ପତ୍ନୀ ତୃପ୍ତିଙ୍କ ସହ ଆଜି ଜନ୍ମଦିନ ପାଳିବେ ବାବୁସାନ; କହିଲେ ନିଜେ ଯାଇ ତୃପ୍ତିକୁ ଆଣିବି

ଆଜି ବାବୁସାନଙ୍କ ଜନ୍ମ ଦିନ। ଜନ୍ମଦିନକୁ ତୃପ୍ତି ନଆସିଲେ ନିଜେ ଯାଇ ତାଙ୍କୁ ଆଣିବେ ବୋଲି କହିଛନ୍ତି ବାବୁସାନ।

ଓଲିଉଡ ଆକ୍ଟର ବାବୁସାନ

ଓଲିଉଡ ଆକ୍ଟର ବାବୁସାନ

  • News18 Odia
  • Last Updated :
  • Bhubaneswar | Odisha (Orissa)
  • Share this:
News18 Odia Digital

ଭୁବନେଶ୍ଵର: ଆଜି ବାବୁସାନଙ୍କ ଜନ୍ମ ଦିନ। ପତ୍ନୀ ତୃପ୍ତି ଓ ପୁଅ ସହ ଜନ୍ମଦିନ ପାଳିବେ ବାବୁସାନ। ଜନ୍ମଦିନକୁ ତୃପ୍ତି ନଆସିଲେ ନିଜେ ଯାଇ ତାଙ୍କୁ ଆଣିବେ ବୋଲି କହିଛନ୍ତି ବାବୁସାନ।

ଶୁକ୍ରବାର ରାତି ପ୍ରାୟ ସାଢ଼େ ଦଶଟା ସମୟରେ ବାବୁସାନ ଗଣମାଧ୍ଯମ ନିକଟରେ ନିଜର ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ "ଆପଣ ମାନେ ହଇରାଣ ହୁଅନ୍ତିନି। ଆପଣ ମାନେ ନଖାଇ ନପିଇ ଠିଆ ହୋଇଛନ୍ତି। ମୋତେ ଭଲ ଲାଗୁନି। ବିଶ୍ରାମ କରନ୍ତୁ। ତୃପ୍ତି ନ ଆସିଲେ ମୁଁ ନିଜେ ଯାଇକି ଆଣିବି। ଆପଣ ମାନେ ଚିନ୍ତା କରନ୍ତୁନି। ଆପଣ ମାନେ ଅପେକ୍ଷା କରିଛନ୍ତି କଷ୍ଟ ଲାଗୁଛି। ରାତି ହେଲାଣି। ଦୟାକରି ରେଷ୍ଟ କରନ୍ତୁ। ମୁଁ ସବୁର ଉତ୍ତର ଦେବି। ଜେରା ପରେ ସବୁ କହିବି। ଶୁଣନ୍ତୁ ଅଡ଼ିଓ ଜାଣିପାରିବେ କଣ ସତ ରହିଛି ।,"

ମାତ୍ର ବର୍ତ୍ତମାନର ବାଦ ବିବାଦ ଭିତରେ ବାବୁସାନ କିଭଳି ଜନ୍ମଦିନ ପାଳନ କରିବେ ତାକୁ ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଏହି ପ୍ରଶ୍ନ ଉପରେ ମୋହର ମାରିଛନ୍ତି ବାବୁସାନ। ବାପା ବୋଉ, ସ୍ତ୍ରୀ ଓ ପୁଅ ସହ ନିଜ ଜନ୍ମଦିନ ପାଳିବେ ବାବୁସାନ। ଜେରା ପରେ ସବୁ କହିବେ ବୋଲି କହିଛନ୍ତି ବାବୁସାନ।
Published by:Soumya Das
First published: