ଓଡ଼ିଶାବାସୀଙ୍କୁ କ୍ଷମା ମାଗିଲେ ଓଲିଉଡ ଅଭିନେତା ବାବୁସାନ

ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଏକ ଭିଡିଓ ମାଧ୍ୟମରେ ପ୍ରଶଂସକ ଓ ପରିବାର ଲୋକଙ୍କୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି, ‘‘ପତ୍ନୀ ଓ ଶ୍ବଶୁରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଓ ଏଥିପାଇଁ ସେମାନେ ବହୁତ ଯନ୍ତ୍ରଣା ଭୋଗୁଛନ୍ତି।’’

କ୍ଷମା ମାଗିଲେ ଓଲିଉଡ ଅଭିନେତା ବାବୁସାନ୍‌ ମହାନ୍ତି

କ୍ଷମା ମାଗିଲେ ଓଲିଉଡ ଅଭିନେତା ବାବୁସାନ୍‌ ମହାନ୍ତି

  • Share this:
News 18 Odia Digital

ଭୁବନେଶ୍ୱର: ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଏକ ଭିଡିଓ ମାଧ୍ୟମରେ ପ୍ରଶଂସକ ଓ ପରିବାର ଲୋକଙ୍କୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି, ‘‘ମୋ ପତ୍ନୀ ଓ ଶ୍ବଶୁରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଓ ଏଥିପାଇଁ ସେମାନେ ବହୁତ ଯନ୍ତ୍ରଣା ଭୋଗୁଛନ୍ତି। ମୁଁ କେବେ ବି ଏପରି ଭୁଲ କରିବି ନାହିଁ। କାହାକୁ ମୋର ପରିବାର ସଦସ୍ୟଙ୍କୁ କ୍ଷତି ପହଞ୍ଚାଇବାକୁ ଦେବିନି। ମୁଁ ମୋର ପ୍ରଶଂସକ ଓ ଓଡ଼ିଶାର ଲୋକଙ୍କୁ କ୍ଷମା ମାଗିବାକୁ ଚାହୁଁଛି।’’

ଗତ ଜୁଲାଇ ୨୩ ତାରିଖ ଦିନ ସକାଳେ ପ୍ରକୃତି ବାବୁସାନ ଓ ତୃପ୍ତିଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ବାବୁସାନଙ୍କ ପତ୍ନୀ ତୃପ୍ତି ଏକାଠି ଏକ କାରରେ ଯାଉଥିବା ସମୟରେ ଅଟକାଇଥିଲେ ଓ ଉଭୟଙ୍କୁ ଗାଳିଦେବା ସହ ପ୍ରକୃତିଙ୍କୁ ଠେଲିବା ସହ ଚୁଟି ଝିଙ୍କି ଥିଲେ।
Published by:Soumyashree Mishra
First published: