ତ ଚାଲିଥିବା ବେଳେ ଆଉ ଜଣେ ଅଭିନେତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।

ବିଦିଶା ଦେଙ୍କ ବନ୍ଧୁ ତଥା ବଙ୍ଗାଳୀ ଅଭିନେତ୍ରୀ-ମଡେଲ ମଞ୍ଜୁଶା ନିୟୋଗିଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ମଞ୍ଜୁଶାଙ୍କ ମୃତଦେହ ତାଙ୍କ ଫ୍ଲାଟରେ ଝୁଲୁଥିବା ଦେଖିବାକୁ ମିଳିଛି।

ଖବର ଅନୁଯାୟୀ ଶୁକ୍ରବାର ସକାଳେ ମଞ୍ଜୁଶାଙ୍କ ବାପା ମା' କ୍ରମାଗତ ଭାବରେ ତାଙ୍କ ଝିଅକୁ ଫୋନ କରିଥିଲେ। ମାତ୍ର ଯେତେବେଳେ କୌଣସି ପ୍ରତିକ୍ରିୟା ନମିଳିଲା ବାପା ମା' ଚିନ୍ତାରେ ପଡ଼ିଯାଇଥିଲେ। ବେଡରୁମକୁ ଯାଇ ଦେଖିଲେ ତ ମଞ୍ଜୁଶାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ରହିଥିଲା। ବର୍ତ୍ତମାନ ପୋଲିସ ଏହି ଘଟଣାର ଯାଞ୍ଚ ଆରମ୍ଭ କରିଛି।

ପ୍ରକାଶ ଥାଉକି ମଞ୍ଜୁଶା ନିୟୋଗି ଜଣେ ମଡେଲ। ଏହାସହ ସେ କିଟି ଟିଭି ଶୋରେ ଛୋଟ ଭୂମିକାରେ ମଧ୍ୟ ଅଭିନୟ କରିଥିଲେ। କାଙ୍କୁ କାଞ୍ଚି ଟିଭି ଶୋରେ ଜଣେ ନର୍ସ ଭୂମିକାରେ ଦେଖିବାକୁ ମିଳିଥିଲା। ତାଙ୍କ ସ୍ବପ୍ନ ଥିଲା ଭଲ ଅଭିନେତ୍ରୀ ହେବାର।

ମଞ୍ଜୁଶାଙ୍କ ପରି ବିଦିଶା ଦେ ମଜୁଦାର ବୁଧବାର ଦିନ ଆତ୍ମହତ୍ୟା କରିଥିଲେ। ସେ ମାତ୍ର ୨୧ ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ଚାଲିଯାଇଛନ୍ତି। ବିଦିଶାଙ୍କ ମୃତଦେହ ତାଙ୍କ ଭଡା ଘରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ସେ ତାଙ୍କ ପ୍ରେମିକ ସହିତ ଏହି ଫ୍ଲାଟରେ ରହୁଥିଲେ।
Published by:Lipina Das
First published: