ପ୍ରବଳ ଯନ୍ତ୍ରଣା ହେଉଥିଲା ପ୍ରକୃତିଙ୍କୁ; କାନ୍ଦି କାନ୍ଦି କହିଥିଲେ ବାବୁସାନଙ୍କୁ... ଖେଳୁଛୁ ତୁ

କାନ୍ଦି କାନ୍ଦି ବାବୁସାନଙ୍କ ସହ କଥା ହେଉଥିଲେ ପ୍ରକୃତି । କହିଲେ ସବୁବେଳେ ତତେ ମୋ ମୁଣ୍ଡ ଖରାପ କରିବା ଦରକାର ? ତୋ ପାଇଁ ମତେ କଷ୍ଟ ହେଉଛି, ଗୋଡ଼ ବିନ୍ଧିବା ସହ ଶରିରରେ ଯନ୍ତ୍ରଣା ହେଉଛି ।

ପ୍ରବଳ ଯନ୍ତ୍ରଣା ହେଉଥିଲା ପ୍ରକୃତିଙ୍କୁ; କାନ୍ଦି କହିଥିଲେ ବାବୁସାନଙ୍କୁ... ଖେଳୁଛୁ ତୁ

ପ୍ରବଳ ଯନ୍ତ୍ରଣା ହେଉଥିଲା ପ୍ରକୃତିଙ୍କୁ; କାନ୍ଦି କହିଥିଲେ ବାବୁସାନଙ୍କୁ... ଖେଳୁଛୁ ତୁ

  • Share this:
News 18 Odia Digital

ଭୁବନେଶ୍ୱର; କାନ୍ଦି କାନ୍ଦି ବାବୁସାନଙ୍କ ସହ କଥା ହେଉଥିଲେ ପ୍ରକୃତି । କହିଲେ ସବୁବେଳେ ତତେ ମୋ ମୁଣ୍ଡ ଖରାପ କରିବା ଦରକାର ? ତୋ ପାଇଁ ମତେ କଷ୍ଟ ହେଉଛି, ଗୋଡ଼ ବିନ୍ଧିବା ସହ ଶରୀରରେ ଯନ୍ତ୍ରଣା ହେଉଛି । ଏହା କେବଳ ତମ ପାଇଁ... ଉତ୍ତରରେ ବାବୁସାନ କହିଲେ ଭଲ ହେଇଯିବ ରେଷ୍ଟ୍ ନେ । ଏହା ଶୁଣି ପ୍ରକୃତି ରାଗିବାରୁ ବାବୁସାନ କହିଲେ, ସବୁବେଳେ ତୁ ରାଗିବା ଦରକାର ? ଫୋନ କଲର ଆରମ୍ଭରୁ ଅଛି ଏପରି କିଛି କଥା ଯାହାର ଏକ କଲ୍ ରେକର୍ଡ ସୋସିଆଲ୍ ମିଡିଆରେ ଚହଳ ପକାଇଛି । ଅଡ଼ିଓରେ ଉଭୟ ବାବୁସାନ ଓ ପ୍ରକୃତି କଥା ହେବାର ଶୁଣାଯାଉଛି । ବାବୁସାନଙ୍କୁ କଷ୍ଟ ପାଇଁ ଦୋଷ ଦେବା ପରେ ସେ ପଚାରିଥିଲେ ମୁଁ କଣ କଲିକି ? ଉତ୍ତରରେ ପ୍ରକୃତି କହିଥିଲେ ଦେଖାହେଲେ କହିବି ତୁ ବୁଝି ପାରିବୁନି, ଖେଳୁଛୁ ତୁ ...

ଅଡ଼ିଓଟିକୁ ଶୁଣିବା ପରେ ସୋସିଆଲ୍ ମିଡିଆରେ ଅନେକ ମତ ପ୍ରକାଶ ପାଉଛି । କିଏ ଲେଖିଛି , ବାବୁସାନ ଓ ପ୍ରକୃତିଙ୍କ ମଧ୍ୟରେ ଭିତିରିଆ ସମ୍ପର୍କ କଥା ସତ , ପୁଣି କିଏ ଲେଖିଛି ପୁରା ଖେଳ ଚାଲିଛି । ଏପରି ଶହ ଶହ କମେଣ୍ଟ୍ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଦେଇଛନ୍ତି । ତେବେ ଅଡ଼ିଓଟିକୁ ସମ୍ପୂର୍ଣ୍ଣ ନଶୁଣି କିଛି ବ୍ୟକ୍ତି ମତ ଦେଇଥିବା ଅନୁମାନ କରାଯାଉଛି । କାରଣ ପ୍ରକୃତି ମିଶ୍ର କାନ୍ଦି କାନ୍ଦି କଷ୍ଟ ହେଉଛି କହିବା ସମୟରେ ବାବୁସାନ୍ କହିଛନ୍ତି ଭ୍ୟାକ୍ସିନ୍ ନେଇଛୁ କଷ୍ଟ ତ ହେବ ତେଣୁ ଆରାମ କର ଠିକ ହେଇଯିବ । ତେବେ ତାହା କେଉଁ ଭ୍ୟାକ୍ସିନ୍ ନେଇଛନ୍ତି ଯେଉଁଥିପାଇଁ ପ୍ରକୃତିଙ୍କୁ ଏତେ ଯନ୍ତ୍ରଣା ହୋଇଛି ସେ ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ । ଏହା ସହିତ ସେ କାହିଁକି କହୁଥିଲେ ବାବୁସାନ କଷ୍ଟର କାରଣ ସେ ସମ୍ପର୍କରେ କୌଣସି ସଠିକ ତଥ୍ୟ ହସ୍ତଗତ ହୋଇନାହିଁ । କିନ୍ତୁ ଏହି କିଛି ପଦ କଥାକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ ଅନେକ ଖରାପ କମେଣ୍ଟ୍ ଦେଉଥିବା ଦେଖିବାକୁ ମିଳୁଛି ।

ସେପଟେ ଆଜି ପୋଲିସ ନିକଟରେ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ମୁହଁ ଖୋଲିପାରନ୍ତି ବାବୁସାନ । ବାବୁସାନ-ତୃପ୍ତି-ପ୍ରକୃତି ବିବାଦ ଥମିବ ନା ଆଗକୁ ଆହୁରି ଭିନ୍ନ ମୋଡ଼ ନେବ ସେ ଉପରେ ଏବେ ସାରା ଓଡ଼ିଶାର ନଜର ।
Published by:Soubhagya Mishra
First published: