News18 Odia Digital
ଭୁବନେଶ୍ଵର: ରାତି ପାହିଲେ ବାବୁସାନଙ୍କ ଜନ୍ମ ଦିନ। ପତ୍ନୀ ତୃପ୍ତି ଓ ପୁଅ ସହ ଜନ୍ମଦିନ ପାଳିବେ ବାବୁସାନ। ଜନ୍ମଦିନକୁ ତୃପ୍ତି ନଆସିଲେ ନିଜେ ଯାଇ ତାଙ୍କୁ ଆଣିବେ ବୋଲି କହିଛନ୍ତି ବାବୁସାନ।
"ଆପଣ ମାନେ ହଇରାଣ ହୁଅନ୍ତିନି। ଆପଣ ମାନେ ନଖାଇ ନପିଇ ଠିଆ ହୋଇଛନ୍ତି। ମୋତେ ଭଲ ଲାଗୁନି। କାଲି ପୁଣି ଆସିବେ। ବିଶ୍ରାମ କରନ୍ତୁ। ସେମାନେ ନ ଆସିଲେ ମୁଁ ନିଜେ ଯାଇକି ଆଣିବି। ଆପଣ ମାନେ ଚିନ୍ତା କରନ୍ତୁନି। ଆପଣ ମାନେ ଅପେକ୍ଷା କରିଛନ୍ତି କଷ୍ଟ ଲାଗୁଛି। ରାତି ହେଲାଣି। ଦୟାକରି ରେଷ୍ଟ କରନ୍ତୁ। ମୁଁ ସବୁର ଉତ୍ତର ଦେବି। ଜେରା ପରେ ସବୁ କହିବି। ଶୁଣନ୍ତୁ ଅଡ଼ିଓ ଜାଣିପାରିବେ କଣ ସତ,"କହିଛନ୍ତି ବାବୁସାନ
ପୂର୍ବ ଭଳି ପରିସ୍ଥିତି ଠିକ ଥିଲେ ସାରା ଓଡ଼ିଶାବାସୀ ଧୁମଧାମରେ ବାବୁସାନଙ୍କ ଜନ୍ମଦିନ ପାଳନ କରିଥାନ୍ତେ। ମାତ୍ର ବର୍ତ୍ତମାନର ବାଦ ବିବାଦ ଭିତରେ ବାବୁସାନ କିଭଳି ଜନ୍ମଦିନ ପାଳନ କରିବେ ତାକୁ ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଏହି ପ୍ରଶ୍ନ ଉପରେ ମୋହର ମାରିଛନ୍ତି ବାବୁସାନ। ବାପା ବୋଉ, ସ୍ତ୍ରୀ ଓ ପୁଅ ସହ ନିଜ ଜନ୍ମଦିନ ପାଳିବେ ବାବୁସାନ। ଜେରା ପରେ ସବୁ କହିବେ ବୋଲି କହିଛନ୍ତି ବାବୁସାନ।
ଶୁକ୍ରବାର ସନ୍ଧ୍ୟାରେ ବାବୁସାନଙ୍କ ଘରେ ନିର୍ଦ୍ଦେଶକ ସଞ୍ଜୟ ନାୟକ ପହଞ୍ଚିଛନ୍ତି। ଆଲୋଚନା ସାରି ଆସିଲେ ସମସ୍ତ କଥା କହିବେ ବୋଲି ପ୍ରତିଶ୍ରୁତି ରଖିଛନ୍ତି ନିର୍ଦ୍ଦେଶକ। ସେପଟେ ବରିଷ୍ଠ ଅଭିନେତା ରବି ମିଶ୍ର ତୃପ୍ତିଙ୍କୁ ଭେଟିବା ପରେ ଦିନ ଦ୍ଵି ପ୍ରହରରୁ ବାବୁସାନଙ୍କ ଘରେ ଅଛନ୍ତି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।