ପ୍ରକୃତି ମୋ ଘର ଛାରଖାର କରିଦେଲା କହିଲେ ବାବୁସାନଙ୍କ ପତ୍ନୀ; ପ୍ରତିକ୍ରିୟା ରଖିଲେ ବାବୁସାନ ଓ ପ୍ରକୃତି

ସକାଳର ତୁମ୍ୱି ତୋଫାନ ପରେ ବାବୁସାନ, ପ୍ରକୃତି ପ୍ରତିକ୍ରିୟା ରଖିଛନ୍ତି । ବାବୁସାନଙ୍କ ପତ୍ନୀ କହିଥିଲେ ପ୍ରକୃତି ମୋ ଘର ଛାରଖାର କରିଦେଲା ।

ବାବୁସାନ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଭୁଲ୍ ବୁଝାବଣା ।

ବାବୁସାନ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଭୁଲ୍ ବୁଝାବଣା ।

  • Share this:
News 18 Odia Digital

ଭୁବନେଶ୍ୱର; ଆଜି ସକାଳେ ରାଜରାସ୍ତାରେ ବାବୁସାନ୍ ଓ ପତ୍ନୀ ତୃପ୍ତିଙ୍କ ମଧ୍ୟରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । କାରରେ ଏକାଠି ସୁପରଷ୍ଟାର ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଯାଉଥିବାବେଳେ ଭୁବନେଶ୍ୱର ସତ୍ୟ ନଗର ନିକଟରେ ପତିପତ୍ନୀଙ୍କ ଜୋରଦାର କଳି ଦେଖିବାକୁ ମିଳିଥିଲା । ନିଜ ପତିଙ୍କୁ ପ୍ରକୃତିଙ୍କ ସହ ଦେଖି ହିତାହିତ ଜ୍ଞାନ ହରାଇ ବସିଥିଲେ ପତ୍ନୀ ତୃପ୍ତି । ହଠାତ୍ ଗାଡ଼ି ସାମ୍ନାକୁ ଆସି ଖୁବ୍‌ ଜୋରରେ ଚିତ୍କାର କରିବାକୁ ଲାଗିଲେ । ଏହି ଝିଅ ପାଇଁ ମୋ ଘର ସଂସାର ଛାରଖାର ହୋଇଯାଇଛି ବୋଲି କହିବା ସହ ପ୍ରକୃତି ମିଶ୍ରଙ୍କ ଉପରେ ଆକ୍ରମଣ କରିଥିଲେ । ଗାଡି ଭିତରେ ଚୁଟି ଭିଡ଼ିବା ସହ ମାଡ଼ ମାରିଥିଲେ। ଜୀବନ ବିକଳରେ ପ୍ରକୃତି ଗାଡିରୁ ବାହାରି ଧାଇଁ ପଳାଇବା ବେଳେ ତାଙ୍କ ପଛରେ ଗୋଡ଼େଇ ଗୋଡ଼େଇ ଗାଳି କରୁଥିଲେ। ଶୁଣିବାକୁ ମିଳୁଛି, କିଛି ଦିନହେବ ପତିପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଠିକ୍‌ ରହୁ ନ ଥିବା ବେଳେ ବାବୁସାନ ଘରକୁ ଯାଉ ନ ଥିବା ଜଣାଯାଇଛି ।

ଏନେଇ ବାବୁସାନ ପ୍ରତିକ୍ରିୟା ରଖି କହିଛନ୍ତି, ଆମେ ଏକ ଫିଲ୍ମର ପ୍ରମୋସନ ପାଇଁ ଯାଉଥିଲୁ । ମୁଁ ଜାଣିଛି ମୁଁ ଠିକ୍‌ ଅଛି । ପ୍ରକୃତି ପିଲା ବେଳୁ ମୋ ଭଲ ସାଙ୍ଗ । ମୋ ପତ୍ନୀ ଫିଲ୍ମ ଲାଇନ୍‌ର ନୁହନ୍ତି । ତେଣୁ ସେ ବୁଝି ପାରୁ ନାହାନ୍ତି । ମୁଁ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରୁଥିବାରୁ । ମୋତେ ବହୁ ଝିଅଙ୍କ ସହ କାମ କରିବାକୁ ପଡ଼ିଥାଏ । ହେଲେ ମୋ ପତ୍ନୀ ଏହା ବୁଝୁ ନାହାଁନ୍ତି । ଘଟଣାକୁ ନେଇ ପତ୍ନୀଙ୍କ ଉପରେ ମୋର କୌଣସି ରାଗ ନାହିଁ । ଏନେଇ ମୁଁ ଆଇନର ଦ୍ୱାରସ୍ଥ ହେବିନି । ହେଲେ ପ୍ରକୃତି କ’ଣ ପଦକ୍ଷେପ ନେବେ ତାହା ତାଙ୍କ ନିଷ୍ପତ୍ତି ।

ସେପଟେ ପ୍ରକୃତି ମିଶ୍ର କହିଛନ୍ତି ମୁଁ ଲିଗଲ୍ ଆକ୍ସନ ନେବି । ବାବୁସାନ ମତେ ଏୟାରପୋର୍ଟରୁ ଆଣିବାକୁ ଯାଇଥିଲେ । ରାସ୍ତାରେ ତାଙ୍କ ପତ୍ନୀ ଓ ଶ୍ୱଶୁର ଗୁଣ୍ଡା ଧରି ମୋ ଉପରେ ଆକ୍ରମଣ କରିଛନ୍ତି । ଏଥିସହ ଘଟଣାକୁ ନେଇ ଖାରବେଳନଗର ଥାନାରେ ପ୍ରକୃତିଙ୍କ ବାପା, ମାଆ ଅଭିଯୋଗ କରିଛନ୍ତି । ଝିଅର ମାନହାନୀ  ହୋଇଛି ବୋଲି କହିଛନ୍ତି ।
Published by:Soubhagya Mishra
First published: