ଘର ବାଲକୋନୀକୁ ଆସି ପ୍ରତିକ୍ରିୟା ରଖିଲେ ବାବୁସାନ; କହିଲେ ମୁଁ ଖୁସି ଅଛି

ଗଣମାଧ୍ୟମ ସାମ୍ନାକୁ ଆସିଲେ ବାବୁସାନ ମହାନ୍ତି। ସମସ୍ତଙ୍କୁ ଧନ୍ୟବାଦ ଜଣାଇ ମୁଁ ଠିକ ସମୟରେ ଠିକ ସୂଚନା ଦେବି ବୋଲି କହିଛନ୍ତି ବାବୁସାନ ।

ବାବୁସାନ

ବାବୁସାନ

  • News18 Odia
  • Last Updated :
  • Bhubaneswar | Odisha (Orissa)
  • Share this:
News18 Odia Digital

ଗଣମାଧ୍ୟମ ସାମ୍ନାକୁ ଆସିଲେ ବାବୁସାନ ମହାନ୍ତି। ନିଜ ଘରର ବାଲକୋନୀକୁ ପ୍ରତିକ୍ରିୟା ରଖିଛନ୍ତି ବାବୁସାନ। ସେହି ସମୟରେ ତାଙ୍କ ସାଙ୍ଗରେ ମା ଅପରାଜିତା ମଧ୍ୟ ଉପସ୍ଥିତ ଥିଲେ। ସେ ଘର ସହ ଖୁସି ଅଛନ୍ତି ବୋଲି କହିଛନ୍ତି ବାବୁସାନ।

ଅନ୍ୟପଟେ ବାବୁସାନ ଆଜି ଥାନାକୁ ଯିବେ ନାହିଁ । ସ୍ବାସ୍ଥ୍ୟଗତ ସମସ୍ୟା ଥିବାରୁ ଥାନାକୁ ନଯାଇ ଘରେ ବୟାନ ଦେବେ ବୋଲି ଖବର ଆସିଛି। ସମସ୍ତଙ୍କୁ ଧନ୍ୟବାଦ ଜଣାଇ ମୁଁ ଠିକ ସମୟରେ ଠିକ ସୂଚନା ଦେବି ବୋଲି କହିଛନ୍ତି ବାବୁସାନ ।

ଆଜି ଅପରାହ୍ନରେ ବାବୁସାନ ଥାନାରେ ହାଜର ନେଇ ସୂଚନା ରହିଥିଲା। ଗତକାଲି ବାବୁସାନ ଚେନ୍ନାଇରୁ ଭୁବନେଶ୍ୱର ପହଞ୍ଚିଥିଲେ। ଘରକୁ ଆସିବା ପରେ ପୋଲିସଙ୍କ ନିକଟରେ ନିଜ ବୟାନ ରଖିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ବାବୁସାନ ପୋଲିସ ଥାନା ଯାଇ ନଥିଲେ କିମ୍ବା ପୋଲିସ ମଧ୍ୟ ତାଙ୍କ ଘରକୁ ଆସିନଥିଲେ।

ବୁଧବାର ଦିନ ବାବୁସାନ ଓ ପୂରା ପରିବାର ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଅପରାଜିତା ମହାନ୍ତି। ସମଗ୍ର ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇ ସେ କହିଥିଲେ ମୁଁ ଜାଣିନି ମୋ ପୁଅ ଆସି ପାରିଥାନ୍ତାକି ନାହିଁ। ଏଥିପାଇଁ ଆପଣଙ୍କ ସାହାଯ୍ୟ ଓ ସହଯୋଗ ରହିଛି। ବାବୁସାନ ସମସ୍ତଙ୍କୁ ଅତି ଜଲଦି ମନ କଥା କହିବେ। ଗଣମାଧ୍ୟମ ପ୍ରତିନିଧି ଓ ଅନ୍ୟମାନେ ବାହାରେ ଛିଡା ହୋଇଥିବାରୁ ଦୁଃଖ ଲାଗୁଛି । ସେ ନିଜେ ଦୁଇ ପରେ ସମସ୍ତଙ୍କୁ ଡାକି ପ୍ରତିକ୍ରିୟା ରଖିବେ ବୋଲି କହିଥିଲେ ଅପରାଜିତା।
Published by:Soumya Das
First published: